ଆଜି ବାହୁଡ଼ିବେ ମା’: ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ

ବ୍ରହ୍ମପୁର ଅଫିସ,୭ା୧୦: ଦୀର୍ଘ ୧୦ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ଚଳିତ ବର୍ଷ ସହରରେ ୪୦ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି। ଶୁକ୍ରବାର ଭସାଣି ଉତ୍ସବ ଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ଫାଷ୍ଟ ଗେଟସ୍ଥିତ ଡେରା ପଡିଆ, ଗୋଷାଣୀନୂଆଗଁା ଆଗୁଳାବନ୍ଧ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ବିବେକ ବିହାର, ଆମ୍ବବଜାର ସ୍ଥିତ ମିନାକ୍ଷୀନଗରଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଫାଷ୍ଟଗେଟ୍‌ ଅସ୍ଥାୟୀ ପୋଖରୀରେ ଫାଷ୍ଟ ଗେଟ ଟ୍ରକ୍‌ ଟର୍ମିନାଲ ପୂଜା ପେଣ୍ଡାଲ ଭଳି ଗଞ୍ଜାମ ଓ ଫୁଲବାଣୀ ଟ୍ରକ ସଂଘ, ମହୁରୀ ରାଜା ଗୁର୍ଜି ଦେଶୀ ବେହେରା ସାହି, ଶିବରାମ ନଗର ଖଣ୍ଡିଆ କୁମୁଟି ସାହି, ନୃସିଂହ ନଗର, ଭିକ୍ଟୋରିଆ ମାର୍କେଟ, ଶଙ୍କରପୁର ସାହି, ଚୈତନ୍ୟ ନଗର, ଗେଟ ବଜାର, ଚାଟାର୍ଜୀ ନଗର, କର୍ପୋରେଶନ ରୋଡ ଆଦି ପୂଜା ପେଣ୍ଡାଲର ମୂର୍ତ୍ତି ଭସାଣି କରାଯିବ। ସେହିପରି ଆଗୁଳାବନ୍ଧଠାରେ ବିିଜିପୁର ତୋଟା ସାହି, ଟାଟାବେଞ୍ଜ ଛକ, ହିଲପାଟଣା, ଗୋଷାଣୀନୂଆଗଁା କାଳୁଆ ପୂଜା କମିଟି, ପିଡବ୍ଲ୍ୟୁଡି କଲୋନୀ, ଓଏସ୍‌ଆରଟିସି ପୂଜା କମିଟି, ବିଜିପୁର ଛକ ପୂଜା କମିଟିର ମୂର୍ତ୍ତି ଭସାଣି କରାଯିବା ନେଇ ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଛି। ସେହିଭଳି ଆମ୍ବପୁଆ ଅସ୍ଥାୟୀ ପୋଖରୀରେ କମାପଲୀ, ଆଙ୍କୁଲି କାଳଞ୍ଜୀ ସାହି, ଇଞ୍ଜିନିୟରିଂ ସ୍କୁଲ ଛକ, ଇରିଗେଶନ ଅଫିସ, ଆଙ୍କୁଲି, ଗଜପତି ନଗର, ବଡଖେମୁଣ୍ଡି ସାହି, ଗୋଇଲୁଣ୍ଡି ଆଡୁଆ ସାହି ଓ ନୂଆ ବସ୍‌ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ଭସାଣି ହେବ। ସେହିପରି ଆମ୍ବବଜାରସ୍ଥିତ ଅସ୍ଥାୟୀ ପୋଖରୀରେ ଭାପୁର ଦଳୁଆ ସାହି, ଆର.କେ. ହଷ୍ଟେଲ ରୋଡ, ହନୁମାନ ବଜାର, ଗାନ୍ଧୀନଗର, ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି, ଉତ୍କଳ ଆଶ୍ରମ ରୋଡ, ଗିରିଜା ଛକ, ପୁରୁଣା ବ୍ରହ୍ମପୁର, ପ୍ରେମ ନଗର ଓ ଟ୍ରେକର ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ହସ୍ତଗତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri