Posted inଜାତୀୟ

ସବକା ସାଥ୍‌-ସବକା ବିଶ୍ୱାସ ଭାଜପାକୁ ଅନ୍ୟ ଦଳଠାରୁ ପୃଥକ କରୁଛି: ପ୍ରଧାନମନ୍ତ୍ରୀ…

ଗାନ୍ଧିନଗର, ୨୦।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଶାସିତ ମ୍ୟୁନିସିପାଲିଟି କର୍ପୋରେଶନର ମେୟରମାନଙ୍କୁ ସେମାନଙ୍କ ସହରର ସର୍ବଦଳୀୟ ବିକାଶ ପାଇଁ ଯୋଜନା କରିବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରତିନିଧୀଙ୍କ ଚିନ୍ତାଧାରା ସୀମିତ ରହିବା ଉଚିତ ନୁହେଁ। ନିର୍ବାଚନ ଭିତ୍ତିକ ଚିନ୍ତାଧାରା ସହିତ ସହରଗୁଡିକର ବିକାଶ କରାଯାଇପାରିବ ନାହିଁ।

ସହରର ବିକାଶ ଯୋଜନା ପ୍ରସ୍ତୁତ କରିବା, ସାଟେଲାଇଟ ସିଟି ନିର୍ମାଣ ଏବଂ ବଡ ସହରର ଭାର କମାଇବା ପାଇଁ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରର ବିକାଶ ଉପରେ ଧ୍ୟାନ ଦେବାକୁ ସେ ମେୟରଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ଭାଜପା ମେୟର ସମ୍ମିଳନୀକୁ ଉଦଘାଟନ କରିବା ପରେ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀରେ ୧୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୧୮ ମେୟର ଏବଂ ଡେପୁଟି ମେୟର ଅଂଶଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟଗୁଡିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ କେବଳ କେନ୍ଦ୍ର ସରକାରଙ୍କ ଉପରେ ଏହା ନିର୍ଭରଶୀଳ ଜରୁରୀ ନୁହେଁ। ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ। ସହରୀ ବିକାଶ ଯୋଜନା ଅସ୍ଥାୟୀ ହୋଇପାରିବ ନାହିଁ। ନୀତି ପ୍ରସ୍ତୁତ କରି ଆମକୁ ସହରୀ ବିକାଶର ଏକ ମାନଦଣ୍ଡ ପ୍ରସ୍ତୁତ କରିବାକୁ ପଡିବ। ଏହା ସମସ୍ୟାର ସମାଧାନ କରିବ ଏବଂ ତ୍ରୁଟିଗୁଡ଼ିକୁ ମଧ୍ୟ ଚିହ୍ନଟ କରିବ ।

ଭାଜପାର ସବକା ସାଥ୍‌-ସବକା ବିକାଶ-ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଶାସନ ମଡେଲ ଏହାକୁ ଅନ୍ୟ ଦଳମାନଙ୍କଠାରୁ ପୃଥକ କରୁଛି। ଆମର ପ୍ରାଥମିକତା ନିଶ୍ଚିତ ହେବା ଉଚିତ ଯେ ନିୟମ ଏବଂ ନିୟମାବଳୀ ପାଳନକୁ ଗୁରୁତ୍ୱ ପ୍ରଦାନ କରାଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri