Posted inଜାତୀୟ

ମାୟାବତୀଙ୍କ ଟୁଇଟ୍‌ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି…

ଲକ୍ଷ୍ନୌ, ୨୦।୯ : ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଆଇନ ଶୃଙ୍ଖଳା, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ଏକ ପଦଯାତ୍ରା କରିଥିଲେ। ତେବେ ବ୍ୟାରିକେଡିଂ କରି ପୋଲିସ ଏହି ପଦଯାତ୍ରା ବନ୍ଦ କରି ଦେଇଥିଲା। ଦ୍ୱିତୀୟ ଦିନ ପାଇଁ ମଧ୍ୟ ଏସପି ବିଧାୟକମାନେ ଗୃହ ଭିତରେ ଓ ବାହାରେ ବିରୋଧ ଜାରି ରଖିଛନ୍ତି।

ସମାଜବାଦୀ ପାର୍ଟିର ବିଧାୟକମାନେ ବିଧାନସଭାରେ ସ୍ଲୋଗାନ ଦେବା ସହ ହଙ୍ଗାମା କରିଛନ୍ତି। ଏପରିସ୍ଥଳେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ଏକ ଟୁଇଟ ରାଜନୈତିକ ଉଷ୍ଣତା ବୃଦ୍ଧି କରିଛି। ଏହି ଟୁଇଟକୁ ନେଇ ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି। ତିନି ବର୍ଷ ପୂର୍ବେ ଏସପି-ବିଏସପି ମେଣ୍ଟ ଭାଙ୍ଗିଯିବା ପରେ ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ମାୟାବତୀ ଅଖିଳେଶଙ୍କୁ ସମର୍ଥନ କରିଛନ୍ତି। ଏହି ଟୁଇଟ ପରେ ୨୦୨୪ ଲୋକସଭା ନିର୍ବାଚନରେ ମାୟାବତୀ ଏବଂ ଅଖିଳେଶ ଯାଦବ ପୁଣି ଏକାଠି ହୋଇପାରିବେ କି ନାହିଁ ବୋଲି ରାଜନୈତିକସ୍ତରରେ ଆଲୋଚନା ଜାରି ରହିଛି।
ମଙ୍ଗଳବାର ମାୟାବତୀ ଗୋଟିଏ ପରେ ଗୋଟିଏ ୩ଟି ଟୁଇଟ କରିଛନ୍ତି। ଏଥିରେ ସେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଏସପି ଉପରେ ନରମ ମନୋଭାବ ପୋଷଣ କରିଛନ୍ତି। ଅଖିଳେଶଙ୍କ ପ୍ରଦର୍ଶନ ଏବଂ ଧାରଣାକୁ ସେ ସମର୍ଥନ କରିଛନ୍ତି।

ମାୟାବତୀ ଲେଖିଛନ୍ତି ଯେ ବିରୋଧୀ ଦଳମାନଙ୍କୁ ସରକାରଙ୍କ ବିରୋଧୀ ନୀତି ତଥା ଅତ୍ୟାଚାର ଇତ୍ୟାଦି ଉପରେ ବିରୋଧ କରିବାକୁ ଅନୁମତି ନ ଦେବା ଭାଜପା ସରକାରଙ୍କ ଏକଛତ୍ରବାଦୀ ଶାସନକୁ ଦର୍ଶାଉଛି। ଲୋକଙ୍କୁ ଗିରଫ କରିବା ଏବଂ ବିରୋଧକୁ ଦମନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ମାରାତ୍ମକ ବୋଲି ସେ କହିଛନ୍ତି। ’

ମାୟାବତୀଙ୍କ ଦ୍ୱିତୀୟ ଟୁଇଟରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଫି ବୃଦ୍ଧି ବିରୋଧରେ ଚାଲିଥିବା ବିରୋଧକୁ ସମର୍ଥନ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଯେଉଁଭଳି ଭାବରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛି, ତାହା ଅନ୍ୟାୟ ଏବଂ ନିନ୍ଦନୀୟ। ୟୁପି ସରକାର ସହାନୁଭୂତି ପ୍ରଦର୍ଶନ ସହ ଛାତ୍ରୀଛାତ୍ରମାନଙ୍କର ଆଇନଗତ ଦାବିକୁ ବିଚାର କରିବା ଉଚିତ।

ତୃତୀୟ ଟୁଇଟରେ ବିଏସପି ସୁପ୍ରିମୋ ଲେଖିଛନ୍ତି, ମୁଦ୍ରାସ୍ଫୀତି, ଦାରିଦ୍ର୍ୟ, ବେକାରୀ, ଖରାପ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆଇନ ଶୃଙ୍ଖଳା ପ୍ରତି ୟୁପି ସରକାରଙ୍କ ଅବହେଳା ବିରୋଧରେ ରାଜ୍ୟ ସରକାର ଚିନ୍ତା କରିବା ଜରୁରୀ।

ମାୟାବତୀ ବର୍ତ୍ତମାନ ମୁସଲିମ ଭୋଟ ବ୍ୟାଙ୍କକୁ ସାଙ୍ଗରେ ନେବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ବିରୋଧରେ କୋମଳ ଟୁଇଟ ଏବଂ ଏସପିଙ୍କ ବିରୋଧରେ କଠୋର ଟୁଇଟ ସେମାନଙ୍କୁ କ୍ଷତି ପହଞ୍ଚାଇପାରେ। ମଙ୍ଗଳବାର ଟୁଇଟ ମାଧ୍ୟମରେ ସେ ମୁସଲମାନ ଏବଂ ତାଙ୍କର ଅନ୍ୟ ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ସେ ଭାଜପା ସରକାରଙ୍କ ବିରୋଧୀ ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?