ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ ଓ ନିର୍ଭୁଲ୍‌ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ। ଭୋଟର ତାଲିକାରେ ଏକାଧିକ ଥର ନାମ ରହିବା, ପୁରୁଣା ତଥ୍ୟ ଅପ୍‌ଡେଟ୍‌ ନ ହେବା ଏବଂ ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ନ ହଟିବା ଦ୍ୱାରା ଏହାର ନିର୍ଭୁଲତା ଓ ବିଶ୍ୱସନୀୟତା ପ୍ରଭାବିତ ହୋଇପାରେ। ତେଣୁ ଭୋଟର ତାଲିକାକୁ ନିର୍ଭରଯୋଗ୍ୟ ରଖିବା କେବଳ ଏକ ପ୍ରଶାସନିକ ଆବଶ୍ୟକତା ନୁହେଁ ବରଂ ନିର୍ବାଚନୀ ବ୍ୟବସ୍ଥାର ପବିତ୍ରତା ବଜାୟ ରଖିବା ଏବଂ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଏକ ଅତ୍ୟାବଶ୍ୟକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟାର ଗୁରୁତ୍ୱ ଉପରେ ଆଲୋକପାତକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋଟର ତାଲିକାରେ ପ୍ରକୃତ ଯୋଗ୍ୟ ଭୋଟରଙ୍କ ନାମ ଯେପରି ଠିକ୍‌ ଭାବେ ପ୍ରତିଫଳିତ ହୁଏ ତାହା ସୁନିଶ୍ଚିତ କରିବାରେ ଏହି ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ଭୋଟର ତାଲିକାରେ ଥିବା ଅସଙ୍ଗତି ଚିହ୍ନଟ କରିବା, ଏକାଧିକ ସ୍ଥାନରେ ଥିବା ନାମକୁ ହଟାଇବା, ମୃତ୍ୟୁ କିମ୍ବା ବାସସ୍ଥାନ ପରିବର୍ତ୍ତନ ହେତୁ ତଥ୍ୟରେ ଆବଶ୍ୟକ ସଂଶୋଧନ କରିବା ଏବଂ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସ୍ଥାନପାଇବା ସୁନିଶ୍ଚିତ ହୋଇପାରିବ। ତେବେ ଏହି ପ୍ରକ୍ରିୟାରେ ଯେପରି କୌଣସି ପ୍ରକୃତ ଓ ଯୋଗ୍ୟ ଭୋଟର ଅଯଥାରେ ତାଲିକାରୁ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ମଧ୍ୟ ସମାନ ଭାବେ ଯତ୍ନବାନ୍‌ ହେବା ଆବଶ୍ୟକ। ନିର୍ବାଚନୀ ତାଲିକାରେ ସଂଶୋଧନ କରିବା ଯେତିକି ଜରୁରୀ, ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା କରିବା ମଧ୍ୟ ସେହି ଅନୁସାରେ ଗୁରୁତ୍ୱପୂର୍ଣ୍ଣ। ଏଗୁଡିକ କେବଳ ସାଧାରଣ ପ୍ରଶାସନିକ କାର୍ଯ୍ୟ ନୁହେଁ ବରଂ ନିର୍ବାଚନୀ ପ୍ରକ୍ରିୟାରେ ନିରପେକ୍ଷତା, ସମାନ ପ୍ରତିନିଧିତ୍ୱ ଓ ପ୍ରତ୍ୟେକ ଭୋଟର ମୂଲ୍ୟ ଓ ମତଦାନର ପବିତ୍ରତା ସହ ଜଡ଼ିତ ବିଷୟ। ଦେଶର ନିର୍ବାଚନୀ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଏସ୍‌ଆଇଆର୍‌ ଏକ ଆବଶ୍ୟକ ତଥା ଗଠନମୂଳକ ପଦକ୍ଷେପ। ଏହି ପ୍ରକ୍ରିୟାକୁ ନିରପେକ୍ଷତା, ସତର୍କତା ଓ ଯଥାଯତ ଯତ୍ନର ସହ କାର୍ଯ୍ୟକାରୀ କରାଗଲେ ଭୋଟର ତାଲିକାର ବିଶ୍ୱସନୀୟତା ବଜାୟ ରହିବ। ଏହାସହ ନିର୍ବାଚନୀ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଆହୁରି ଦୃଢ଼ ହେବ। ଏକ ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ଭୁଲ୍‌ ଭୋଟର ତାଲିକା ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?