Posted inଜାତୀୟ

ଚିଠିରୁ ହଟଚମଟ

ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍‌ୟୁଭିରୁ ୨୦ ଜିଲାଟିନ୍‌ ଷ୍ଟିକ୍‌ ଜବତ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍‌ର ମାଲିକ ତଥା ଠାଣେର ବ୍ୟବସାୟୀ ମନ୍‌ସୁଖ୍‌ ହିରେନ୍‌ଙ୍କୁ ହତ୍ୟା କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଓ୍ବାଜେଙ୍କୁ ଗିରଫ କରି ମାମଲାର ତନାଘନା ଚଳାଇଥିବାବେଳେ ମୋଡ଼ ବଦଳାଇଦେଇଛି ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଏକ ଚିଠି। ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ଅସୁଲ କରିବାକୁ ସଚିନଙ୍କୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ପଠାଇଥିବା ୮ ପୃଷ୍ଠା ସମ୍ବଳିତ ପତ୍ରରେ ପରମବୀର ଦାବି କରିଛନ୍ତି। ଏହି ଚିଠି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିବା ସହ ମହାବିକାଶ ଅଘାଡ଼ି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି।

ବିସ୍ଫୋରକ ଭର୍ତ୍ତି ଏକ କାର୍‌କୁ ନେଇ ଆରମ୍ଭ ହୋଇଥିବା ମାମଲା ଏବେ ରାଜନୈତିକ ବିସ୍ଫୋରଣର କାରଣ ପାଲଟିଛି। ଗିରଫ ହୋଇଥିବା ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ ଇନସ୍ପେକ୍ଟର ସଚିନ ଓ୍ବାଜେଙ୍କୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶନିବାର ଅପରାଧର ସିନ୍‌ ରିକ୍ରିଏଟ୍‌ କରିଛି। ସେପଟେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ପତ୍ର ଲେଖି ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୂର୍ବରୁ କ୍ରାଇମ୍‌ ଇଣ୍ଟେଲିଜେନ୍ସ ୟୁନିଟର ନେତୃତ୍ୱ ନେଉଥିବା ସଚିନ ଓ୍ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ଅସୁଲ କରିବାକୁ କହିଥିଲେ। ମୁମ୍ବାଇରେ ପ୍ରାୟ ୧,୭୫୦ ବାର୍‌, ରେଷ୍ଟୁରାଣ୍ଟ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ପ୍ରତି ସଂସ୍ଥାରୁ ପ୍ରତି ମାସ ୨-୩ ଲକ୍ଷ ଟଙ୍କା ସଂଗ୍ରହ କଲେ ମାସିକ ୪୦ରୁ ୫୦ କୋଟି ଟଙ୍କା ଠୁଳ କରାଯାଇ ପାରିବ। ଟାର୍ଗେଟ ପୂରଣ ପାଇଁ ଅବଶିଷ୍ଟ ଅର୍ଥକୁ ସଚିନ ଅନ୍ୟ ସୂତ୍ରରୁ ସଂଗ୍ରହ କରିପାରିବେ। ସଚିନ ଏହି ବିଷୟ ପରମବୀରଙ୍କୁ କହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପରମବୀର ଏହି ଅଭିଯୋଗର ପ୍ରମାଣ ରୂପେ କେତେକ ହ୍ବାଟ୍ସଆପ୍‌ ଚାଟ୍‌ର ଅବତାରଣା କରିଛନ୍ତି। ସେ ଏହାକୁ ମାର୍ଚ୍ଚ ୧୬ ଓ ୧୯ ତାରିଖରେ ଆସିଷ୍ଟାଣ୍ଟ ପୋଲିସ କମିଶନର ସଞ୍ଜୟ ପାଟିଲଙ୍କ ସହ ହୋଇଥିବା ବାର୍ତ୍ତାଳାପ ବୋଲି ଦାବି କରିଛନ୍ତି। ବଟି ଅସୁଲକୁ ନେଇ ଗମ୍ଭୀର ଅଭିଯୋଗ ଅଣାଯାଇଥିବା ଉକ୍ତ ଚିଠି ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି। ତେବେ ଉକ୍ତ ପତ୍ରରେ ପରମବୀରଙ୍କ ସ୍ବାକ୍ଷର ନାହିଁ, କିନ୍ତୁ ତାଙ୍କ ଲେଟରହେଡ୍‌ରେ ଏହା ଲେଖାଯାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସରକାରଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାରଙ୍କ ପାଇଁ ଏହା ନୂଆ ସଙ୍କଟ ଛିଡ଼ା କରାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ପରମବୀର ନିଜକୁ ବଞ୍ଚାଇବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତି। କାରଣ ମୁକେଶ ଅମ୍ବାନୀ ଓ ଠାଣେ ବ୍ୟବସାୟୀ ମନସୁଖ ହିରେନ୍‌ଙ୍କ ହତ୍ୟା ମାମଲାର ତଦନ୍ତରେ ସଚିନ ଓ୍ବାଜେଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ପରମବୀର ସିଂ ମଧ୍ୟ ଏଥିରେ ସମ୍ପୃକ୍ତ ଥାଇପାରନ୍ତି। ପ୍ରକାଶ ଯେ କିଛିଦିନ ତଳେ ପରମବୀରଙ୍କୁ ପୋଲିସ କମିଶନର ପଦରୁ ହଟାଇ ହୋମଗାର୍ଡକୁ ବଦଳି କରାଯାଇଛି।

ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ଗମ୍ଭୀର। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି।
ଖବରଦାତାମାନଙ୍କୁ ସମ୍ବୋଧିତ କରି ପାଓ୍ବାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ଏବଂ ଦେଶମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ସଚିନ ଓ୍ବାଜେଙ୍କୁ ଗତବର୍ଷ ପୋଲିସରେ ପୁନଃ ଅବସ୍ଥାପିତ କରିବାରେ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ କିଛି ଭୂମିକା ନ ଥିଲା। ପରମବୀର ଗତ ୧୭ ତାରିଖରେ ହୋମଗାର୍ଡକୁ ବଦଳି ହେବା ପରେ ଏହି ଅଭିଯୋଗ ଆଣିଛନ୍ତି। ରାଜ୍ୟର ଶିବସେନା-ଏନ୍‌ସିପି-କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ତାହା ସଫଳ ହେବ ନାହିଁ।

ମନସୁଖ ହତ୍ୟା ମାମଲା: ୨ ଗିରଫ
ଏନ୍‌ଆଇଏ ଠାଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କ ହତ୍ୟା ମାମଲା ହାତକୁ ନେବାର ଦିନକ ପରେ ଏହାର ପର୍ଦ୍ଦାଫାଶ ହୋଇଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଦାବି କରିଛି। ଏଟିଏସ୍‌ ଡିଆଇଜି ଶିବଦୀପ ଲାଣ୍ଡେ ରବିବାର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଓ୍ବାଜେଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି।
ଆଣ୍ଟିଲିଆ ବୋମା ଆତଙ୍କ ମାମଲାରେ ବ୍ୟବହୃତ ସ୍କର୍ପିଓର ମାଲିକ ହେଉଛନ୍ତି ମନ୍‌ସୁଖ। ଏହି ମାମଲାରେ ପୋଲିସ ମନ୍‌ସୁଖଙ୍କୁ ସମନ କରିଥିଲା। ପରେ ମାର୍ଚ୍ଚ ୫ରେ ତାଙ୍କ ମୃତଦେହ ଏକ କ୍ରିକ୍‌ରେ ମିଳିଥିଲା। ଏହି ମାମଲାରେ ଏଟିଏସ୍‌ ରବିବାର ନିଲମ୍ବିତ କନଷ୍ଟେବଳ ବିନାୟକ ସିନ୍ଧେ(୫୫) ଓ କ୍ରିକେଟ ବୁକି ନରେଶ ଧାରେ(୩୧)ଙ୍କୁ ଗିରଫ କରିଛି। ଉଭୟଙ୍କୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ନେଇଛି। ତଦନ୍ତ ବେଳେ ୩ ମୋବାଇଲ ଫୋନ୍‌ ଏବଂ ଗୁଜରାଟରେ ପଞ୍ଜୀକୃତ ୮ଟି ସିମ୍‌ କାର୍ଡ ସମେତ ମନସୁଖଙ୍କ ସୁନା ଚେନ୍‌, ମୁଦି, ଘଣ୍ଟା ଆଦି ଜବତ କରାଯାଇଛି। ଶିବଦୀପ ଏକ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି। ସେପଟେ ସଚିନ ଓ୍ବାଜେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏନ୍‌ଆଇଏ ହାଜତରେ ରହିବେ ବୋଲି ଜଣାପଡ଼ିଛି।

ସରକାର ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ପାଓ୍ବାର: ଫଡ୍‌ନବିସ୍‌
ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅଜାଣତରେ ସଚିନ ଓ୍ବାଜେଙ୍କୁ କିପରି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ତଦନ୍ତ ଭାର ଦିଆଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?