Posted inଜାତୀୟ

ବୈବାହିକ ପରମ୍ପରାରେ ମୂଳ ଉଦ୍ଦେଶ୍ୟ ପରିବାର ବୃଦ୍ଧି, ହାଇକୋର୍ଟଙ୍କ ଟିପ୍ପଣୀ…

ଚେନ୍ନାଇ,୨୦।୯ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସନ୍ତାନ ପ୍ରସବ କରିବା। ଜଷ୍ଟିସ କୃଷ୍ଣନ ରାମାସ୍ବାମୀ ଦମ୍ପତିଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶୁଣାଣି କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି ଯେ ବିବାହ ବନ୍ଧନର ଗୁରୁତ୍ୱକୁ ସମସ୍ତଙ୍କୁ ବୁଝିବାକୁ ପଡିବ। ଯଦି ତୁମେ ଭାବୁଛ ଯେ ବିବାହ କେବଳ ଶାରୀରିକ ଆନନ୍ଦ ପାଇଁ ଅଟେ ତେବେ ଏହା ଯଥାର୍ଥ ନୁହେଁ । ବିବାହର ମୂଳ ଉଦ୍ଦେଶ୍ୟ ହେଉଛି ପରିବାରକୁ ବୃଦ୍ଧି କରିବା ଏବଂ ପିଲାମାନଙ୍କୁ ସଠିକ ପରିବେଶ ଦେବା ଯାହାଦ୍ୱାରା ଏକ ଭଲ ସମାଜ ଗଠନ ହୋଇପାରିବ ।

ବିଚାରପତି କହିଛନ୍ତି ଯେ ଏହି ଦୁନିଆକୁ ଅଣାଯାଇଥିବା ପିଲାମାନେ ମାତାପିତାଙ୍କର କୌଣସି ଦୋଷ ପାଇଁ ଦଣ୍ଡିତ ହୁଅନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କର ଏକ ମୌଳିକ ଅଧିକାର ଅଛି ଏବଂ ସେମାନେ ସେମାନଙ୍କର ପିତା ଏବଂ ମାତାଙ୍କ ସହିତ ଏକ ସ୍ନେହପୂର୍ଣ୍ଣ ସମ୍ପର୍କ ଆବଶ୍ୟକ କରନ୍ତି। କିନ୍ତୁ ମାତାପିତାଙ୍କ ମଧ୍ୟରେ ବିବାଦ ଯୋଗୁ ସେମାନେ ହଇରାଣରେ ପଡ଼ନ୍ତି। ଏହାକୁ ଶିଶୁ ନିର୍ଯାତନା ପରି ମଧ୍ୟ ସ୍ବୀକାର କରାଯାଇପାରେ।

ବାସ୍ତବରେ ଜଣେସ୍ତ୍ରୀ କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ବାମୀ ତାଙ୍କୁ ପିଲାଙ୍କୁ ଭେଟିବାକୁ ଅନୁମତି ଦେଉନାହାଁନ୍ତି ଏବଂ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିତାମାତାଙ୍କ ବିଚ୍ଛିନ୍ନତା(ପାରେଣ୍ଟାଲ ଏଲିଏନେଶନ) ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟକୁ ଅମାନବୀୟ ତଥା ଶିଶୁ ପାଇଁ ବିପଦ ବୋଲି ବର୍ଣ୍ଣନା କରି ଜଷ୍ଟିସ ରାମସ୍ବାମୀ କହିଛନ୍ତି ଯେ ପିତା ଅବା ମାତାଙ୍କ ବିରୁଦ୍ଧରେ ପିଲାଙ୍କ ମନରେ ବିଷ ଭରିବା ନିନ୍ଦନୀୟ।

ଆଇନ ହୁଏତ ଅହଙ୍କାରକୁ ସନ୍ତୁଷ୍ଟ କରିପାରିବ କିନ୍ତୁ ଏହା ପିଲାମାନଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିପାରିବ ନାହିଁ। ଆଇନ ନିର୍ମାତାମାନେ କେବଳ ଶିଶୁର କଲ୍ୟାଣ ବିଷୟରେ ସଚେତନ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଦାବି ନେଇ ଚାଷୀ…

ବୁଗୁଡ଼ା,୨୫ା୬(କାଳିଚରଣ ଦାଶ): ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri