ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ ଜଗତ୍‌ଜନନୀଙ୍କୁ ଭକ୍ତିପୂତ ବିଦାୟ ଦେଇଛନ୍ତି। କରୋନା ମହାମାରୀ ପାଇଁ ୨ବର୍ଷ ପରେ ଚଳିତବର୍ଷ ବହୁ ଉତ୍ସାହ ଓ ଆନନ୍ଦର ସହ ଶାରଦୀୟ ଦୁର୍ଗାପୂଜା ବେଶ୍‌ ଧୁମଧାମ୍‌ରେ ପାଳିତ ହୋଇଥିଲା। ମା’ଙ୍କ ସୁନ୍ଦର ମୂର୍ତ୍ତି ସହ ଆକର୍ଷଣୀୟ ତୋରଣ, ସାଜସଜ୍ଜା ଭକ୍ତଙ୍କୁ ମଣ୍ଡପ ପାଖକୁ ଟାଣି ଆଣିଥିଲା। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବଡ଼ ଜାକଜମକରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ବର୍ଷା ଲାଗି ରହିବା ସତ୍ତ୍ୱେ ଗୁରୁବାର ମା’ଙ୍କୁ ପାରମ୍ପରିକ ବାଜା ଓ ନାଚଗୀତ ମଧ୍ୟରେ ବିଦାୟ ଦିଆଯାଇଥିଲା। ଏଥିସହ ଡିଜେ ଶବ୍ଦରେ ଦୁଲୁକି ଉଠିଥିଲା ସହର ଓ ନଦୀକୂଳ। ଏଥିପାଇଁ ଭୁବନେଶ୍ୱର ଦୁର୍ଗାପୂଜା ସମିତି, ଉତ୍ତର ଭୁବନେଶ୍ୱର ଭସାଣି ସମିତି ଏବଂ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ପକ୍ଷରୁ ଭସାଣି ଉତ୍ସବ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ନିଜ ଅଞ୍ଚଳର ମେଢ଼ସବୁ ଏକାଠି ହେବା ପରେ ଭସାଣି ଶୋଭାଯାତ୍ରା ବାହାରିଥିଲା। ବର୍ଷା ଆରମ୍ଭ ହେବା କ୍ଷଣି ମୃଣ୍ମୟୀ ମୂର୍ତ୍ତିକୁ ପାଲରେ ଘୋଡ଼ାଇ ଦିଆଯାଉଥିଲା। ସକାଳ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ତିଆରି ହୋଇଥିବା ୪ ଅସ୍ଥାୟୀ ପୋଖରୀରେ ପ୍ରାୟ ୧୭୮ ମେଢ଼ ବିସର୍ଜନ କରାଯାଇଥିବା ସୂଚନା ମିଳିଛି।

 

ଉତ୍ତର ଭସାଣିରେ ୨୧ମେଢ଼
ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଉତ୍ତର ନିର୍ବାଚନମଣ୍ଡଳୀର ପ୍ରାୟ ୨୧ଟି ମେଢ଼ ଚନ୍ଦ୍ରଶେଖରପୁର କ୍ଲବ୍‌ ଟାଉନ୍‌ ପଡ଼ିଆରେ ଏକତ୍ର ହୋଇଥିଲେ। ହାଉସିଂବୋର୍ଡ କଲୋନୀ, ଗାଡ଼କଣ, ଗଣ୍ଡରପୁର, ଡମଣା, କଳାରାହାଙ୍ଗ, ଶୈଳଶ୍ରୀ ବିହାର ଫେଜ-୬, ନନ୍ଦନ ବିହାର, ଡିଷ୍ଟ୍ରିକ୍‌ ସେଣ୍ଟର ଓନର୍ସ ଆସୋସିଏଶନ୍‌, ଜାଭିୟର ଛକ, ଶିଖରଚଣ୍ଡୀ ନଗର, ଟାଙ୍ଗିବନ୍ତ, ନୀଳାଦ୍ରି ବିହାର ଆବାସିକ ଛକ, ନୀଳମାଧବ ନଗର, ଳୁମ୍ବିନୀ ବିହାର, ଇଞ୍ଜଣା, ଡିଷ୍ଟ୍ରିକ୍‌ ସେଣ୍ଟର, ମଞ୍ଚେଶ୍ୱର ରେଲ କଲୋନୀ, ବିଡିଏ କଲୋନୀ, ପ୍ରଶାନ୍ତି ବିହାର, କୈବଲ୍ୟ ନଗର ପ୍ରମୁଖ ମେଢ଼ ଏକାଠି ହେବା ପରେ ହଜାର ହଜାର ଭକ୍ତଙ୍କ ଗହଣରେ କୁଆଖାଇ କୂଳ ଅସ୍ଥାୟୀ ପୁଷ୍କରିଣୀ ନିକଟକୁ ନିଆଯାଇ ବିସର୍ଜନ କରାଯାଇଥିଲା।

ନୂଆପଲ୍ଲୀରୁ ବାହାରିଲା ୧୯ ମେଢ଼
ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ତଥା ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ଏଠାରେ ଡୁମୁଡୁମା, ଶିରିପୁର, ଗଙ୍ଗନଗର, କଳାରାହାଙ୍ଗ, ଶ୍ୟାମପୁର, ପାତ୍ରପଡ଼ା ଭଗବାନପୁର, ରାଜକ୍ଲବ, ପୋଖରୀପୁଟ, ହରପାର୍ବତୀ, ମା’ ଝାଡ଼େଶ୍ୱରୀ, ଆଇଗିଣିଆ ଦଧିବାମନ, ଜୟଦେବ ବିହାର, ମହାବୀର, ଗଣ୍ଡମୁଣ୍ଡା, ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ମେଢ଼ ଏକାଠି ହୋଇ କୁଆଖାଇ ଅସ୍ଥାୟୀ ପୁଷ୍କରିଣୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ମା’ଙ୍କୁ ମେଲାଣି ଦେଇଥିଲେ ଭକ୍ତ। ସୁରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?