ଯକ୍ଷ୍ମା ପୀଡ଼ିତ ଶିଶୁର ଚିକିତ୍ସା ପାଇଁ ଅର୍ଥାଭାବ

ନୂଆଗାଁ,୭।୧୦(ଡି.ଏନ.ଏ.): ମାଆ ଛେଉଣ୍ଡ ବିଶ୍ୱରଞ୍ଜନ ଏବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ବାପାଙ୍କ ହାତରେ ଟଙ୍କା ନାହିଁ। ଏହି ଚିନ୍ତାରେ ପରିବାର ଲୋକେ ଖାଇବା ପିଇବା ଭୁଲି ଗଲେଣି। ପୁଅର ଯନ୍ତ୍ରଣା ଦେଖି ବି ନିରୁପାୟ ଅବସ୍ଥାରେ ବସିଛନ୍ତି ବାପା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡା ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ବିଶ୍ୱରଞ୍ଜନଙ୍କ ଏପରି ଦୁଃଖ ସ୍ଥାନୀୟ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି ।
ସୁବାସଙ୍କ ପରିବାର କହିଲେ ସ୍ତ୍ରୀ, ୨ ଝିଅ ଓ ଏକମାତ୍ର ପୁଅ ବିଶ୍ୱରଞ୍ଜନ। ଏବେ ତାଙ୍କର ବୟସ ୬ ବର୍ଷ । ସୁବାସ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଜମିବାଡ଼ି ନାହିଁ। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ୩ ବର୍ଷ ପୂର୍ବେ ରୋଗରେ ପୀଡ଼ିତ ହେବା ପରେ ବିଶ୍ୱରଞ୍ଜନଙ୍କ ମା’ଙ୍କ ପରଲୋକ ହୋଇଯାଇଛି। ଏପରି ପରିସ୍ଥିତିରେ୨ ଝିଅ ଓ ପୁଅର ବୋଝକୁ ବାପା ସମ୍ଭାଳି ଆସିଛନ୍ତି। ପ୍ରତିଦିନ ରୋଜଗାର ସହିତ ଘରେ ରୋଷେଇ କରି ପିଲାଙ୍କ ମୁହଁରେ ଆହାର ଦେବାକୁ ସେ ଭୁଲନ୍ତି ନାହିଁ । ଏଥିସହିତ ଝିଅ,ପୁଅଙ୍କ ପାଠ ପଢା କଥା ବୁଝିବାକୁ ପଡ଼େ। ହେଲେ ଏତିକିରେ ସୁବାସଙ୍କ ଦୁଃଖ ସରିନାହିଁ। ୩ ମାସ ପୂର୍ବେ ବିଶ୍ୱରଞ୍ଜନଙ୍କୁ ଜ୍ୱର ହୋଇଥିଲା । ତାଙ୍କୁ ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବି ପୁଅର ଜ୍ୱର ଭଲ ହୋଇ ନ ଥିଲା।  ଏହାପରେ ବିଶ୍ୱରଞ୍ଜନଙ୍କୁ ମହିପୁର ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପୁଅକୁ ଭର୍ତ୍ତି କରାଯାଇଥିଲା। ରୋଗ ଭଲ ହେବା ବଦଳରେ ବଢିବାକୁ ଲାଗିଲା।
ଶେଷରେ ସୁବାସ ଧାରକରଜ କରି ପୁଅକୁ କଟକ ଶିଶୁ ଭବନକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ବିଶ୍ୱରଞ୍ଜନ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଡାକ୍ତର କହିଥିଲେ । ଏହାପରେ ଡାକ୍ତର କିଛି ଦିନ ପାଇଁ ଔଷଧ ଦେଇ ଗାଁକୁ ପଠାଇ ଦେଇଥିଲେ । ଏବେ ବିଶ୍ୱ ରଞ୍ଜନ ଦିନକୁ ଦିନ ଅଧିକ ଦୁର୍ବଳ ହୋଇ ପଡୁଛନ୍ତି। କଷ୍ଟ ଅସହ୍ୟ ହେଉଛି। ସେଥିପାଇଁ ସୁବାସ କିଛିଦିନ ତଳେ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ନେଇଥିଲେ । ଶିଶୁ ମୁଣ୍ଡରେ ପାଣି ଜମିଛି, ଅପରେଶନ କରିବାକୁ ପଡିବ ବୋଲି ଡାକ୍ତରମାନେ କହିଥିଲେ । ହେଲେ ରୋଗୀ ଦେହରେ ରକ୍ତ ନ ଥିବାରୁ ଅପରେଶନ ପୂର୍ବରୁ ରକ୍ତ ଯୋଗାଡ଼ କରିବାକୁ ଡାକ୍ତର କହିଥିଲେ। ଏଥିସହିତ ଅପରେଶନ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପର ପାଖରେ ମୂଲ ଲାଗି ପରିବାର ଚଳାଉଥିବା ସୁବାସ ଟଙ୍କା କେଉଁଠୁ ଯୋଗାଡ଼ କରିବେ ସେହି ଚିନ୍ତାରେ ଅଛନ୍ତି । ପୁଅର ଔଷଧ ବାବଦକୁ ପ୍ରତି ମାସରେ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରି ପରିସ୍ଥିତିରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri