Posted inଜାତୀୟ

ଜମ୍ମୁ-କଶ୍ମୀରର ସୁଫି ପରମ୍ପରାକୁ ନଷ୍ଟ କରିଛି ଭାଜପା: ମେହବୁବାଙ୍କ ଅଭିଯୋଗ…

ଶ୍ରୀନଗର, ୨୦।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି ମଙ୍ଗଳବାର ଭାଜପା ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଧାର୍ମିକ ତଥା ସୁଫି ପରମ୍ପରାକୁ ଭାଜପା ନଷ୍ଟ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ମେହବୁବା କହିଛନ୍ତି ଭାଜପା ଏହାର ବିଭାଜନକାରୀ ଏଜେଣ୍ଡା କାର୍ଯ୍ୟକାରୀ କରି ଜମ୍ମୁ-କଶ୍ମୀରର ଧାର୍ମିକ ତଥା ସୁଫି ପରମ୍ପରାକୁ ଶେଷ ନକରିବା ପର୍ଯ୍ୟନ୍ତ ଭାଜପା ଏହାର କାର୍ଯ୍ୟ ଜାରି ରଖିବ ବୋଲି ଜଣାପଡୁଛି।

ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଭାଜପା ନେତାମାନେ ପଗଡି ବାନ୍ଧୁଥିବାର ଫଟୋ ଶେୟାର କରି ମେହବୁବା ଟୁଇଟ କରି କହିଛନ୍ତି ଯେ ଭାଜପା ନେତା କପଟତା ସମସ୍ତ ସୀମା ପାର୍‌ କରିଛନ୍ତି। ସେମାନେ ମନ୍ଦିର, ଦରଘା କିମ୍ବା ଗୁରୁଦ୍ୱାରରେ ପଗଡ଼ି ବାନ୍ଧିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ।
ଜମ୍ମୁ-କଶ୍ମୀରର ସାଂସ୍କୃତିକ ତଥା ପାରମ୍ପାରିକ ପ୍ରଥାକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଭାଜପା ସରକାର ଧାର୍ମିକ ନେତାମାନଙ୍କୁ ଗିରଫ କରିବା କାର୍ଯ୍ୟ ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

୬୯ ଛାତ୍ରୀ-ଛାତ୍ର ଶିକ୍ଷକ କରୋନା ପଜିଟିଭ୍‌…

ବେଙ୍ଗାଲୁରୁ,୫।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ପ୍ରଥମେ କର୍ନାଟକ ରାଜ୍ୟରେ ପହଞ୍ଚିିଛି। ରାଜ୍ୟର ୬୯ ଜଣ...

ଜୁନ୍‌ ପହିଲାରୁ ଖୋଲିବ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର: ମମତା

କୋଲକାତା,୨୯।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସଠାରୁ ଲାଗୁ କରାଯାଇଥିଲା ଲକ୍‌ଡାଉନ ନିୟମ। ଏହି ସମୟରେ ସମସ୍ତ ଧର୍ମୀୟ ଅନୁଷ୍ଠାନକୁ ମଧ୍ୟ ଯିବାକୁ ବାରଣ...

ମୁଖ୍ୟମନ୍ତ୍ରୀରୁ ପରିଚୟ, ପ୍ରଧାନମନ୍ତ୍ରୀ ପରେ ଗଭୀର ହେଲା ବନ୍ଧୁତ୍ୱ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ରିୟମାଣ ହୋଇ ଟୁଇଟ କରିିଛନ୍ତି। ସେ...

ଫେବୃୟାରୀ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଅରବିନ୍ଦ କେଜରିଓ୍ବାଲ ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଆମ୍‌ ଆଦ୍‌ମୀ ପାର୍ଟ(ଏଏପି) ପକ୍ଷରୁ ସୂଚନା ଦିଆଯାଇଛି। ଏହି...

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬...

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

ମଦ ପାଇଁ ନେପାଳରେ ବିହାରୀ

ନୂଆଦିଲ୍ଲୀ,୨୧।୫: ବିହାରରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବଢ଼ିବାରେ ଲାଗିଥିଲା। ମଦକୁ ଏହାର କାରଣ ଭାବେ ଧରିନେଇ ମହିଳାମାନେ ରାଜ୍ୟରେ ନିଶା ବିରୋଧୀ ଆନ୍ଦୋଳନ ଚଳାଇଥିଲେ।...

ପାକିସ୍ତାନ ବ୍ୟାଟ୍‌ର ଘୃଣ୍ୟ କାର୍ଯ୍ୟ: ଜଣେ ପୋର୍ଟରଙ୍କ ମୁଣ୍ଡ କାଟି ନେଲେ

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା କମିବାର ନା ଧରୁନି। ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଏବେ ପାକିସ୍ତାନର ବର୍ଡର ଆକ୍ସନ...

Advertisement
Archives

Model This Week