Posted inଜାତୀୟ

୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍‌

ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ ସିନେମା ହଲ୍‌ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସ୍ବର୍ଗତ ଅଭିନେତା ଶ୍ୟାମି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଶ୍ମୀରର ପ୍ରଥମ ମଲ୍ଟିପ୍ଲେକ୍ସରେ ମୋଟ ୫୨୦ ସିଟ ବିଶିଷ୍ଟ ତିନୋଟି ସିନେମା ହଲ ରହିବ।
ମଲ୍ଟିପ୍ଲେକ୍ସର ଉଦଘାଟନ କରି ମନୋଜ ସିହ୍ନା କହିଛନ୍ତି, ବିଜ୍ଞାନ ଯଦି ଆବିଷ୍କାର ହୁଏ, ତେବେ କଳା ହେଉଛି ଏହାର ଅଭିବ୍ୟକ୍ତି। ଯେଉଁମାନଙ୍କୁ ଲୋକମାନଙ୍କର ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ଦିଆଯାଇଥିଲା ସେମାନେ ବିପରୀତ କାର୍ଯ୍ୟ କରିଥିଲେ, କିନ୍ତୁ ବର୍ତ୍ତମାନ ସମୟ ବଦଳୁଛି।
ସୂଚନାଯୋଗ୍ୟ, ଡିସେମ୍ବର ୩୧, ୧୯୯୦ରେ ଆତଙ୍କବାଦଙ୍କ ଧମକ ଯୋଗୁ କାଶ୍ମୀରର ସମସ୍ତ ସିନେମା ହଲ ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଲର ୧୦କଏଦୀ ଏଚ୍‌ଆଇଭି ପଜିଟିଭ୍‌

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ନିର୍ମାଣ ହୋଇଥିବା ହାଇଟେକ୍‌ ଜେଲରେ କୋର୍ଟଙ୍କ ନିର୍ଦ୍ଦେଶରେ କଏଦୀମାନଙ୍କର ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ଜେଲରେ କେତେଜଣ କଏଦୀ ଏଚ୍‌ଆଇଭି ସଂକ୍ରମିତ...

ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର

ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍‌ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି...

ସାବତ ବାପା ନିଜର କର୍ତ୍ତବ୍ୟ ପାଳନ କଲେ ପୁତ୍ର ଦାୟିତ୍ୱ ପାଳନକୁ ମନା କରିପାରିବେ ନାହିଁ, ହାଇକୋର୍ଟ…

କୋଲକାତା, ୩୦।୮ : ଏକ ମାମଲାର ବିଚାର କରି କୋଲକାତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଯଦି ସାବତ ବାପା ପୁତ୍ରଙ୍କ ପ୍ରତି ନିଜର...

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ...

‘ପାଲି’ ଭାରତର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତ

ପାଲି (ସାମ୍ବା),୨୫।୪(ପି.ଟି.) : ଜମ୍ମୁ-କଶ୍ମୀରର ସୀମାନ୍ତବର୍ତ୍ତୀ ସାମ୍ବା ଜିଲାର ପାଲି ପଞ୍ଚାୟତ ରବିବାର ଦେଶର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତର ପରିଚୟ ହାସଲ କରିଛି। ସେଠାରେ ମାତ୍ର...

ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ କଲେ ଧାମି ସରକାର…

ଡେରାଡୁନ୍‌,୩୦।୧୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାର ଦେବସ୍ଥାନମ୍‌ ବୋର୍ଡ ଭଙ୍ଗ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଚାର...

ନିର୍ବାଚନ ପରେ ଅମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ...

ଏଲ୍‌ଜେପିରେ ଫାଟ ପରେ ଚିରାଗଙ୍କୁ ଆରଜେଡି-କଂଗ୍ରେସର ଅଫର

ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍‌ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍‌ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ...

Advertisement
Archives

Model This Week