ପଶ୍ଚିମବଙ୍ଗରେ ଗଠନ ହେବ ୭ ନୂଆ ଜିଲା
କୋଲକାତା,୧।୮: ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ସୂଚନା ଦେଇଛନ୍ତି।…
ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୯୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ
ପାରଳାଖେମୁଣ୍ଡି,୧।୮(ଡି.ଏନ୍.ଏ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସୋମବାର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୬ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ ୯୭ହଜାର…
ଶିବସେନାକୁ ଧ୍ୱଂସ କରିବା ଲାଗି କରାଯାଉଛି ଷଡ଼ଯନ୍ତ୍ର
ମୁମ୍ବାଇ,୧।୮: ମନିଲଣ୍ଡରିଂ ମାମଲାରେ ଏମ୍ପି ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ଶିବସେନାକୁ ଧ୍ୱଂସ କରିଦେବାର ଚକ୍ରାନ୍ତ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ଏବେ ପ୍ରତିଶୋଧ ରାଜନୀତି ମାନସିକତା ଚାଲିଛି ବୋଲି ଶିବସେନା ନେତା କହିଛନ୍ତି। ୧.୦୩୪ କୋଟି…
ସ୍ଥିତି ଅନୁଧ୍ୟାନ ଲାଗି ଟାସ୍କଫୋର୍ସ ଗଠନ
ନୂଆଦିଲ୍ଲୀ,୧।୮: ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ସରକାର ଅଧିକ ସଜାଗ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖିବା ଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସଂକ୍ରମଣ ରୋକିବା ଲାଗି କ’ଣ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ…
କ୍ଷମା ମାଗିଲେ କୋଶିଆରୀ
ମୁମ୍ବାଇ,୧।୮: ନିଜ ବୟାନକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ କ୍ଷମା ମାଗିଛନ୍ତି। ଗୁଜୁରାଟ ଏବଂ ରାଜସ୍ଥାନ ସହିତ ମୁମ୍ବାଇକୁ ତୁଳନା କରି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ବିବାଦ ଘେରକୁ ଆସିଥିଲେ। ସେ କହିଥିଲେ, ଯଦି ଗୁଜୁରାଟୀ…
କ୍ୱାର୍ଟରରେ ଅମିତ ପଙ୍ଘାଲ
ବର୍ମିଂହାମ୍,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା। ସେ ଏକ…
ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଶାହା
ନୂଆଦିଲ୍ଲୀ,୧।୮: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ବିଭିନ୍ନ ରାଜ୍ୟରେ ଗଡ଼ ଆହୁରି ମଜଭୁତ କରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏହାପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପାର ପ୍ରଧାନମନ୍ତ୍ରୀ…
ଲୋକ ସଭାରେ କଞ୍ଚା ବାଇଗଣ ଖାଇଲେ ଏମ୍ପି
ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ଏମ୍ପି କାକୋଲି ଘୋଷ ଦସ୍ତିଦାର ଲୋକ ସଭାରେ ମୁଦ୍ରାସ୍ଫୀତିକୁ ବିରୋଧ କରିବା ପାଇଁ ଏକ…
ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସଞ୍ଜୟ ରାଉତ
ମୁମ୍ବାଇ,୧।୮: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ସଞ୍ଜୟଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି। ପଚରାଉଚରା ପାଇଁ ଇଡି ପିଏମ୍ଏଲ୍ଏ କୋର୍ଟରେ ୮ ଦିନିଆ ରିମାଣ୍ଡରେ ନେବାକୁ…
ଲୋକ ସଭାରେ କଂଗ୍ରେସ ଏମ୍ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର
ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନରେ ଲୋକ ସଭାରୁ ଏମ୍ପିଙ୍କ ନିଲମ୍ବନ ଆଦେଶ ସୋମବାର ପ୍ରତ୍ୟାହାର ହୋଇଛି। ଗୃହରେ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ କଂଗ୍ରେସର ଚାରିଜଣ ଏମ୍ପି ଜ୍ୟୋତିମଣି, ରମାୟ ହରିଦାସ, ଏମ୍ ଟାଗୋର, ଟିଏନ୍ ପ୍ରତାପନଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଗୃହ…
‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’
ମୁମ୍ବାଇ,୧।୮: ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏକ ଖବରଦାତା…
ଅନ୍ଲାଇନରେ ଆମେରିକା ପୁଅଙ୍କୁ ବିବାହ କରିବେ ଭାରତୀୟ ଝିଅ: କୋର୍ଟ ଦେଲେ ଅନୁମତି
ଚେନ୍ନାଇ,୧।୮: ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ପାଇଛନ୍ତି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାକୁମାରୀ ନିବାସୀ ଭାସମି ସୁଦର୍ଶନୀଙ୍କ ଅନଲାଇନ ବିବାହକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତିରେ ଉଭୟେ ବହୁତ ଖୁସି ଅଛନ୍ତି। ତିନିଜଣ…
Archives


