Home

ଏଏପି ନେତାଙ୍କୁ ନୋଟିସ୍‌ ପଠାଇଲେ ଉପରାଜ୍ୟପାଳ: ୪୮ଘଣ୍ଟାରେ ଜବାବ ଦିଅ

ନୂଆଦିଲ୍ଲୀ,୫।୯: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି) ଓ ଉପରାଜ୍ୟପାଳ ମଧ୍ୟରେ ଜାରି ରହିଥିବା ବିବାଦ ବର୍ତ୍ତମାନ ଏକ ଆଇନଗତ ନୋଟିସରେ ପହଞ୍ଚିଛି। ନିକଟରେ ଦିଲ୍ଲୀରେ ଏହାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଥିବା ବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି।…

ଗୁରୁଦିବସରେ ୪୭ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ,୫।୯: ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ବିହାର, ସିକିମ୍‌,…

ଗୁରୁଦିବସରେ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୯: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ୍‌- ଏସ୍‌ଏଚ୍‌ଆରଆଇ) ଯୋଜନା ଅଧୀନରେ ସମଗ୍ର ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ନବୀକରଣ କରାଯିବ। ଗୁରୁଦିବସ ଅବସରରେ ଏକ…

ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରାୟ ୫୦ମିନିଟ ଧରି…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବାକୁ ଯାଉଛି। ନୂତନ ଦାୟିତ୍ୱ ଓ ସଫଳ କାର୍ଯ୍ୟକାଳ…

ଲାଲୁଙ୍କୁ ଦଣ୍ଡିତ କରିଥିବା ବିଚାରପତି ଅବସର ନେବା ପୂର୍ବରୁ କଲେ ବିବାହ

ଗୋଡ୍ଡା,୫।୯: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରେ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉକ୍ତ ଅଞ୍ଚଳର ଜଣେ ଓକିଲଙ୍କ ସହ ବିଚାରପତି ପ୍ରେମ ବିବାହ କରିଛନ୍ତି। ବିଚାରପତି ଜଣଙ୍କ ୫୯ବର୍ଷର ହୋଇଥିବା ବେଳେ ଓକିଲ ଜଣଙ୍କ ତାଙ୍କଠାରୁ ୯ବର୍ଷ ସାନ ବୋଲି…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୫ା୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି। ଋଷି…

ଅସଲି ଲୋଗୋରେ ନକଲି ସାମଗ୍ରୀ ବିକ୍ରି, ଜଣେ ଅଟକ

ଫୁଲନଖରା,୫ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍‌ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି…

ଗୁଣିଗାରେଡ଼ି ସନ୍ଦେହ: ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ପଡ଼ୋଶୀ

ରାୟଗଡ଼ା ଅଫିସ,୫ା୯: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ ଯୁବକ। ରାୟଗଡ଼ା ସହରର କୋଇଲାପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରମା ବିଭାର (୫୦)ଙ୍କୁ ସୋମବାର ମଧ୍ୟାହ୍ନରେ ତାଙ୍କ ପଡ଼ୋଶୀ ରାଜେଶ କୁଲୁ ଶିକା ହତ୍ୟା କରିଛନ୍ତି। ପୋଲିସ ପହଞ୍ଚି…

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ହୋଇଥିବା ଏହି ବିସ୍ଫୋରଣରେ ଦୁଇ ରାଷ୍ଟ୍ରଦୂତଙ୍କର ମଧ୍ୟ ଜୀବନ ଯାଇଥିବା କୁହାଯାଉଛି। ରିପୋର୍ଟ…

ଏହି କାରଣରୁ ସୋସିଆଲ ମିଡିଆରେ ରଣବୀରଙ୍କୁ ଫଲୋ କରନ୍ତି କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ରଣବୀର ସିଂ ବଲିଉଡ୍‌ର ଏପରି ଜଣେ ଷ୍ଟାର, ଯାହାଙ୍କ ଶକ୍ତି କେବଳ ପ୍ରଶଂସକଙ୍କ ଦ୍ୱାରା ପାଗଳ ନୁହେଁ ବରଂ ତାଙ୍କର ଶାନ୍ତ ରୂପ ଦେଖି ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ସାରା ଅଲି…

ଆଫଗାନିସ୍ତାନରେ ଭୂକମ୍ପ: ୬ ମୃତ, ୯ ଆହତ

କାବୁଲ,୫ା୯: ସୋମବାର ଆଫଗାନିସ୍ତାନ ଏବଂ ପାକିସ୍ତାନର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହି ଭୂକମ୍ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୁନାର ପ୍ରଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri