Home

ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍‌କେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି। ଆସନ୍ତାବର୍ଷ ହେବାକୁ ଥିବା…

ରିମାଣ୍ଡ ନୋହିଲା, ଆଜି ଆସିବେ ସର୍ବେଶ୍ୱର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରବିବାରଠାରୁ ୨ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ। ହେଲେ କାଗଜପତ୍ରଜନିତ କିଛି ସମସ୍ୟା ଯୋଗୁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିପାରିନି। ସୋମବାରଠାରୁ ସେ ୨ ଦିନିଆ ରିମାଣ୍ଡରେ…

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଂଶବିଶେଷ ଥାଇ…

ପରୀ ହତ୍ୟାକାଣ୍ଡ : ଚାପରେ ଚେପା ଏସ୍‌ଆଇଟି ତଦନ୍ତ

ନୟାଗଡ଼ ଅଫିସ,୨୮ା୧୨: ପୋଲିସ ପରି ଏସ୍‌ଆଇଟି ତଦନ୍ତ ଚାପରେ ଚେପା ହୋଇପଡ଼ିଛି। ପରୀ ମା’ବାପାଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ପରୀ ହତ୍ୟାକାଣ୍ଡ ନେଇ ମା’ବାପାଙ୍କ ମନରେ ଉଠୁଥିବା ଅସମାହିତ ପ୍ରଶ୍ନର ଉତ୍ତର ନ ଥିବାରୁ ସେମାନେ ସିବିଆଇ…

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବା ସହ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମା,…

ବ୍ରାଣ୍ଡ୍‌ ଅସଲି, ସାମଗ୍ରୀ ନକଲି

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ନକଲି ଓ ଅପମିଶ୍ରତି ସାମଗ୍ରୀରେ ହବ୍‌ ପାଲଟିଛି ଓଡ଼ିଶା। ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ସାମଗ୍ରୀ। ଜାଲ୍‌ ନୋଟ୍‌ଠାରୁ ଆରମ୍ଭ କରି ପୂଜା ଓ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ଚାଲିଛି। ଏପରି କି ଦିନକୁ ଦିନ ନକଲି ସାମଗ୍ରୀ…

ଆଜି ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବ ଆସିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେବେ। ମନ୍ତ୍ରୀମାନେ…

ମଡର୍ନ ବସ୍‌ପୋର୍ଟ: ଉତ୍ତର ଦେଲାନି ରେଲଓ୍ବେ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ନିକଟରେ ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଘୋଷଣା ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପରେଖ କିଭଳି ହେବ ସେନେଇ ଏକ କାଳ୍ପନିକ ନକ୍ସା ପ୍ରକାଶ କରାଯାଇଛି।…

ନୂଆ ଷ୍ଟ୍ରେନ୍‌ରୁ ଲକ୍‌ଡାଉନ ଚର୍ଚ୍ଚା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌। ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ତତ୍ପର ହୋଇ ଉଠିଥିବାବେଳେ ଓଡ଼ିଶାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର…

ଆଜି ଖୋଲିଲା ଆଖଣ୍ଡଳମଣି ମନ୍ଦିର, ପ୍ରଥମେ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ଭଦ୍ରକ ଅଫିସ,୨୮ା୧୨: ଦୀର୍ଘ ମାସର କୋଭିଡ୍‌ କଟକଣା ଯୋଗୁ ଭକ୍ତ ଓ ଭଗବାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ୍ରମଶଃ ହ୍ରାସ ପାଇଛି। ଭକ୍ତମାନଙ୍କ ଦୀର୍ଘ ଦିନର ଆକୁଳ ନିବେଦନ ପରେ ଏବେ ବିଭିନ୍ନ ଜିଲାରେ ଥିବା ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି।…

୧୦ ଡିଗ୍ରୀ ତଳେ ୧୧ ସହର: ଫୁଲବାଣୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଥଣ୍ଡାରେ ଥରୁଛି ସାରା ରାଜ୍ୟ। ପାରଦ ଉପରମୁହାଁ ହେବାର ନାଁ ଧରୁନି। ରବିବାର ରାଜ୍ୟର ୧୧ ସହର ୧୦ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର…

ବଦଳୁନି ଶିଶୁ କନ୍ୟାଙ୍କ ଭାଗ୍ୟ: ‘ବେଟି ବଚାଓ ବେଟି ପଢ଼ାଓ’ ଦିଶାହୀନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ ମଧ୍ୟ ଚାଲୁ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri