ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ ହେଲେ ମାମଲା ରୁଜୁ କରି ଗିରଫ କରିବାକୁ ଭୟ ଦେଖାଉଥିଲେ। ପୋଲିସ କର୍ମଚାରୀଙ୍କ ଏଭଳି କାର୍‌ନାମାକୁ ଲୁଚାଇବା ସହ ଅଭିଯୋଗକୁ ଚାପି ଦେଇଥିଲା ବଡ଼ଗଡ଼ ଥାନା ପୋଲିସ। ଶେଷରେ ପୀଡିତା ନେତ୍ରୀ ଡିସିପି ଶର୍ବଣା ବିବେକଙ୍କୁ ଭେଟି ଘଟଣା ଜଣାଇବା ପରେ ଅଭିଯୁକ୍ତ ପୋଲିସକୁ ଗିରଫ କରାଯାଇଛି। ସେ ହେଲେ ବଡ଼ଗଡ଼ ଥାନା ପିସିଆର୍‌ରେ କାମ କରୁଥିବା ହାବିଲ୍‌ଦାର ତାପସ ପ୍ରଧାନ। ଏନେଇ ବଡ଼ଗଡ଼ ଥାନାରେ ତାପସଙ୍କ ବିରୋଧରେ ବିଏନ୍‌ଏସ୍‌ ଧାରା ୭୫(୨), ୪୮, ୭୯, ୩୫୧(୨) ଓ ଏସ୍‌ଟି/ଏସି ଆକ୍ଟରେ ଏକ ମାମଲା (ନଂ.୭୫୮/୨୬) ରୁଜୁ କରାଯାଇଛି। କୋର୍ଟ ଚାଲାଣ ପରେ ଅଭିଯୁକ୍ତ ତାପସଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ, ବଡ଼ଗଡ଼ ଥାନାଞ୍ଚଳରେ ପରିବାର ସହ ରହୁଥିବା ପୀଡିତା ନେତ୍ରୀ ସମସ୍ୟାରେ ପଡ଼ି ୧୧୨କୁ ଫୋନ୍‌ କରିଥିଲେ। କଣ୍ଟ୍ରୋଲ ରୁମ୍‌ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ପିସିଆର ଭ୍ୟାନ୍‌କୁ ଉକ୍ତ ମହିଳାଙ୍କୁ ସହଯୋଗ କରିବାକୁ ପଠାଇଥିଲେ। ସେଦିନ ଉକ୍ତ ପିସିଆର ଭ୍ୟାନ୍‌ରେ ହାବିଲ୍‌ଦାର ତାପସଙ୍କ ଡ୍ୟୁଟି ପଡ଼ିଥିଲା। ସେ ଘଟଣା ସ୍ଥଳକୁ ଯାଇ ତାଙ୍କୁ ସହଯୋଗ କରିବା ସହ ଫୋନ୍‌ ନମ୍ବର ଆଣିଥିଲେ। ସେବେଠୁ ସେ ଉକ୍ତ ନେତ୍ରୀଙ୍କୁ ବାରମ୍ବାର ଫୋନ୍‌ କରି ପ୍ରେମ ନିବେଦନ କରୁଥିଲେ। ଧମକ ଦେଇ କଥା ହେବା ସହ ମାନସିକ ନିର୍ଯାତନା ଦେଉଥିଲେ। ସେ ତାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ଏହି ସମୟରେ ତାପସ ନେତ୍ରୀଙ୍କ ଉଲଗ୍ନ ଅବସ୍ଥାର ଭିଡିଓ ରେକର୍ଡିଂ କରି ନିଜ ମୋବାଇଲ୍‌ରେ ରଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବ୍ଲାକ୍‌ମେଲିଂ କରି ହଇରାଣ କରୁଥିଲେ। ତାଙ୍କୁ ବିଭିନ୍ନ ହୋଟେଲ, ଲଜ୍‌ ଏବଂ ନିରୋଳା ସ୍ଥାନକୁ ଡାକୁଥିଲେ। ସେ ଯିବାକୁ ମନା କଲେ ଭିଡିଓ ଭାଇରାଲ କରିଦେବା ଧମକ ଦେଉଥିଲେ। ନିର୍ଯାତନା ଅଧିକ ହେବାରୁ ନେତ୍ରୀ ଜଙ୍କେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ହେଲେ ବଡ଼ଗଡ଼ ପୋଲିସ ପୀଡିତା ନେତ୍ରୀଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ନ୍ୟାୟ ପାଇଁ ନେତ୍ରୀ ଜଣଙ୍କ ଥାନାକୁ ଗଲେ ବିଭିନ୍ନ ବାହାନା ଦେଖାଇ ତଡ଼ି ଦିଆଯାଉଥିଲା। ଶେଷରେ ପୀଡିତା ଡିସିପି ଶର୍ବଣା ବିବେକ ଏମ୍‌ଙ୍କୁ ଭେଟିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ହାବିଲଦାରଙ୍କୁ ରବିବାର ଗିରଫ କରାଯାଇଛି। ଗିରଫର ୨୪ ଘଣ୍ଟା ଭିତରେ ତାଙ୍କୁ ନିଲମ୍ବନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୋଗ ରଖି ନ ଥିବା ଓ ଥାନାରୁ ପୀଡିତାଙ୍କୁ ତଡି ଦେଇଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୀଡିତାଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?