Posted inଜାତୀୟ

କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…

ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ ଭଳି ରହିବାକୁ ପଡ଼ିବ। ଭାରତ ନିଜ ଉପରେ ବିଶ୍ୱାସ କରିବା ଉଚିତ । ଯଦି ଆମେ ଚାଇନା, ରୁଷିଆ, ଆମେରିକା ହେବାକୁ ଚେଷ୍ଟା କରୁ, ତା’ହେଲେ ସେମାନଙ୍କୁ ଅନୁକରଣ କରିବାକୁ ପଡ଼ିବ। କିନ୍ତୁ ତାହା ଦ୍ୱାରା ଭାରତର ବିକାଶ ହେବ ନାହିଁ। ଭାରତର ଇତିହାସ, ଏହାର ଧନ ଏବଂ ଯୁଦ୍ଧ ଗୌରବକୁ କ୍ରମାଗତ ଭାବରେ ଭୁଲ ଭାବରେ ଉପସ୍ଥାପନ କରୁଥିବା ଲୋକଙ୍କୁ ବିଶ୍ୱାସ କରିବା ଏକ ଭୁଲ ଥିଲା। ବିକାଶର ଦୀର୍ଘମିଆଦି ଲକ୍ଷ୍ୟ ହାସଲ କରିବା ପାଇଁ ଭୌଗୋଳିକ ଜ୍ଞାନ ଏବଂ ଇତିହାସ ଉପରେ ଗର୍ବ କରିବା ଜରୁରୀ।

ସୋମବାର ମହାଭାରତ ସହିତ ସଂଯୋଗ( କନେକଶନ ଓ୍ବିଥ୍‌ ଦ ମହାଭାରତ) ପୁସ୍ତକର ଉନ୍ମୋଚନ କରି ଭାଗଓ୍ବତ ଏହା କହିଛନ୍ତି। ସେ କହିଛନ୍ତି, ’କିଛି ଲୋକ ଆମ ଦେଶ, ଆମର ଇତିହାସ ଭୁଲିଯିବାକୁ ଚେଷ୍ଟା କରିଥିଲେ। ସେମାନେ ଆମକୁ କହୁଥିଲେ ଯେ ଆମ ଇତିହାସରେ କିଛି ନାହିଁ୍‌। ସେମାନେ ଆମର ଶାସ୍ତ୍ରଗୁଡ଼ିକୁ ଭୁଲ ଭାବେ ଉପସ୍ଥାପନ କରୁଥିଲେ । ଏହିପରି ଲୋକମାନେ ଏପରି କଥା କହୁଥିଲେ କାରଣ ସେମାନଙ୍କୁ ସ୍ବାର୍ଥ ପୂରଣ ହେଉଥିଲା।

ଭାଗବତ କହିଛନ୍ତି ଯେ ଆମର ଗାଡି ବର୍ତ୍ତମାନ ବିକାଶ ଆଡକୁ ମୁହାଁଇଛି ଏବଂ ଆମେ ସେ ଆଡକୁ ଯାଉଛୁ। ଏଥିପାଇଁ ଆମକୁ ଏକ ଲମ୍ବା ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡିବ ଏବଂ ଏହା ଉପରେ ଆଗକୁ ବଢ଼ିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦ୍‌ରେ ଅଡ଼ିବସିଲେ ଗେହଲଟ୍‌

ଜୟପୁର,୨୯।୭: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର ରାଜସ୍ଥାନର ଗେହଲଟ୍‌ ସରକାର ରାଜ୍ୟପାଳ କଲରାଜ୍‌ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେବା ସହ ଜୁଲାଇ ୩୧ରେ...

ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ...

ଗେହଲୋଟ-ପାଇଲଟଙ୍କ ସହ ଏକ ଘଣ୍ଟା ଧରି ଏକେଲା ବୈଠକ କଲେ ରାହୁଲ

ଜୟପୁର,୨୦ ।୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ରାଜସ୍ଥାନରେ ଚାଲିଛି । ଏଠାରେ ଏହି ଯାତ୍ରା ପ୍ରାୟ ୫୦୦ କିଲୋମିଟର ପଥ ଅତିକ୍ରମ...

ଭାରତ ପାଇଁ ଐତିହାସିକ ମୂହୂର୍ତ୍ତ: ପି. କେ. ମିଶ୍ର

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଗୁରୁବାର ଭାରତର ଜି -୨୦ ଅଧ୍ୟକ୍ଷତାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ଅଭିହିତ କରିଛନ୍ତି।...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦...

ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ

ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା...

ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ଫୋନ୍‌ ଛଡ଼ାଇନେଲେ ଏହି ସୁପରଷ୍ଟାର: କାରଣ ଜାଣିଲେ…

ନୂଆଦିଲ୍ଲୀ,୭।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ସୁପରଷ୍ଟାରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ବିଜୟ, ଅଜିତ କୁମାର, କମଲ ହାସନ, ଶ୍ରୁତି...

Advertisement
Archives

Model This Week