ଘୁମୁସର ବନଖଣ୍ଡରେ ୭୩ ହାତୀ

ଭଞ୍ଜନଗର,୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ପାଇଁ ଦୌନନ୍ଦିନ ରାତିରେ ପାୱାରକଟ୍‌ ହେଉଛି । ଫଳରେ ଛାତ୍ରୀଛାତ୍ରମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍‌ କାଟ୍‌କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବ୍ରାହ୍ମଣସାହି ଅଞ୍ଚଳରେ ୧୭ଟି ହାତୀ ଥିବାବେଳେ ଏହି ରେଞ୍ଜର ଚନ୍ଦ୍ରଗିରିରେ ୧୩ ଓ ଘୋଗଡ଼ ଜଙ୍ଗଲରେ ଆଉ ୧୩ଟି ହାତୀ ଥିବା ଜଣାପଡ଼ିଛି। ସେହିପରିି ଜଗନ୍ନାଥପ୍ରସାଦ ରେଞ୍ଜ ତିରିକୁମ୍ପା, ବନ୍ଥା ଓ ଲୁଣ୍ଡୁରୁପଦର ଅଞ୍ଚଳରେ ୧୭ଟି ହାତୀ ଅଛି। ଗାଲେରି ରେଞ୍ଜର ବାଲିଆପଟା ଅଞ୍ଚଳରେ ଗୋଟିଏ ଦନ୍ତା ଅଛି। ଅନ୍ୟପଟେ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ରେଞ୍ଜ ପଣ୍ଡାଖୋଲ ଅଞ୍ଚଳରେ ୧୨ଟି ହାତୀ ଅଛନ୍ତି। ହାତୀ ସୁରକ୍ଷା ପାଇଁ ବିଗତ ଏକ ସପ୍ତାହ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡର କୋଟିପଡ଼ା, ଗୁଜରାଳି, ବାଲାବାଡ଼ି, ଖଇରପଟି, ହଦସାହି, ତିରିକୁମ୍ପା, ବନ୍ଥା, ଲୁଣ୍ଡୁରୁପଦର ଆଦି ଅଞ୍ଚଳରେ ବିଦ୍ୟୁତ୍‌ କାଟ କରାଯାଇଛି । ହାତୀ ପାଇଁ ବାରମ୍ବାର ପାୱାର କଟ୍‌କୁ ନେଇ ଗତ ୨୪ ତାରିଖରେ ମୁଜାଗଡ଼ବାସୀ ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହାପରଠୁ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ କାଟ କମାଇ ଦିଆଯାଇଛି । ବୁଧବାର ରାତି ପ୍ରାୟ ୯ଟାରେ ବାଇବାଲି ଅଞ୍ଚଳରେ ବିଦ୍ୟୁତ୍‌ ଚାଲିଯାଇଥିଲା। ରାତିତମାମ ଏକାଧିକ ଗ୍ରାମବାସୀ ଅନ୍ଧାରରେ ରହିଥିଲେ । ଉକ୍ତ ଅଞ୍ଚଳରେ ବୁଧବାର ହାତୀ ନ ଥିଲେ ମଧ୍ୟ ଗଛ ପଡ଼ିଯିବା ଯୋଗୁ ପାୱାରକଟ୍‌ ହୋଇଥିଲା । ଗୋଟିଏ ପଟେ ହାତୀ ପାଇଁ ବାରମ୍ବାର ପାୱାରକଟ୍‌ ହେଉଥିବା ବେଳେ ଅନ୍ୟପଟେ ହାତୀ କରିଡ଼ର ଅଞ୍ଚଳ ଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ବାରମ୍ବାର ଦେଖାଦେଉଛି। ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ୍‌ ତାର ଗୁଡ଼ିକୁ କେବୁଲ କରାଗଲେ ଏହି ସମସ୍ୟା ରହିବନାହିଁ । କିନ୍ତୁ ଏ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ଯୋଗୁ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ କହିଛନ୍ତି, ସୋରଡ଼ା ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେଉନାହିଁ । ଅନ୍ୟ ରେଞ୍ଜକୁ ଗଲେ କେତକ ଅଞ୍ଚଳରେ ବିଦ୍ୟୁତ୍‌ କାଟ କରିବାକୁ ପଡ଼ୁଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି, ଭଞ୍ଜନଗରରୁ ଦୁର୍ଗାପ୍ରସାଦ ପର୍ଯ୍ୟନ୍ତ ଯାଇଥିତ୍ବା ବିଦ୍ୟୁତ୍‌ ଲାଇନ୍‌କୁ କେବୁଲ କରିବା ପାଇଁ ୨୯ କୋଟି ଟଙ୍କାର ଏକ ପ୍ରସ୍ତାବ ଯାଇଛି । ପ୍ରସ୍ତାବ ଅନୁମୋଦନ ହେଲେ କାମ ହେବ। ଟାଟା ପାୱାର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ହାତୀ ଆସିଲେ ବିଦ୍ୟୁତ୍‌ କାଟ ହେବ । ଏଥିପାଇଁ ବର୍ତ୍ତମାନ କୈଣସି ବିକଳ୍ପ ବ୍ୟବସ୍ଥା ନାହିଁ । କେବୁଲ କରିବାକୁ ହେଲେ ବିପୁଳ ଅର୍ଥ ଆବଶ୍ୟକ। ଏନେଇ ଉଚ୍ଚସ୍ତରରେ ଆଲୋଚନା ଚାଲିଛି। ବର୍ଷା ଯୋଗୁ କେତକ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍‌ ସେବା ବ୍ୟାହତ ହେଉଛି। କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା କରିଥାନ୍ତି। ଉନ୍ନତମାନର ସେବା ଯୋଗାଇବା ପାଇଁ ଟାଟାପାୱାର ସର୍ବଦା ତପତ୍ର ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri