ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍
ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ ପୋଲିସ…
ଓଡ଼ିଶାରେ ଖୁବ୍ଶୀଘ୍ର ଆଇଟିଏମ୍ଏସ୍
ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଅନ୍ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା (ଆଇଟିଏମ୍ଏସ୍) ପ୍ରଚଳନ କରିବେ। ଏଥିପାଇଁ ଏକ ଓ୍ବେବ୍ପୋର୍ଟାଲ ଓ୍ବାନ-ଷ୍ଟପ୍-ସପ୍ ବିକାଶ କରାଯିବ। ଆଇଟିଏମ୍ଏସ୍ ଜରିଆରେ…
ମହାରାଣୀଙ୍କ ମହାପ୍ରୟାଣ:୧୦ ଦିନିଆ ରାଷ୍ଟ୍ରୀୟ ଶୋକ
ଲଣ୍ଡନ, ୯ା୯:ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିବା ମହାରାଣୀ ଏଲିଜାବେଥ୍-୨ୟଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୯୬ ବର୍ଷ ହୋଇଥିଲା। ମୃତ୍ୟୁବେଳକୁ ସେ ସ୍କଟଲାଣ୍ଡ୍ର ବାଲ୍ମୋରାଲ କାସଲେରେ ଥିଲେ। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ଏ ନେଇ…
କିସ୍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ସମ୍ମାନ
ଭୁବନେଶ୍ୱର, ୯ା୯(ବ୍ୟୁରୋ):ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(କିସ୍)କୁ ମିଳିଛି ବିଶ୍ୱର ଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜାତିସଂଘ ପକ୍ଷରୁ କିସ୍କୁ ସମ୍ମାନଜନକ ୟୁନେସ୍କୋ କିଙ୍ଗ୍ ସିଜଙ୍ଗ୍ ଇଣ୍ଟରନ୍ୟାଶନାଲ…
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ
ଲଣ୍ଡନ/ନୂଆଦିଲ୍ଲୀ,୮ା୯: ବ୍ରିଟେନ୍ର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏନେଇ ବକିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି । ସେ ୭୦ ବର୍ଷ ଧରି ଶାସନ କରିଥିଲେ। ୯୬ ବର୍ଷୀୟା ମହାରାଣୀ ଗତବର୍ଷ ଅକ୍ଟୋବରରୁ…
ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍
ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍ରୁ ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍ର ସମସ୍ତ ଗେଟ୍ ବନ୍ଦ ହୋଇଯାଇଛି। ଏହି ଜଳଭଣ୍ଡାରରେ ୬୩୦ ଫୁଟ ଜଳଧାରଣ…
ପ୍ରଥମ ଥର କମ୍ପାନୀର ସିଇଓ ହେଲା ରୋବୋ
ବେଜିଂ,୮ା୯: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜୀବନକୁ ଅଧିକ ସହଜ କରିଥିବା ବେଳେ ଏହାର ଉପଯୋଗରେ ନିର୍ମିତ ରୋବୋ ଧୀରେ ଧୀରେ ମାନବ କର୍ମଚାରୀଙ୍କ ସ୍ଥାନ ନେବାକୁ ଯାଉଛି। ଚାଇନା ଏହାର ମେଟାଭର୍ସ କମ୍ପାନୀ ନେଟ୍ଡ୍ରାଗନ୍ ଓ୍ବେବ୍ସଫ୍ଟରେ ଏକ ରୋବୋକୁ ସିଇଓ ନିଯୁକ୍ତି…
ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର କଲା ଭାରତ, ଚାଇନା
ଲଦାଖ,୮।୯: ଭାରତ ଓ ଚାଇନା ସେନା ମଧ୍ୟରେ ଷୋଡ଼ଶ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ପରେ ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ରହିଥିବା ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ (ପିପି-୧୫) ଅଞ୍ଚଳରୁ ଉଭୟ ପକ୍ଷ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି।…
୩ବର୍ଷ ପରେ କୋହଲିଙ୍କ ଶତକ
ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି ୬୧…
କୋହଲିଙ୍କ ଦମ୍ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍ର ଟାର୍ଗେଟ
ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍ର…
ଉଦ୍ଘାଟିତ ହେଲା ‘କର୍ତ୍ତବ୍ୟ ପଥ’, ଦେଶ ପାଇଁ ଏକ ଐତିହାସିକ ଦିନ: ମୋଦି
ନୂଆଦିଲ୍ଲୀ,୮।୯: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ଗେଟ୍ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟନ କରିଥିଲେ। ଏହା ପୂର୍ବରୁ କର୍ତ୍ତବ୍ୟ ପଥରେ ଥିବା ନେତାଜୀ…
ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର
ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏନେଇ ବକିଂଘମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ ପରିବାରର ସମସ୍ତ…
Archives


