Posted inUncategorized

ଦିଲ୍ଲୀ ଅବକାରୀ ଦୁର୍ନୀତି: ପୁଣି ୩୫ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀରେ ହୋଇଥିବା ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦ ସମେତ ୩୫ଟି ସ୍ଥାନରେ ଚଢାଉ କରୁଛି।
ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ୨୦୨୧-୨୨ର ଏକ୍ସାଇଜ ନୀତି ଅନୁଯାୟୀ ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଛି। ଉଭୟ ସିବିଆଇ ଏବଂ ଇଡି ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଟୁଇଟ୍‌ କରି ଇଡି ଚଢାଉ ଉପରେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ଲେଖିଛନ୍ତି, ୫୦୦ରୁ ଅଧିକ ଚଢ଼ାଉ, ୩ ମାସ ହେବ ୩୦୦ରୁ ଅଧିକ ସିବିଆଇ ଏବଂ ଇଡି ଅଧିକାରୀ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି – ମନୀଷ ସିସୋଡିଆଙ୍କ ବିରୋଧରେ ପ୍ରମାଣ ଖୋଜିବା ପାଇଁ। କିଛି ପାଇପାରୁ ନାହିଁ କାରଣ କିଛି କରାଯାଇ ନାହିଁ। ସେମାନଙ୍କର ଖରାପ ରାଜନୀତି ପାଇଁ ଏତେ ସଂଖ୍ୟକ ଅଧିକାରୀଙ୍କ ସମୟ ନଷ୍ଟ ହେଉଛି। ଏପରି ଦେଶ କିପରି ଅଗ୍ରଗତି କରିବ।
ସେପ୍ଟେମ୍ବର ୧୬ରେ, ଇଡି ୬ଟି ରାଜ୍ୟରେ ୪୦ଟି ସ୍ଥାନ ଉପରେ ଚଢାଉ କରିଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୬ରେ ଇଡି ଅନେକ ରାଜ୍ୟର ସ୍ଥାନ ଉପରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮୩୧୨ କୋଟି ଟଙ୍କା ପୈଠକଲା ଏୟାରଟେଲ୍‌

ନୂଆଦିଲ୍ଲୀ,୧୮।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ ଦେୟ ବାବଦରେ ବୁଧବାର ଭାରତ ସରକାରଙ୍କ ଟେଲିକମ୍‌ ବିଭାଗକୁ ୮୩୧୨.୪ କୋଟି ଟଙ୍କା...

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି...

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ...

ସୀମାରେ ଶାନ୍ତି ଚାହୁଁନି ଚାଇନା

ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ...

ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ

ଗର୍ଭାବସ୍ଥାରେ ଖାଦ୍ୟପେୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହୋଇଥାଏ। ଏ ସମୟରେ ସାମାନ୍ୟ ଅବହେଳା ବି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହି...

ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ...

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।...

ସୀମା ସମସ୍ୟାର ସମାଧାନ ଲୋଡ଼ା

ଦିଲ୍ଲୀପ ଦାଶଶର୍ମା ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି...

Advertisement
Archives

Model This Week