ଅନୁମତି ମିଳୁ ଅବା ନମିଳୁ ଶିବାଜୀ ପାର୍କରେ କରିବୁ ଦଶହରା ରାଲି, ଉଦ୍ଧବ ସମର୍ଥକଙ୍କ ଘୋଷଣା…
ମୁମ୍ବାଇ, ୨୦।୯ : ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ପକ୍ଷରୁ ମଙ୍ଗଳବାର ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀଙ୍କୁ ଉଦ୍ଦେଶ୍ୟରେ ଉଦ୍ଧବଙ୍କ ସମର୍ଥକଙ୍କ ପକ୍ଷରୁ କୁହାଯାଇଛି ଯେ, ଅନୁମତି ମିଳୁ ଅବା ନମିଳୁ…
ଆମ ବିରୋଧରେ ଅଣାଯାଇଛି ମିଥ୍ୟା ଅଭିଯୋଗ: ଅଜିତ ପାଓ୍ବାର…
ମୁମ୍ବାଇ, ୨୦।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତି ବନ୍ଦ ହେବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ମହାବିକାଶ ଆଘାଡ଼ି (ଏମଭିଏ )ସରକାରଙ୍କ କାରଣରୁ ଏହି ପ୍ରକଳ୍ପ ଗୁଜରାଟକୁ ଯାଇଥିବା ଭାଜପା ନେତାମାନେ ଅଭିଯୋଗ କରିଛନ୍ତି। ବିଧାନସଭାରେ ବିରୋଧୀ ଦଳର…
ରାଣେଙ୍କୁ ଝଟ୍କା, ବଙ୍ଗଳାର ବେଆଇନ ନିର୍ମାଣ ୨ ସପ୍ତାହରେ ଭାଙ୍ଗିବାକୁ ହାଇକୋର୍ଟଙ୍କ ନୋଟିସ…
ମୁମ୍ବାଇ, ୨୦।୯ : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇର ଜୁହୁ ଅଞ୍ଚଳରେ ନାରାୟଣ ରାଣେଙ୍କ ବଙ୍ଗଳା ଭାଙ୍ଗିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହି ବେଆଇନ…
ଜମ୍ମୁ-କଶ୍ମୀରର ସୁଫି ପରମ୍ପରାକୁ ନଷ୍ଟ କରିଛି ଭାଜପା: ମେହବୁବାଙ୍କ ଅଭିଯୋଗ…
ଶ୍ରୀନଗର, ୨୦।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି ମଙ୍ଗଳବାର ଭାଜପା ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଧାର୍ମିକ ତଥା ସୁଫି ପରମ୍ପରାକୁ ଭାଜପା ନଷ୍ଟ କରି ଦେଇଥିବା ସେ ଅଭିଯୋଗ…
ସବକା ସାଥ୍-ସବକା ବିଶ୍ୱାସ ଭାଜପାକୁ ଅନ୍ୟ ଦଳଠାରୁ ପୃଥକ କରୁଛି: ପ୍ରଧାନମନ୍ତ୍ରୀ…
ଗାନ୍ଧିନଗର, ୨୦।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଶାସିତ ମ୍ୟୁନିସିପାଲିଟି କର୍ପୋରେଶନର ମେୟରମାନଙ୍କୁ ସେମାନଙ୍କ ସହରର ସର୍ବଦଳୀୟ ବିକାଶ ପାଇଁ ଯୋଜନା କରିବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରତିନିଧୀଙ୍କ ଚିନ୍ତାଧାରା…
ହିଜାବ୍ ଇସଲାମର ଅନିବାର୍ଯ୍ୟ ଅଂଶ ନୁହେଁ, କହିଲେ ସରକାର…
ନୂଆଦିଲ୍ଲୀ, ୨୦।୯ : ମଙ୍ଗଳବାର ସୁପ୍ରିମକୋର୍ଟରେ କର୍ନାଟକ ହାଇକୋର୍ଟଙ୍କ ଶିକ୍ଷାନୁଷ୍ଠାନରେ ହିଜାବ୍କୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ପିଟିଶନଗୁଡ଼ିକର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତରେ ଶୁଣାଣିର ଅଷ୍ଟମ ଦିନରେ କର୍ନାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି…
ମାନ୍ଙ୍କ ଘଟଣାର ହେବ ଯାଞ୍ଚ୍, କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ…
ନୂଆଦିଲ୍ଲୀ, ୨୦।୯ : ମଦ୍ୟପାନ ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଜର୍ମାନରେ ଲୁଫଥାନ୍ସା ଏୟାର ଲାଇନ୍ସ ବିମାନ ଅବତରଣ କରିବା ଘଟଣାର ଯାଞ୍ଚ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ ଏହି…
ମାୟାବତୀଙ୍କ ଟୁଇଟ୍ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି…
ଲକ୍ଷ୍ନୌ, ୨୦।୯ : ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଆଇନ ଶୃଙ୍ଖଳା, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ…
କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…
ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ ଭଳି ରହିବାକୁ ପଡ଼ିବ। ଭାରତ ନିଜ ଉପରେ ବିଶ୍ୱାସ କରିବା ଉଚିତ । ଯଦି…
ବୈବାହିକ ପରମ୍ପରାରେ ମୂଳ ଉଦ୍ଦେଶ୍ୟ ପରିବାର ବୃଦ୍ଧି, ହାଇକୋର୍ଟଙ୍କ ଟିପ୍ପଣୀ…
ଚେନ୍ନାଇ,୨୦।୯ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସନ୍ତାନ ପ୍ରସବ କରିବା। ଜଷ୍ଟିସ କୃଷ୍ଣନ ରାମାସ୍ବାମୀ ଦମ୍ପତିଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶୁଣାଣି କରି ଏଭଳି…
ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…
ନୂଆଦିଲ୍ଲୀ, ୨୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୭ ହଜାର ଉପରେ ରହିଛି। ଗତ…
୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍
ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ ସିନେମା ହଲ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସ୍ବର୍ଗତ ଅଭିନେତା ଶ୍ୟାମି କପୁରଙ୍କୁ…

