ଯକ୍ଷ୍ମା ପୀଡ଼ିତ ଶିଶୁର ଚିକିତ୍ସା ପାଇଁ ଅର୍ଥାଭାବ

ନୂଆଗାଁ,୭।୧୦(ଡି.ଏନ.ଏ.): ମାଆ ଛେଉଣ୍ଡ ବିଶ୍ୱରଞ୍ଜନ ଏବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ବାପାଙ୍କ ହାତରେ ଟଙ୍କା ନାହିଁ। ଏହି ଚିନ୍ତାରେ ପରିବାର ଲୋକେ ଖାଇବା ପିଇବା ଭୁଲି ଗଲେଣି। ପୁଅର ଯନ୍ତ୍ରଣା ଦେଖି ବି ନିରୁପାୟ ଅବସ୍ଥାରେ ବସିଛନ୍ତି ବାପା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡା ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ବିଶ୍ୱରଞ୍ଜନଙ୍କ ଏପରି ଦୁଃଖ ସ୍ଥାନୀୟ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି ।
ସୁବାସଙ୍କ ପରିବାର କହିଲେ ସ୍ତ୍ରୀ, ୨ ଝିଅ ଓ ଏକମାତ୍ର ପୁଅ ବିଶ୍ୱରଞ୍ଜନ। ଏବେ ତାଙ୍କର ବୟସ ୬ ବର୍ଷ । ସୁବାସ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଜମିବାଡ଼ି ନାହିଁ। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ୩ ବର୍ଷ ପୂର୍ବେ ରୋଗରେ ପୀଡ଼ିତ ହେବା ପରେ ବିଶ୍ୱରଞ୍ଜନଙ୍କ ମା’ଙ୍କ ପରଲୋକ ହୋଇଯାଇଛି। ଏପରି ପରିସ୍ଥିତିରେ୨ ଝିଅ ଓ ପୁଅର ବୋଝକୁ ବାପା ସମ୍ଭାଳି ଆସିଛନ୍ତି। ପ୍ରତିଦିନ ରୋଜଗାର ସହିତ ଘରେ ରୋଷେଇ କରି ପିଲାଙ୍କ ମୁହଁରେ ଆହାର ଦେବାକୁ ସେ ଭୁଲନ୍ତି ନାହିଁ । ଏଥିସହିତ ଝିଅ,ପୁଅଙ୍କ ପାଠ ପଢା କଥା ବୁଝିବାକୁ ପଡ଼େ। ହେଲେ ଏତିକିରେ ସୁବାସଙ୍କ ଦୁଃଖ ସରିନାହିଁ। ୩ ମାସ ପୂର୍ବେ ବିଶ୍ୱରଞ୍ଜନଙ୍କୁ ଜ୍ୱର ହୋଇଥିଲା । ତାଙ୍କୁ ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ବି ପୁଅର ଜ୍ୱର ଭଲ ହୋଇ ନ ଥିଲା।  ଏହାପରେ ବିଶ୍ୱରଞ୍ଜନଙ୍କୁ ମହିପୁର ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପୁଅକୁ ଭର୍ତ୍ତି କରାଯାଇଥିଲା। ରୋଗ ଭଲ ହେବା ବଦଳରେ ବଢିବାକୁ ଲାଗିଲା।
ଶେଷରେ ସୁବାସ ଧାରକରଜ କରି ପୁଅକୁ କଟକ ଶିଶୁ ଭବନକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ବିଶ୍ୱରଞ୍ଜନ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଡାକ୍ତର କହିଥିଲେ । ଏହାପରେ ଡାକ୍ତର କିଛି ଦିନ ପାଇଁ ଔଷଧ ଦେଇ ଗାଁକୁ ପଠାଇ ଦେଇଥିଲେ । ଏବେ ବିଶ୍ୱ ରଞ୍ଜନ ଦିନକୁ ଦିନ ଅଧିକ ଦୁର୍ବଳ ହୋଇ ପଡୁଛନ୍ତି। କଷ୍ଟ ଅସହ୍ୟ ହେଉଛି। ସେଥିପାଇଁ ସୁବାସ କିଛିଦିନ ତଳେ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ନେଇଥିଲେ । ଶିଶୁ ମୁଣ୍ଡରେ ପାଣି ଜମିଛି, ଅପରେଶନ କରିବାକୁ ପଡିବ ବୋଲି ଡାକ୍ତରମାନେ କହିଥିଲେ । ହେଲେ ରୋଗୀ ଦେହରେ ରକ୍ତ ନ ଥିବାରୁ ଅପରେଶନ ପୂର୍ବରୁ ରକ୍ତ ଯୋଗାଡ଼ କରିବାକୁ ଡାକ୍ତର କହିଥିଲେ। ଏଥିସହିତ ଅପରେଶନ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପର ପାଖରେ ମୂଲ ଲାଗି ପରିବାର ଚଳାଉଥିବା ସୁବାସ ଟଙ୍କା କେଉଁଠୁ ଯୋଗାଡ଼ କରିବେ ସେହି ଚିନ୍ତାରେ ଅଛନ୍ତି । ପୁଅର ଔଷଧ ବାବଦକୁ ପ୍ରତି ମାସରେ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରି ପରିସ୍ଥିତିରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୭ ମାସରେ ମିଲେଟ ଶକ୍ତି କାଫେ ବନ୍ଦ

ରାଉରକେଲା,୨୨।୮(ସଙ୍ଗୀତା ଜେନା): ମିଲେଟକୁ ମିଲେଟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଚାହିଦା ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରାଯାଉଛି।...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ

ଧାମନଗର,୯।୮(ଡି.ଏନ୍‌.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ...

ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର...

ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ

କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି...

ଫାର୍ମାସିଷ୍ଟଙ୍କ ବଦଳି ବାତିଲ ଦାବି ନେଇ ସିଡିଏମଓଙ୍କୁ ଭେଟିଲେ ସ୍ଥାନୀୟ ବାସିନ୍ଦା

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଅସନ୍ତୋଷ ବଢୁଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସିଡିଏମଓଙ୍କ...

ପ୍ରାଚୀନ ନୌବାଣିଜ୍ୟ ମୂକସାକ୍ଷୀ ଜରାଜୀର୍ଣ୍ଣ

ମହାକାଳପଡ଼ା, ୧୬ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ...

ଭୟ ବଢ଼ାଉଛି ମୃତ୍ୟୁ ହାର

କାମାକ୍ଷାନଗର, ୨୩।୮ (ସୁଧୀର କୁମାର ପରିଡ଼ା): ଏଡ୍‌ସ ଭଳି ମାରାତ୍ମକ ବ୍ୟାଧି ରୋକିବାକୁ ବ୍ୟାପକ ହେଉଛି ସଚେତନତା। ସଭା ସମିତି, ବୈଠକ କରି ରୋଗୀଙ୍କ ପାଖରେ...

ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ

ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ...

Advertisement
Archives

Model This Week