Posted inଜାତୀୟ

ମାନ୍‌ଙ୍କ ଘଟଣାର ହେବ ଯାଞ୍ଚ୍‌, କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ନୂଆଦିଲ୍ଲୀ, ୨୦।୯ : ମଦ୍ୟପାନ ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଜର୍ମାନରେ ଲୁଫଥାନ୍ସା ଏୟାର ଲାଇନ୍ସ ବିମାନ ଅବତରଣ କରିବା ଘଟଣାର ଯାଞ୍ଚ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ ଏହି ଘଟଣା ଆମ ମାଟିରେ ନୁହେଁ ବରଂ ବିଦେଶରେ ଘଟିଛି, ତେଣୁ ଆମକୁ ଘଟଣାର ଅନୁସନ୍ଧାନ କରିବାକୁ ପଡିବ।

ସୋମବାର ଖବର ଆସିଥିଲା ଯେ ମାନ୍‌ଙ୍କର ମଦ୍ୟପାନ ଯୋଗୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀକୁ ଆସୁଥିବା ଏକ ଲୁଫଥାନ୍ସ ା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଏହି ବିଷୟରେ ପଚରାଯିବାରୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଲୁଫଥାନ୍ସାଠାରୁ ସୂଚନା ଲୋଡ଼ା ଯାଇଛି। ଏହାକୁ ଉପଲବ୍ଧ କରାଇବା କମ୍ପାନୀ ନିର୍ଭର କରେ। ମୋତେ ପଠାଯାଇଥିବା ଅନୁରୋଧକୁ ଆଧାର କରି ଏହି ଘଟଣାର ଅନୁସନ୍ଧାନ କରାଯିବ।

ତେବେ ଏହି ଘଟଣା ନେଇ ଆଲୋଚନା ହେବା ପରେ ଲୁଫଥାନା୍ସ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି। ଆଗାମୀ ବିମାନ ଏବଂ ବିମାନ ପରିବର୍ତ୍ତନରେ ବିଳମ୍ବ ଯୋଗୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଯାତ୍ରାରେ ବିଳମ୍ବ ହୋଇଛି ବୋଲି କମ୍ପାନୀ କହିଛି।

ଅପରପକ୍ଷରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କୁ ଲୁଫଥାନ୍ସାରୁ ତଥ୍ୟ ସଂଗ୍ରହ କରି ଏହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ପଞ୍ଜାବର ବିରୋଧୀ ଦଳ ଶିରୋମଣି ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଜର୍ମାନ ଏୟାରଲାଇନ୍ସର ବିମାନ ଉଡାଡ଼ରେ ବିଳମ୍ବ ହୋଇଥିଲା କାରଣ ଜଣେ ଯାତ୍ରୀ ମଦ୍ୟପାନ କରି ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଅକାଳୀ ନେତା ସୁଖବୀର ସିଂ ବାଦଲ, ତାଙ୍କ ସ୍ତ୍ରୀ ହରିସିମରନ କୌର ବାଦଲ ଏବଂ କଂଗ୍ରେସ ନେତା ବାଜୱା ଅଭିଯୋଗ କରିଛନ୍ତି ଯେ ବିମାନରୁ ଓହ୍ଲାଇଥିବା ଯାତ୍ରୀ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ଏହି ନେତାମାନେ ତାଙ୍କ ଇସ୍ତଫା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ସହ ପୋଲିସର ଦୁର୍ବବ୍ୟବହାର ଗଣତନ୍ତ୍ରର ବଳାତ୍କାର: ସଞ୍ଜୟ

ମୁମ୍ବାଇ,୨ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଯେଉଁଭଳି ଦୁର୍ବବ୍ୟବହାର କରିଛି ତାକୁ ଶିବସେନା ନେତା ସଞ୍ଜୟ ରାଉତ...

ଆଜି ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବାଜିପାରେ ବିଗୁଲ

ନୂଆଦିଲ୍ଲୀ,୧୪।୧୦: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିପାରେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଛି।...

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ...

ପୁଣି କଂଗ୍ରେସକୁ ଫେରିଲେ ଜମ୍ମୁ-କଶ୍ମୀରର ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ଜମ୍ମୁ-କଶ୍ମୀରର ଅନେକ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସରୁ...

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା କଲେ ଏମିତି କାଣ୍ଡ; ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍‌...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ମାଓବାଦୀ ନିହତ

ରାୟପୁର,୧୪।୭: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦନ୍ତେ ଓ୍ବାଡ଼ା ଜିଲାର ଗୁମିୟାପାଲ ଗାଁ ନିକଟରେ ଥିବା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା...

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତୀୟ ସେନା: ୪ ପାକ୍‌ ସେନା ନିହତ

ପୁଞ୍ଛ,୨୭।୧୨: ଭାରତ ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏନେଇ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଏଥିରେ...

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ...

Advertisement
Archives

Model This Week