Posted inଜାତୀୟ

ମାୟାବତୀଙ୍କ ଟୁଇଟ୍‌ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି…

ଲକ୍ଷ୍ନୌ, ୨୦।୯ : ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଆଇନ ଶୃଙ୍ଖଳା, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ଏକ ପଦଯାତ୍ରା କରିଥିଲେ। ତେବେ ବ୍ୟାରିକେଡିଂ କରି ପୋଲିସ ଏହି ପଦଯାତ୍ରା ବନ୍ଦ କରି ଦେଇଥିଲା। ଦ୍ୱିତୀୟ ଦିନ ପାଇଁ ମଧ୍ୟ ଏସପି ବିଧାୟକମାନେ ଗୃହ ଭିତରେ ଓ ବାହାରେ ବିରୋଧ ଜାରି ରଖିଛନ୍ତି।

ସମାଜବାଦୀ ପାର୍ଟିର ବିଧାୟକମାନେ ବିଧାନସଭାରେ ସ୍ଲୋଗାନ ଦେବା ସହ ହଙ୍ଗାମା କରିଛନ୍ତି। ଏପରିସ୍ଥଳେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ଏକ ଟୁଇଟ ରାଜନୈତିକ ଉଷ୍ଣତା ବୃଦ୍ଧି କରିଛି। ଏହି ଟୁଇଟକୁ ନେଇ ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି। ତିନି ବର୍ଷ ପୂର୍ବେ ଏସପି-ବିଏସପି ମେଣ୍ଟ ଭାଙ୍ଗିଯିବା ପରେ ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ମାୟାବତୀ ଅଖିଳେଶଙ୍କୁ ସମର୍ଥନ କରିଛନ୍ତି। ଏହି ଟୁଇଟ ପରେ ୨୦୨୪ ଲୋକସଭା ନିର୍ବାଚନରେ ମାୟାବତୀ ଏବଂ ଅଖିଳେଶ ଯାଦବ ପୁଣି ଏକାଠି ହୋଇପାରିବେ କି ନାହିଁ ବୋଲି ରାଜନୈତିକସ୍ତରରେ ଆଲୋଚନା ଜାରି ରହିଛି।
ମଙ୍ଗଳବାର ମାୟାବତୀ ଗୋଟିଏ ପରେ ଗୋଟିଏ ୩ଟି ଟୁଇଟ କରିଛନ୍ତି। ଏଥିରେ ସେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଏସପି ଉପରେ ନରମ ମନୋଭାବ ପୋଷଣ କରିଛନ୍ତି। ଅଖିଳେଶଙ୍କ ପ୍ରଦର୍ଶନ ଏବଂ ଧାରଣାକୁ ସେ ସମର୍ଥନ କରିଛନ୍ତି।

ମାୟାବତୀ ଲେଖିଛନ୍ତି ଯେ ବିରୋଧୀ ଦଳମାନଙ୍କୁ ସରକାରଙ୍କ ବିରୋଧୀ ନୀତି ତଥା ଅତ୍ୟାଚାର ଇତ୍ୟାଦି ଉପରେ ବିରୋଧ କରିବାକୁ ଅନୁମତି ନ ଦେବା ଭାଜପା ସରକାରଙ୍କ ଏକଛତ୍ରବାଦୀ ଶାସନକୁ ଦର୍ଶାଉଛି। ଲୋକଙ୍କୁ ଗିରଫ କରିବା ଏବଂ ବିରୋଧକୁ ଦମନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ମାରାତ୍ମକ ବୋଲି ସେ କହିଛନ୍ତି। ’

ମାୟାବତୀଙ୍କ ଦ୍ୱିତୀୟ ଟୁଇଟରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଫି ବୃଦ୍ଧି ବିରୋଧରେ ଚାଲିଥିବା ବିରୋଧକୁ ସମର୍ଥନ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଯେଉଁଭଳି ଭାବରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛି, ତାହା ଅନ୍ୟାୟ ଏବଂ ନିନ୍ଦନୀୟ। ୟୁପି ସରକାର ସହାନୁଭୂତି ପ୍ରଦର୍ଶନ ସହ ଛାତ୍ରୀଛାତ୍ରମାନଙ୍କର ଆଇନଗତ ଦାବିକୁ ବିଚାର କରିବା ଉଚିତ।

ତୃତୀୟ ଟୁଇଟରେ ବିଏସପି ସୁପ୍ରିମୋ ଲେଖିଛନ୍ତି, ମୁଦ୍ରାସ୍ଫୀତି, ଦାରିଦ୍ର୍ୟ, ବେକାରୀ, ଖରାପ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆଇନ ଶୃଙ୍ଖଳା ପ୍ରତି ୟୁପି ସରକାରଙ୍କ ଅବହେଳା ବିରୋଧରେ ରାଜ୍ୟ ସରକାର ଚିନ୍ତା କରିବା ଜରୁରୀ।

ମାୟାବତୀ ବର୍ତ୍ତମାନ ମୁସଲିମ ଭୋଟ ବ୍ୟାଙ୍କକୁ ସାଙ୍ଗରେ ନେବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ବିରୋଧରେ କୋମଳ ଟୁଇଟ ଏବଂ ଏସପିଙ୍କ ବିରୋଧରେ କଠୋର ଟୁଇଟ ସେମାନଙ୍କୁ କ୍ଷତି ପହଞ୍ଚାଇପାରେ। ମଙ୍ଗଳବାର ଟୁଇଟ ମାଧ୍ୟମରେ ସେ ମୁସଲମାନ ଏବଂ ତାଙ୍କର ଅନ୍ୟ ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ସେ ଭାଜପା ସରକାରଙ୍କ ବିରୋଧୀ ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri