ଆଜି ବାହୁଡ଼ିବେ ମା’: ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ

ବ୍ରହ୍ମପୁର ଅଫିସ,୭ା୧୦: ଦୀର୍ଘ ୧୦ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ଚଳିତ ବର୍ଷ ସହରରେ ୪୦ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି। ଶୁକ୍ରବାର ଭସାଣି ଉତ୍ସବ ଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ଫାଷ୍ଟ ଗେଟସ୍ଥିତ ଡେରା ପଡିଆ, ଗୋଷାଣୀନୂଆଗଁା ଆଗୁଳାବନ୍ଧ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ବିବେକ ବିହାର, ଆମ୍ବବଜାର ସ୍ଥିତ ମିନାକ୍ଷୀନଗରଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଫାଷ୍ଟଗେଟ୍‌ ଅସ୍ଥାୟୀ ପୋଖରୀରେ ଫାଷ୍ଟ ଗେଟ ଟ୍ରକ୍‌ ଟର୍ମିନାଲ ପୂଜା ପେଣ୍ଡାଲ ଭଳି ଗଞ୍ଜାମ ଓ ଫୁଲବାଣୀ ଟ୍ରକ ସଂଘ, ମହୁରୀ ରାଜା ଗୁର୍ଜି ଦେଶୀ ବେହେରା ସାହି, ଶିବରାମ ନଗର ଖଣ୍ଡିଆ କୁମୁଟି ସାହି, ନୃସିଂହ ନଗର, ଭିକ୍ଟୋରିଆ ମାର୍କେଟ, ଶଙ୍କରପୁର ସାହି, ଚୈତନ୍ୟ ନଗର, ଗେଟ ବଜାର, ଚାଟାର୍ଜୀ ନଗର, କର୍ପୋରେଶନ ରୋଡ ଆଦି ପୂଜା ପେଣ୍ଡାଲର ମୂର୍ତ୍ତି ଭସାଣି କରାଯିବ। ସେହିପରି ଆଗୁଳାବନ୍ଧଠାରେ ବିିଜିପୁର ତୋଟା ସାହି, ଟାଟାବେଞ୍ଜ ଛକ, ହିଲପାଟଣା, ଗୋଷାଣୀନୂଆଗଁା କାଳୁଆ ପୂଜା କମିଟି, ପିଡବ୍ଲ୍ୟୁଡି କଲୋନୀ, ଓଏସ୍‌ଆରଟିସି ପୂଜା କମିଟି, ବିଜିପୁର ଛକ ପୂଜା କମିଟିର ମୂର୍ତ୍ତି ଭସାଣି କରାଯିବା ନେଇ ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଛି। ସେହିଭଳି ଆମ୍ବପୁଆ ଅସ୍ଥାୟୀ ପୋଖରୀରେ କମାପଲୀ, ଆଙ୍କୁଲି କାଳଞ୍ଜୀ ସାହି, ଇଞ୍ଜିନିୟରିଂ ସ୍କୁଲ ଛକ, ଇରିଗେଶନ ଅଫିସ, ଆଙ୍କୁଲି, ଗଜପତି ନଗର, ବଡଖେମୁଣ୍ଡି ସାହି, ଗୋଇଲୁଣ୍ଡି ଆଡୁଆ ସାହି ଓ ନୂଆ ବସ୍‌ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ଭସାଣି ହେବ। ସେହିପରି ଆମ୍ବବଜାରସ୍ଥିତ ଅସ୍ଥାୟୀ ପୋଖରୀରେ ଭାପୁର ଦଳୁଆ ସାହି, ଆର.କେ. ହଷ୍ଟେଲ ରୋଡ, ହନୁମାନ ବଜାର, ଗାନ୍ଧୀନଗର, ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି, ଉତ୍କଳ ଆଶ୍ରମ ରୋଡ, ଗିରିଜା ଛକ, ପୁରୁଣା ବ୍ରହ୍ମପୁର, ପ୍ରେମ ନଗର ଓ ଟ୍ରେକର ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ହସ୍ତଗତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri