ଦେବୀଗଡ଼ାରେ ମା’ଙ୍କୁ ମେଲାଣି

କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଥିଲା। ୨ ବର୍ଷର କୋଭିଡ୍‌ କଟକଣା ପରେ ଏବର୍ଷ ପୁଣି ଭସାଣି ଉତ୍ସବ ଆୟୋଜନ ହୋଇଛି। ଏଥିପାଇଁ କଟକ ସହରରେ ଦେଖିବାକୁ ମିଳିଥିଲା ଆଉ ଏକ ଉତ୍ସବର ପରିବେଶ। କେତେକ ସ୍ଥାନରେ ବୁଧବାର ରାତିରୁ ମା’ଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଉକ୍ତ ରାତିରେ ୯ଟି ମେଢ ଶୋଭାଯାତ୍ରାରେ ଯାଇ କାଠଯୋଡିର ଦେବୀଗଡାଠାରେ ବିସର୍ଜନ କରାଯାଇଥିବା ଜଣାପଡିଛି। ଗୁରୁବାର ସକାଳୁ ପୁଣି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମଣ୍ଡପରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇଥିଲା। ହେଲେ ଏଥିରେ ବର୍ଷା ବାଧକ ସାଜିଥିଲା। ବର୍ଷା ଯୋଗୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜରି ଘୋଡାଇ ନିଆଯାଇଥିଲା। ବର୍ଷା ଲାଗି ରହିବାରୁ ଲୋକଙ୍କ ଉତ୍ସାହ କମିବାରେ ଲାଗିଥିଲା। ହେଲେ ସନ୍ଧ୍ୟାରେ ବର୍ଷା କମିବାରୁ ଲୋକଙ୍କ ଭିଡ଼ ଜମିବା ସହ ଉତ୍ସାହ ବଢିଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା କଟକ ସହର। ବିଭିନ୍ନ ସ୍ଥାନରେ ଦଳମତ ନିର୍ବିଶେଷରେ ମେଢଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭସାଣି ପାଇଁ ଦେବୀଗଡାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଉକ୍ତ ପୋଖରୀରେ ମେଢଗୁଡିକୁ ବିସର୍ଜନ କରାଯାଇଛି। ରିପୋର୍ଟ ଲେଖାଯିବାବେଳକୁ ୬୦ଟି ମେଢ ବିସର୍ଜିତ ହୋଇଥିବା ଜଣାପଡିଛି।
ଚଳିତବର୍ଷ ଦଶହରା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମୋଟ୍‌ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ୬ ଜଣ ଅତିରିକ୍ତ ଡିସିପି, ୪୦ ଜଣ ଡିଏସ୍‌ପି/ଏସିପି, ୫୫ ଜଣ ଆଇଆଇସି, ୨୯୭ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୪୦ ମହିଳା ପୋଲିସ ଅଧିକାରୀ, ୨୦ ପିସିଆର୍‌, ୩ ସ୍ବତନ୍ତ୍ର ମୋବାଇଲ ଟିମ୍‌କୁ ମୁତୟନ କରାଯାଇଥିଲା। ଏଥିସହ ସହରର ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଥିଲା। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପିନାକ ମିଶ୍ର, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଡିଜିପି ସୁନୀଲ ବଂଶଲ ମଧ୍ୟ ନିୟମିତ ଭାବେ କଟକ ଡିସିପି ଓ କମିଶନରଙ୍କ ସହ ଯୋଗାଯୋଗ ରକ୍ଷା କରି ପରିସ୍ଥିତି ଉପରେ ନଜର ରଖିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ବ୍ୟବହାର ପାଇଁ ଉପକରଣ, ବୋଟ୍‌, ଲାଇଫ ଜ୍ୟାକେଟ୍‌ ଆଦି ପ୍ରସ୍ତୁତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ...

ଶିଳ୍ପାନୁଷ୍ଠାନର ପାଣି ପାଇପ ପାଇଁ ଗଛ କଟା

କଳିଙ୍ଗନଗର,୧୧ା୮(ଶୁଭାଶିଷ ରାଉତ): କିଛି ମାସ ତଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ପଙ୍କପାଳସ୍ଥିତ ଇଡ୍‌କୋ ପମ୍ପ ହାଉସ ନିକଟରେ ଅନେକ ଗଛ କଟାଯାଇଥିଲା। ବନ ବିଭାଗ...

ନୁନୁକାପଶିରେ ଲୋ ଭୋଲଟେଜ୍‌ ସମସ୍ୟା: ସମାଧାନ ନ ହେଲେ ଆନ୍ଦୋଳନ

ବଇଣ୍ଡା,୬।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ଗ୍ରାମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ପୁରୁଣା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ...

୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ...

ଏନ୍‌ଏଚ୍‌ରେ ଜଳିଗଲା ଟ୍ରକ୍‌

କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ରାଜବାଟୀ ନିକଟରେ ଏନ୍‌ଏଚ୍‌ ୨୦ରେ ଏକ ଟ୍ରକର ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଯିବାରୁ ଏହା ଜଳିଯାଇଥିବା ଜଣାପଡ଼ିଛି। ଶୁକ୍ରବାର ମଧ୍ୟରାତ୍ରିରେ...

ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ...

ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ...

Advertisement
Archives

Model This Week