Home

ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଲୋକପ୍ରିୟ ରାପର ହନି ସିଂ

ବମ୍ବେ: ୨୦ ବର୍ଷର ବୈବାହିକ ସମ୍ପର୍କ। ତଥାପି ତୁଟିଲା ସମ୍ପର୍କ। ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର ୟୋ ୟୋ ହନି ସିଂ। ଦିଲ୍ଲୀ ସାକେତ ପାରିବାରିକ ଅଦାଲତର ନିଷ୍ପତ୍ତି ପରେ ସେ ସ୍ତ୍ରୀ ଶାଳିନୀ…

ରାହୁଲଙ୍କ ସହିତ ପଦଯାତ୍ରାରେ ଲାଲ ଶାଢ଼ିରେ ଏସିଆର ପ୍ରଥମ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି। କନ୍ୟାକୁମାରୀରେ ଭାରତ ଯୋଡ ଯାତ୍ରା ପାଇଁ କଂଗ୍ରେସ ନେତାମାନେ ପଦଯାତ୍ରା କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ଲାଲ ରଙ୍ଗର ଶାଢ଼ିରେ…

ଆରମ୍ଭ ହୋଇଛି ପିତୃପକ୍ଷ: କ’ଣ ଆପଣଙ୍କ ସ୍ବପ୍ନରେ ଆସୁଛନ୍ତି ପିତୃପୁରୁଷ, ଜାଣନ୍ତୁ କ’ଣ ଏହାର…

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ପିଣ୍ଡ ଦାନ ଏବଂ ଦାନ-ଧର୍ମ ଭଳି କାର୍ଯ୍ୟ କରାଯାଏ। ପ୍ରାୟତଃ ପିତୃପକ୍ଷ ସମୟରେ କିଛି ଲୋକଙ୍କର ସ୍ବପ୍ନରେ ସେମାନଙ୍କର ପୂର୍ବଜ ଆସିଥାନ୍ତି ବୋଲି ଶୁଣିବାକୁ ମିଳିଥାଏ। ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତିର ସ୍ବପ୍ନରେ…

ଡ୍ୟାମର ଜଳସ୍ତର ବୃଦ୍ଧି: ଖୋଲିଲା ଗୋଟିଏ ଗେଟ୍‌, ନଦୀକୂଳିଆବାସୀଙ୍କୁ ସତର୍କ ସୂଚନା

ଦିଗପହଣ୍ଡି,୧୦ା୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଘୋଡ଼ାହାଡ଼ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ପାଖାପାଖି ହୋଇଛି। ଡ୍ୟାମର ସୁରକ୍ଷା ପାଇଁ ୬ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇ ଉଦ୍‌ବୃତ ଜଳକୁ ନଦୀଗର୍ଭକୁ ଛଡ଼ାଯାଇଛି। ଆଗକୁ ପ୍ରବଳ ବର୍ଷା…

ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଏହି ପାକିସ୍ତାନୀ ଅଭିନେତା

ବମ୍ବେ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ କାମ କରିବାକୁ କଳାକାରମାନେ ଚାହିଁ ରହିଛନ୍ତି। ହେଲେ ଜଣେ ପାକିସ୍ତାନୀ ଅଭିନେତା ଏବେ ତାଙ୍କ ସହ କାମ କରିବାକୁ ଚାହୁଁ ନ ଥିବା କହି ଚର୍ଚ୍ଚାରେ ଅଛନ୍ତି। ସେ ହେଲେ ଅଭିନେତା ତଥା…

ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…

ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ ନେଇ ଭାଜପା ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…

ତହସିଲ କାର୍ଯ୍ୟାଳୟରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧୦ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରେମୀଯୁଗଳ ହେଲେ କାଶୀକାହାଲ ଗ୍ରାମର ସୁଜିତ ସରାଫ ଓ ଅଙ୍କିତା ସରାଫ। କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କ ଉପସ୍ଥିତିରେ…

ଭୋପାଳରେ ହେବ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ, ୨୦୦ ଅତିଥି ହେବେ ସାମିଲ, ନିମନ୍ତ୍ରଣ ପତ୍ର ଭାଇରାଲ…

ଭୋପାଳ, ୧୦।୯ : ଭୋପାଳରେ ଏକ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦେଶର ପ୍ରଥମ ଛାଡପତ୍ର ଉତ୍ସବ ବୋଲି ଦାବି କରାଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଛାଡପତ୍ର ଆଦେଶ…

ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜା ଜାରି ରଖିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ…

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର…

ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା

ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି। ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ଅବସରରେ…

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର ପରବର୍ତ୍ତୀ ସମସ୍ୟା ନେଇ ସତର୍କ କରାଇଛି ଭାରତ। ଯେମିତିକି କମ୍‌ ପାସ ଶତକଡ଼ା, ଚାଇନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri