ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆୟୁଷ୍ମାନ କାର୍ଡକୁ ନେଇ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ଘରୋଇ ହସ୍ପିଟାଲରେ ଆଇସିୟୁ ସହ ଭେଣ୍ଟିଲେଟର ନ ଥିବ, ସେଠାରେ କାର୍ଡରେ ଅପରେଶନ ହୋଇପାରିବ ନାହିଁ । ଏପରିକି ଆୟୁଷ୍ମାନ ଯୋଜନା ଅଧୀନରେ ହେଉଥିବା ସର୍ଜରି ପାଇଁ ଆର୍ଥିକ ପ୍ୟାକେଜ ମିଳିବ ନାହିଁ, କିମ୍ବା ଆୟୁଷ୍ମାନ ପୋର୍ଟାଲ କାମ କରିବ ନାହିଁ । ତେଣୁ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆୟୁଷ୍ମାନ କାର୍ଡ ଲାଗୁଥିବା ଘରୋଇ ହସ୍ପିଟାଲଗୁଡିକ ନିଜର ଏହି ସୁବିଧା ଅଛି କି ନାହିଁ ତାହା ଆୟୁଷ୍ମାନ ଭାରତ ପୋର୍ଟାଲରେ ଅପଲୋଡ୍‌ କରିବେ। ନଚେତ ନଭେମ୍ବର ପହିଲାରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆୟୁଷ୍ମାନ ସୁବିଧାରୁ ସମ୍ପୃକ୍ତ ହସ୍ପିଟାଲକୁ ବାଦ୍‌ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବିଭାଗର ଏଭଳି ନିର୍ଦ୍ଦେଶନାମା ପରେ ଘରୋଇ ମେଡିକାଲ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ କମ୍‌ ସମୟ ଭିତରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଅସମ୍ଭବ ବୋଲି କହିଛି। ଏଥିସହ ରୋଗୀ ଓ ସମ୍ପର୍କୀୟ ମଧ୍ୟ ଚିକିତ୍ସା ସେବାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଛି। ଆୟୁଷ୍ମାନ ଭାରତ ପିଏମ୍‌ଜେଏଓ୍ବାଇ ଏବଂ ଜିଜେଏଓ୍ବାଇ ଯୋଜନାରେ ସର୍ଜରି କରୁଥିବା ହସ୍ପିଟାଲ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ କେତେକ ଘରୋଇ ହସ୍ପିଟାଲ ଏବେ ଅକଳରେ ପଡ଼ି ଅଳ୍ପ ସମୟ ମଧ୍ୟରେ ଭିତ୍ତିଭୂମି ଛିଡ଼ା କରାଇବା ଅସମ୍ଭବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଅନେକ ସମୟରେ ନିର୍ଦ୍ଦିଷ୍ଟ ସର୍ଜରି ପାଇଁ ଆବଶ୍ୟକ ଆଇସିୟୁ କିମ୍ବା ପୋଷ୍ଟ-ଅପରେଟିଭ ଯତ୍ନ ବ୍ୟବସ୍ଥା ଜରୁରୀ। କାରଣ ଅସ୍ତ୍ରୋପଚାର ପରେ କେଉଁ ରୋଗୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ ତ କାହାର ରକ୍ତଚାପ ହ୍ରାସ ପାଇପାରେ। ବେଳେବେଳେ ଅତ୍ୟଧିକ ରକ୍ତସ୍ରାବର ଆଶଙ୍କା ବି ଥାଏ। କିମ୍ବା ହୃଦ୍‌ରୋଗଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ଆବଶ୍ୟକ ଭିତ୍ତିଭୂମି, ଚିକିତ୍ସା ଉପକରଣ ଓ ଅପରେଶନ ପରବର୍ତ୍ତୀ ଆଇସିୟୁ ଯତ୍ନ ବ୍ୟବସ୍ଥା ଜରୁରୀ। ତେବେ ଏକାଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ନ ଥାଇ ମଧ୍ୟ ଅପରେଶନ କରାଯାଉଛି। ଏହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଥିବା ଜଣେ ଅଧିକାରୀ କହିଛନ୍ତି। ରାଜ୍ୟରେ ଏବେ ପ୍ରାୟ ୮ଶହ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ ଯୋଜନା କାର୍ଯ୍ୟ କରୁଥିବାବେଳେ ଅନେକ ହସ୍ପିଟାଲରେ ଉପରୋକ୍ତ ବ୍ୟବସ୍ଥା ନ ଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?