Home Left

ହାରିଲେ ୮ କ୍ୟାବିନେଟ ମନ୍ତ୍ରୀ

ଶିମଲା,୯।୧୨: ଗୁଜରାଟ ଓ ହିମାଚଳ ପ୍ରଦେଶର ବହୁପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ହିମାଚଳ ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ୮ କ୍ୟାବିନେଟର ମନ୍ତ୍ରୀ ପରାସ୍ତ ହେବା ଭାଜପା ପାଇଁ ଏକ ବଡ଼ ଝଟ୍‌କା ଲାଗିଛି।…

ଖୋଲିଲା ଟ୍ରାନ୍ସଜେଣ୍ଡର ସ୍କୁଲ

ଇସ୍‌ଲାମାବାଦ୍‌,୮।୧୨: ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିଛନ୍ତି। ସମାଜରେ ଟ୍ରାନ୍ସଜେଣ୍ଡରମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି। ପାକିସ୍ତାନ ସରକାର କିଛିଦିନ ତଳେ ମୁଲତାନ, ବାହାଓ୍ବାଲପୁର ଏବଂ ଡି.ଜି, ଖାନ୍‌ରେ ୩ଟି…

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ ଶତ୍ରୁତାକରି ଦୋଷୀ ସାବ୍ୟସ୍ତ ହେବା ପରେ ଗୁରୁବାର ସକାଳେ ଏକ ବିପ୍ଳବୀ କୋର୍ଟ ଦ୍ୱାରା…

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର…

ଲୋକ ସଭାରେ ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ,୮।୧୨: ଗତ ୫ବର୍ଷ ମଧ୍ୟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍‌ ସିବିଆଇ ଦାଖଲ କରିଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ, ସାଧାରଣ ଅଭିଯୋଗ ଓ…

ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ

ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିିଳିଯାଇଛି। ଏଣିକି ଔପଚାରିକ ଭାବେ…

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ସାକେତ୍‌ ଗୋଖଲେ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମୁଖପାତ୍ର ସାକେତ୍‌ ଗୋଖଲେଙ୍କୁ ଗୁରୁବାର ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଥରେ ଗିରଫ କରାଯାଇଛି। ଏନେଇ ଟିଏମ୍‌ସିର ରାଜ୍ୟସଭା ସଦସ୍ୟ ଡେରେକ୍‌ ଓ ବ୍ରାୟନ୍‌ ସୂଚନା ଦେଇଛନ୍ତି। ଡେରେକ୍‌ ଟୁଇଟ କରି କହିଛନ୍ତି, ସାକେତଙ୍କୁ…

ବାତ୍ୟା ମାଣ୍ଡୋସ ପାଇଁ ବନ୍ଦ ରହିବ ୬ ଜିଲାର ସ୍କୁଲ, କଲେଜ

ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ ୨୧ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ୬୫,୪୭୯ ଭୋଟ ମିଳିଥିବା…

ଆଜମଙ୍କ ଗଡ଼ରେ ଏସ୍‌ପିର ପରାଜୟ, ବାଜିମାତ୍‌ ମାରିଲା ଭାଜପା

ଲକ୍ଷ୍ନୌ,୮।୧୨: ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାନ୍‌ଙ୍କ ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ଭାଜପା ହାତକୁ ଯାଇଛି। ଏହି ଆସନରେ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଆଜମଙ୍କ ଘନିଷ୍ଠ ସମ୍ପର୍କୀୟ ଅସିମ୍‌ ରାଜାଙ୍କୁ…

ବିଶ୍ୱକପରୁ ବିଦାୟ ପରେ କୋଚ୍‌ଙ୍କ ଇସ୍ତଫା

ଦୋହା,୮ା୧୨: ଫିଫା ବିଶ୍ୱକପରୁ ସ୍ପେନ୍‌ ଦଳର ବିଦାୟ ପରେ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଲୁଇସ୍‌ ଏନ୍‌ରିକ୍‌। ରାଉଣ୍ଡ ଅଫ୍‌ ୧୬ତମ ମ୍ୟାଚରେ ମରକ୍କୋ ନିକଟରୁ ଦଳ ପେନାଲ୍ଟି ଶୁଟଆଉଟରେ ୩-୦ରେ ପରାସ୍ତ ହୋଇଥିଲା। ମ୍ୟାଚର ଏକ୍ସଟ୍ରା ଟାଇମ ସୁଦ୍ଧା ଉଭୟ…

ବାଦାମପାହାଡରୁ କେନ୍ଦୁଝରକୁ ହେବ ରେଳ ସଂଯୋଗ

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରୁ ମୟୂରଭଞ୍ଜ ଜିଲା ବାଦାମପାହାଡକୁ ରେଳଲାଇନ୍‌ ସଂଯୋଗ ହେବ। ଦୀର୍ଘ ୮୦ କିମି ନୂଆ ରେଳଲାଇନ୍‌ କାମର ଫାଇନାଲ ଲୋକେଶନ ସର୍ଭେ ପାଇଁ ରେଳବାଇ ବିଭାଗ କୋଲକାତା ଦକ୍ଷିଣ ପଶ୍ଚିମତଟ ରେଳବାଇର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri