ଲଗାଣ ବର୍ଷାରେ ରେଶମ ସହର ପ୍ରଭାବିତ

ବ୍ରହ୍ମପୁର ଅଫିସ,୭।୧୦: ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସହରରେ ଶାରଦୀୟ ପୂଜା ମଧ୍ୟ ପ୍ରଭାବିତ ହୋଇଛି। ସହରରେ ବାଣିଜ୍ୟ ଓ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି ଓ ବହୁ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟପଟେ ସହର ସାରା ରାସ୍ତାରେ ନର୍ଦ୍ଦମା ଓ ବର୍ଷା ଜଳ ପ୍ରବାହିତ ହେଉଛି। ସହର ତଳି ବସ୍ତି ଅଞ୍ଚଳ ଓ ଉପକଣ୍ଠସ୍ଥ କେତେକ ଗ୍ରାମରୁ ଠିକ ଭାବେ ଜଳ ନିଷ୍କାସିତ ହୋଇପାରୁନାହିଁ। ସହର ଉପକଣ୍ଠସ୍ଥ ବଡ଼ ଗୁମୁଳା ଗ୍ରାମ ମୁଖ୍ୟ ରାସ୍ତାଦେଇ ଯାଇଥିବା କେନାଲ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ସେହିପରି ପାଣିଟାଙ୍କିଠାରୁ କନ୍‌ଭେଣ୍ଟ ସ୍କୁଲ, ଲୋଚାପଡ଼ାଠାରୁ ବ୍ରହ୍ମପୁର ଓ ଅନେକ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଛି। ଗାନ୍ଧୀନଗର, ପ୍ରେମନଗର, ବ୍ୟାଙ୍କ କଲୋନୀ, ଗଜପତି ନଗର, ଗୋପାଳପୁର ଛକ, ନୀଳାଚଳ ନଗର, ଶ୍ରୀରାମ ନଗର, ଗୋଦାବରୀଶ ନଗର, ନୂଆବସ୍‌ଷ୍ଟାଣ୍ଡକୁ ଯିବାରାସ୍ତା ଓ ଆସ୍କାରେଡ଼ ଅଞ୍ଚଳରେ ବର୍ଷାଯୋଗୁ ଦୀର୍ଘ ସମୟଧରି ରାସ୍ତା ଉପରେ ନର୍ଦ୍ଦମା ଓ ବର୍ଷା ଜଳ ପ୍ରବାହିତ ହେବା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ରାସ୍ତାରେ ଖାଲ ଖମା ହୋଇ ସେଥିରେ ବର୍ଷାପାଣି ଜମା ହୋଇ ରହିଛି।
ଗୋପାଳପୁର ପାଣିପାଗ କେନ୍ଦ୍ରପକ୍ଷରୁ ଏସ୍‌.କେ.ମୂର୍ତ୍ତିଙ୍କଠାରୁ ମଳିିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୫.୮୮ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଶୁକ୍ରବାର ସକାଳ ୮.୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ା ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟବଣା ହୋଇଛି ‘ବସୁଧା’

ପରଜଙ୍ଗ, ୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଭାଜପା। ବର୍ଷକ ମଧ୍ୟରେ ‘ବସୁଧା’ ଯୋଜନାରେ...

ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ

ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍‌.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍‌ ଏଟିଆର୍‌ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ...

ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ...

ଭୂତଳ ଜଳକୁ ମିଳିବ ବଳ

ଭୁବନ, ୨୩।୭(ଡି.ଏନ୍‌.ଏ.) ସହରାଞ୍ଚଳରେ ଫିଟିବ କର୍ମନିୟୋଜନର ମାର୍ଗ। ବଢ଼ିବ ଶ୍ରମଜୀବୀଙ୍କ ରୋଜଗାର। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ମହିଳା, ସମସ୍ତଙ୍କ ଜୀବିକା ସୁନିଶ୍ଚିତ କରାଯିବ। ସେମାନଙ୍କ ଜୀବନଧାରଣ...

ଅଧିକାରୀ ନାହାନ୍ତି, କାର୍ଯ୍ୟ ବାଧାପ୍ରାପ୍ତ

କୁଜଙ୍ଗ, ୨୯ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧିକାରୀ ନ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଠିକ୍‌ ସମୟରେ ହୋଇପାରୁନାହିଁ।...

ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍‌ପ୍ଲେ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ...

ବୁଲୁଛି ଦନ୍ତା ଲୋକେ ଭୟଭୀତ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ...

Advertisement
Archives

Model This Week