ବିପଦସଙ୍କେତ ଉପରେ ଜଳକା

ରୂପସା,୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। ୫ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନଦୀପାଖରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି।
ଜଳକା ନଦୀର ଜଳସ୍ତର ବୁଧବାର ରାତିରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ନଦୀର ମଥାନୀଠାରେ ବିପଦସଂକେତ ୫.୫୦ ମିଟର ଥିବା ବେଳେ ରାତି ୨ଟା ସୁଦ୍ଧା ୬.୦୫ ମିଟରରେ ପ୍ରବାହିତ ହେଉଥିଲା। ଗୁରୁବାର ସକାଳ ୭ଟା ସୁଦ୍ଧା ଜଳସ୍ତର ହ୍ରାସ ହୋଇ ୬.୦୧ ମିଟରରେ ପହଞ୍ଚିଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ୫.୮୯ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସୂଚନା ତଥା ଉପରମୁଣ୍ଡରେ ବର୍ଷା ଲାଗିରହିଲେ ପୁଣି ଜଳସ୍ତର ବୃଦ୍ଧି ହେବା ସମ୍ଭାବନା ରହିଛି। ବସ୍ତା ବ୍ଲକର ଗଡ଼ପଦା, ରାଉତପଡା, ଦୁଧହଂସା, ବାହାର୍ଦ୍ଦା, ମଥାନୀ, କୁଡ଼ିଆ ସମେତ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ବହୁ ଚାଷ ଜମି ଜଳମଗ୍ନ ଥିଲେ ହେଁ ବନ୍ୟା ଆସିଲେ ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି ଚାଷୀକୁଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଳମୂଳରେ ହାତୀପଲ, ଲୋକେ ଆତଙ୍କିତ

ବଅଁରପାଳ,୧୩ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଓ ମହୀଧରପୁର ଅଞ୍ଚଳକୁ ବୁଧବାର ରାତିରୁ ୧୭ଟି ହାତୀ ପଳାଇ ଆସିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ...

୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର...

ବଳରାମ ଖଣିରୁ କୋଇଲା ପରିବହନ ବନ୍ଦକୁ ବିରୋଧ: ୨୫ରୁ ଆନ୍ଦୋଳନ ଚେତାବନୀ

ଅନୁଗୋଳ ଅଫିସ, ୨୫ା୧୦-ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। କେତେଜଣ ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ଡଅଁରା ଗ୍ରାମର...

ସ୍ମିତାରାଣୀ ମୃତ୍ୟୁ ମାମଲା:ହାଇକୋର୍ଟରେ ରୂପେଶ ଭଦ୍ର

କଟକ ଅଫିସ, ୩ା୧୨:ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଜାମିନ...

ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ଭଦ୍ରକ ଅଫିସ,୨୬।୫: କେହି ଜଣେ ଦୁର୍ବୃତ୍ତ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ନାଁରେ ସୋସିଆଲ ମିଡିଆରେ ଖୋଲିଛନ୍ତି ଫେକ୍‌ ଆକାଉଣ୍ଟ। ଜିଲାପାଳ ନିଜର ଫେସ୍‌ବୁକ...

ଗୁଣି ଗାରେଡ଼ି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ମାଥିଲି,୨।୧୧(ଡି.ଏନ୍‌.ଏ.): ଗୁଣିଗାରେଡି ସନ୍ଦେହରେ ବାପାପୁଅଙ୍କୁ ହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡ଼ା ପଞ୍ଚାୟତ ଅଧୀନ ମାଳିଗୁଡ଼ା...

ଦାନବାକ୍ସ ଭାଙ୍ଗି ନେଇଗଲେ ଟଙ୍କା

ବିନିକା, ୨୩ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଥିବା ୩ ଦାନବାକ୍ସ ଭାଙ୍ଗି କେତେକ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା...

ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ: ଶ୍ରେଣୀଗୃହରେ ଅଚେତ ହେଲେ ଛାତ୍ରୀ, ଚାଲିଛି ଚିକିତ୍ସା

ବନ୍ତ, ୧୪।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ କକ୍ଷରେ ବୁଧବାର କେତେକ ଛାତ୍ରୀ ହଠାତ୍‌ ଅଣନିଃଶ୍ୱାସୀ ହୋଇ ଅଚେତ...

Advertisement
Archives

Model This Week