ଘୁମୁସର ବନଖଣ୍ଡରେ ୭୩ ହାତୀ

ଭଞ୍ଜନଗର,୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ପାଇଁ ଦୌନନ୍ଦିନ ରାତିରେ ପାୱାରକଟ୍‌ ହେଉଛି । ଫଳରେ ଛାତ୍ରୀଛାତ୍ରମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍‌ କାଟ୍‌କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବ୍ରାହ୍ମଣସାହି ଅଞ୍ଚଳରେ ୧୭ଟି ହାତୀ ଥିବାବେଳେ ଏହି ରେଞ୍ଜର ଚନ୍ଦ୍ରଗିରିରେ ୧୩ ଓ ଘୋଗଡ଼ ଜଙ୍ଗଲରେ ଆଉ ୧୩ଟି ହାତୀ ଥିବା ଜଣାପଡ଼ିଛି। ସେହିପରିି ଜଗନ୍ନାଥପ୍ରସାଦ ରେଞ୍ଜ ତିରିକୁମ୍ପା, ବନ୍ଥା ଓ ଲୁଣ୍ଡୁରୁପଦର ଅଞ୍ଚଳରେ ୧୭ଟି ହାତୀ ଅଛି। ଗାଲେରି ରେଞ୍ଜର ବାଲିଆପଟା ଅଞ୍ଚଳରେ ଗୋଟିଏ ଦନ୍ତା ଅଛି। ଅନ୍ୟପଟେ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ରେଞ୍ଜ ପଣ୍ଡାଖୋଲ ଅଞ୍ଚଳରେ ୧୨ଟି ହାତୀ ଅଛନ୍ତି। ହାତୀ ସୁରକ୍ଷା ପାଇଁ ବିଗତ ଏକ ସପ୍ତାହ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡର କୋଟିପଡ଼ା, ଗୁଜରାଳି, ବାଲାବାଡ଼ି, ଖଇରପଟି, ହଦସାହି, ତିରିକୁମ୍ପା, ବନ୍ଥା, ଲୁଣ୍ଡୁରୁପଦର ଆଦି ଅଞ୍ଚଳରେ ବିଦ୍ୟୁତ୍‌ କାଟ କରାଯାଇଛି । ହାତୀ ପାଇଁ ବାରମ୍ବାର ପାୱାର କଟ୍‌କୁ ନେଇ ଗତ ୨୪ ତାରିଖରେ ମୁଜାଗଡ଼ବାସୀ ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହାପରଠୁ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ କାଟ କମାଇ ଦିଆଯାଇଛି । ବୁଧବାର ରାତି ପ୍ରାୟ ୯ଟାରେ ବାଇବାଲି ଅଞ୍ଚଳରେ ବିଦ୍ୟୁତ୍‌ ଚାଲିଯାଇଥିଲା। ରାତିତମାମ ଏକାଧିକ ଗ୍ରାମବାସୀ ଅନ୍ଧାରରେ ରହିଥିଲେ । ଉକ୍ତ ଅଞ୍ଚଳରେ ବୁଧବାର ହାତୀ ନ ଥିଲେ ମଧ୍ୟ ଗଛ ପଡ଼ିଯିବା ଯୋଗୁ ପାୱାରକଟ୍‌ ହୋଇଥିଲା । ଗୋଟିଏ ପଟେ ହାତୀ ପାଇଁ ବାରମ୍ବାର ପାୱାରକଟ୍‌ ହେଉଥିବା ବେଳେ ଅନ୍ୟପଟେ ହାତୀ କରିଡ଼ର ଅଞ୍ଚଳ ଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ବାରମ୍ବାର ଦେଖାଦେଉଛି। ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ୍‌ ତାର ଗୁଡ଼ିକୁ କେବୁଲ କରାଗଲେ ଏହି ସମସ୍ୟା ରହିବନାହିଁ । କିନ୍ତୁ ଏ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ଯୋଗୁ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ କହିଛନ୍ତି, ସୋରଡ଼ା ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେଉନାହିଁ । ଅନ୍ୟ ରେଞ୍ଜକୁ ଗଲେ କେତକ ଅଞ୍ଚଳରେ ବିଦ୍ୟୁତ୍‌ କାଟ କରିବାକୁ ପଡ଼ୁଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି, ଭଞ୍ଜନଗରରୁ ଦୁର୍ଗାପ୍ରସାଦ ପର୍ଯ୍ୟନ୍ତ ଯାଇଥିତ୍ବା ବିଦ୍ୟୁତ୍‌ ଲାଇନ୍‌କୁ କେବୁଲ କରିବା ପାଇଁ ୨୯ କୋଟି ଟଙ୍କାର ଏକ ପ୍ରସ୍ତାବ ଯାଇଛି । ପ୍ରସ୍ତାବ ଅନୁମୋଦନ ହେଲେ କାମ ହେବ। ଟାଟା ପାୱାର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ହାତୀ ଆସିଲେ ବିଦ୍ୟୁତ୍‌ କାଟ ହେବ । ଏଥିପାଇଁ ବର୍ତ୍ତମାନ କୈଣସି ବିକଳ୍ପ ବ୍ୟବସ୍ଥା ନାହିଁ । କେବୁଲ କରିବାକୁ ହେଲେ ବିପୁଳ ଅର୍ଥ ଆବଶ୍ୟକ। ଏନେଇ ଉଚ୍ଚସ୍ତରରେ ଆଲୋଚନା ଚାଲିଛି। ବର୍ଷା ଯୋଗୁ କେତକ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍‌ ସେବା ବ୍ୟାହତ ହେଉଛି। କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା କରିଥାନ୍ତି। ଉନ୍ନତମାନର ସେବା ଯୋଗାଇବା ପାଇଁ ଟାଟାପାୱାର ସର୍ବଦା ତପତ୍ର ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?