Posted inଜାତୀୟ

ମାନ୍‌ଙ୍କ ଘଟଣାର ହେବ ଯାଞ୍ଚ୍‌, କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ନୂଆଦିଲ୍ଲୀ, ୨୦।୯ : ମଦ୍ୟପାନ ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଜର୍ମାନରେ ଲୁଫଥାନ୍ସା ଏୟାର ଲାଇନ୍ସ ବିମାନ ଅବତରଣ କରିବା ଘଟଣାର ଯାଞ୍ଚ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ ଏହି ଘଟଣା ଆମ ମାଟିରେ ନୁହେଁ ବରଂ ବିଦେଶରେ ଘଟିଛି, ତେଣୁ ଆମକୁ ଘଟଣାର ଅନୁସନ୍ଧାନ କରିବାକୁ ପଡିବ।

ସୋମବାର ଖବର ଆସିଥିଲା ଯେ ମାନ୍‌ଙ୍କର ମଦ୍ୟପାନ ଯୋଗୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀକୁ ଆସୁଥିବା ଏକ ଲୁଫଥାନ୍ସ ା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଏହି ବିଷୟରେ ପଚରାଯିବାରୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଲୁଫଥାନ୍ସାଠାରୁ ସୂଚନା ଲୋଡ଼ା ଯାଇଛି। ଏହାକୁ ଉପଲବ୍ଧ କରାଇବା କମ୍ପାନୀ ନିର୍ଭର କରେ। ମୋତେ ପଠାଯାଇଥିବା ଅନୁରୋଧକୁ ଆଧାର କରି ଏହି ଘଟଣାର ଅନୁସନ୍ଧାନ କରାଯିବ।

ତେବେ ଏହି ଘଟଣା ନେଇ ଆଲୋଚନା ହେବା ପରେ ଲୁଫଥାନା୍ସ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି। ଆଗାମୀ ବିମାନ ଏବଂ ବିମାନ ପରିବର୍ତ୍ତନରେ ବିଳମ୍ବ ଯୋଗୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଯାତ୍ରାରେ ବିଳମ୍ବ ହୋଇଛି ବୋଲି କମ୍ପାନୀ କହିଛି।

ଅପରପକ୍ଷରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କୁ ଲୁଫଥାନ୍ସାରୁ ତଥ୍ୟ ସଂଗ୍ରହ କରି ଏହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ପଞ୍ଜାବର ବିରୋଧୀ ଦଳ ଶିରୋମଣି ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଜର୍ମାନ ଏୟାରଲାଇନ୍ସର ବିମାନ ଉଡାଡ଼ରେ ବିଳମ୍ବ ହୋଇଥିଲା କାରଣ ଜଣେ ଯାତ୍ରୀ ମଦ୍ୟପାନ କରି ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଅକାଳୀ ନେତା ସୁଖବୀର ସିଂ ବାଦଲ, ତାଙ୍କ ସ୍ତ୍ରୀ ହରିସିମରନ କୌର ବାଦଲ ଏବଂ କଂଗ୍ରେସ ନେତା ବାଜୱା ଅଭିଯୋଗ କରିଛନ୍ତି ଯେ ବିମାନରୁ ଓହ୍ଲାଇଥିବା ଯାତ୍ରୀ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ଏହି ନେତାମାନେ ତାଙ୍କ ଇସ୍ତଫା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?