ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଦୈନିକ ଆୟ କିମ୍ବା ବ୍ୟୟ କ୍ଷମତାଠାରୁ ବି ଅଧିକ। ବିଶ୍ୱବ୍ୟାଙ୍କର ‘ଦାରିଦ୍ର୍ୟ ଓ ଅସମାନତା ମଞ୍ଚ’ର ସଦ୍ୟତମ ଆକଳନରୁ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ତୁଳନାତ୍ମକ ରିପୋର୍ଟ ଦର୍ଶାଉଛି, ଭାରତର ସବୁଠାରୁ ଧନୀ ଶ୍ରେଣୀରେ ଗଣ୍ୟ ହେଉଥିବା ପରିବାରଗୁଡ଼ିକର ଜୀବନଶୈଳୀ ଓ ଜୀବନଧାରଣର ମାନ, ବିକଶିତ ରାଷ୍ଟ୍ରଗୁଡ଼ିକର ସବୁଠାରୁ ତଳସ୍ତରରେ ଥିବା ନାଗରିକଙ୍କ ତୁଳନାରେ ଯଥେଷ୍ଟ କମ୍‌।
ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ଭାରତର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଦୈନିକ ଆୟ କିମ୍ବା ବ୍ୟୟ ସୀମା ପ୍ରତି ବ୍ୟକ୍ତି ପିଛା ପ୍ରାୟ ୩ ଡଲାର (ପ୍ରାୟ ୨୯୦ ଟଙ୍କା) ରହିଛି। ଅପରପକ୍ଷରେ ଆମେରିକାରେ ଗରିବ ୧୦ ପ୍ରତିଶତଙ୍କ ଦୈନିକ ବ୍ୟୟ ସୀମା ୨୫ ଡଲାର, କାନାଡାରେ ୩୧ ଡଲାର ଏବଂ ଜର୍ମାନୀ ଓ ଅଷ୍ଟ୍ରେଲିଆରେ ୨୮ ଡଲାର ଲେଖାଏ ରହିଛି। ସେହିପରି ଭାରତର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଦୈନିକ ଆୟ କିମ୍ବା ବ୍ୟୟ ସୀମା ମାତ୍ର ୧୦ ଡଲାର (ପ୍ରାୟ୯୬୦ ଟଙ୍କା) ରହିଥିବା ବେଳେ, ଆମେରିକାର ଧନୀ ୧୦ ପ୍ରତିଶତଙ୍କ କ୍ଷେତ୍ରରେ ଏହା ୧୭୩ ଡଲାର, କାନାଡ଼ା ଓ ଅଷ୍ଟ୍ରେଲିଆରେ ୧୨୯ ଡଲାର ଏବଂ ଜର୍ମାନୀରେ ୧୨୮ ଡଲାର ରହିଛି। ସୂଚନାଯୋଗ୍ୟ ଯେ, ଭାରତୀୟ ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ମାସକୁ ୮୦,୦୦୦ ଟଙ୍କା ରୋଜଗାର କରୁଥିବା ଜଣେ ବ୍ୟକ୍ତି ଭାରତର ଶୀର୍ଷ ୧୦ ପ୍ରତିଶତ ଧନୀ ଶ୍ରେଣୀରେ ସାମିଲ ହୋଇଥାଆନ୍ତି।
ଏହି ସନ୍ଦର୍ଭରେ ‘ଫାଉଣ୍ଡେଶନ ଫର୍‌ ଇକୋନୋମିକ ଡେଭେଲପ୍‌ମେଣ୍ଟ’ର ପ୍ରୋଗ୍ରାମ ଆସୋସିଏଟ ଆହୋନା ଦତ୍ତଗୁପ୍ତା କହିଛନ୍ତି ଯେ, ଏହି ତୁଳନା ଭାରତ ଅର୍ଥବ୍ୟବସ୍ଥାର ଏକ ଗଭୀର ସମସ୍ୟାକୁ ଦର୍ଶାଉଛି। ତାହା ହେଉଛି କେବଳ ଗରିବୀ ନୁହେଁ, ବରଂ ସମଗ୍ର ଅର୍ଥବ୍ୟବସ୍ଥାରେ ସାଧାରଣ ଆୟର ନିମ୍ନ ସ୍ତର। ଭାରତରେ ଦୈନିକ ୧୦ ଡଲାର ଖର୍ଚ୍ଚ କରୁଥିବା ବ୍ୟକ୍ତି ଧନୀ ୧୦ ପ୍ରତିଶତଙ୍କ ମଧ୍ୟରେ ଗଣ୍ୟ ହେଉଥିବା ବେଳେ କାନାଡା, ଜାପାନ କିମ୍ବା ଆମେରିକାରେ ଏହି ସମାନ ପରିମାଣ ଜଣେ ବ୍ୟକ୍ତିଙ୍କୁ ସବୁଠାରୁ ଗରିବ ୧୦ ପ୍ରତିଶତଙ୍କ ମଧ୍ୟରେ ରଖିଥାଏ।
ଦତ୍ତଗୁପ୍ତାଙ୍କ ଅନୁଯାୟୀ, ଗରିବ ଭାରତୀୟଙ୍କ ଜୀବନଶୈଳୀରେ ସୁଧାର ଆଣିବା ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ଦେଶକୁ ସମୃଦ୍ଧ କରିବା ପାଇଁ ଏହା ଯଥେଷ୍ଟ ନୁହେଁ। ଯଦି ଗରିବ ବର୍ଗ ଆଜିର ମଧ୍ୟବିତ୍ତ କିମ୍ବା ଧନୀଙ୍କ ସ୍ତରକୁ ଆସନ୍ତି, ତଥାପି ବିଶ୍ୱ ସ୍ତରରେ ସେମାନଙ୍କ ଜୀବନଧାରଣର ମାନ ଧନୀ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ପଛରେ ରହିଯିବ। ତେଣୁ ଭାରତ କେବଳ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ବ୍ୟବଧାନ କମାଇବା ପରିବର୍ତ୍ତେ ସମଗ୍ର ଜନସଂଖ୍ୟାର ଆୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଉତ୍ପାଦନ ବୃଦ୍ଧି ପାଇଁ ନୂତନ ଉଦ୍ଭାବନ ଏବଂ ବ୍ୟବସାୟ ଅନୁକୂଳ ପରିବେଶ ଦରକାର। ନୂତନ ଉଦ୍ୟୋଗୀମାନଙ୍କୁ ସହଜରେ ବ୍ୟବସାୟ ଆରମ୍ଭ କରିବା, ସରଳ ଓ ନିର୍ଦ୍ଦିଷ୍ଟ କର ବ୍ୟବସ୍ଥା ଯୋଗାଇଦେବା ଏବଂ ଅନାବଶ୍ୟକ ସରକାରୀ ଆଇନଗତ ବୋଝକୁ ହ୍ରାସ କରିବା ଜରୁରୀ। ଭାରତ ସରକାର ଆଇନ ସରଳୀକରଣ ଏବଂ କେତେକ ସାମାନ୍ୟ ଭୁଲ୍‌କୁ ଅପରାଧମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କିନ୍ତୁ ଭାରତୀୟ ଶିଳ୍ପକୁ ବିଶ୍ୱସ୍ତରରେ ପ୍ରତିଯୋଗୀ କରିବା ପାଇଁ ଆଇନଗତ ଚୁକ୍ତିପତ୍ରର ଶୀଘ୍ର କାର୍ଯ୍ୟକାରିତା ଏବଂ ଶିଳ୍ପ କ୍ଲଷ୍ଟରଗୁଡ଼ିକର ବିକାଶ ପାଇଁ ଆହୁରି ସଂସ୍କାର ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?