‘ରତ୍ନଭଣ୍ଡାର ପ୍ରସଙ୍ଗରେ ଜାଣିଶୁଣି ପଛଘୁଞ୍ଚା ଦେଉଛି ପ୍ରଶାସନ’

ପୁରୀ ଅଫିସ,୧୭ା୩: ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ସତ୍ୟପାଠ ଦାଖଲ କରିନାହିଁ। ରତ୍ନଭଣ୍ଡାର ପ୍ରସଙ୍ଗରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଦୂରେଇ ରହିବାକୁ ଚେଷ୍ଟା କରୁଛି। ଯଦି ରତ୍ନଭଣ୍ଡାରର ସ୍ଥିତି ଠିକ୍‌ ରହିଛି, ତେବେ ସତ୍ୟପାଠ ଦାଖଲ କରିବାରେ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ଜଗନ୍ନାଥପ୍ରେମୀ ପ୍ରଶ୍ନ କରିଛନ୍ତି। ଏପରିକି ଦୁଇଦିନ ପୂର୍ବେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ରତ୍ନଭଣ୍ଡାର ସମ୍ପର୍କରେ ପଦୁଟିଏ ଆଲୋଚନା ନ ହେବା ପରିଚାଳନା କମିଟି ସଦସ୍ୟମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ୨୦୧୮ ଏପ୍ରିଲ ୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସେତେବେଳେ ମନ୍ଦିର ପ୍ରଶାସନ ଅଣଦେଖା କରିଥିବା ସାଧାରଣରେ ଅଭିଯୋଗ ଉଠିଥିଲା। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି।
ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ୨୦୨୨ ଅକ୍ଟୋବରରେ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ସ୍ଥିତି ଓ ଖୋଲିବା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସେ ନେଇ ତତ୍ପରତା ଦେଖାଇ ନ ଥିଲା କି ଆଗ୍ରହ ପ୍ରକାଶ କରି ନ ଥିଲା। ପୁଣି ଚଳିତବର୍ଷ ଜାନୁୟାରୀ ୫ରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମାର୍ଚ୍ଚ ୧୬ (ଗୁରୁବାର) ଏହାର ଶୁଣାଣି ରହିଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିନାହିଁ। ତେଣୁ ଜୁନ୍‌ ୨୬ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୧୦ରେ ଶୁଣାଣି ରହିଛି। ଏଠାରେ ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାର ପ୍ରସଙ୍ଗରେ କ’ଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଦିନ ଗଡ଼ାଇ ଚାଲିଛି। ଏନେଇ ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ୨୦୧୮ ଏପ୍ରିଲ ୪ ତାରିଖଠାରୁ ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ନେଇ ୧୭ଜଣିଆ ପ୍ରତିନିଧି କମିଟି ଜାଣିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ସମସ୍ତ ତଥ୍ୟ ପାଇବା ପରେ ଓ ରତ୍ନଭଣ୍ଡାର ସ୍ଥିତି ଜାଣିବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଛନ୍ତି। ଏହାର ମୁଖ୍ୟ ରହସ୍ୟ ହେଉଛି ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷିତ ନାହିଁ। ରତ୍ନଭଣ୍ଡାରୁରୁ ରତ୍ନ ସବୁ ଲୁଟ୍‌ ହୋଇଥିବା ନେଇ ଅନେକ ବର୍ଷ ଧରି ସେବାୟତ ଓ ଭକ୍ତମାନେ ଅଭିଯୋଗ କରି ଆସୁଛନ୍ତି। ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ରତ୍ନଭଣ୍ଡାର ମରାମତି କରିବାକୁ ହେଲେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରିବାକୁ ପଡ଼ିିବ। ରତ୍ନଅଳଙ୍କାର ସ୍ଥାନାନ୍ତର କରିବା ସମୟରେ ଅଳଙ୍କାର ଗୁଡ଼ିିକର ଗଣତି ମଣତି କରିବାକୁ ପଡ଼ିବ। ଫଳରେ ଅଳଙ୍କାର ପୂର୍ବ ତାଲିକା ଅନୁଯାୟୀ ନ ମିଳିଲେ ବା କମିଗଲେ ସରକାର ଭାଙ୍ଗିଯିବାର ଭୟ ରହିଛି। ତେଣୁ ସରକାର ଜାଣିଶୁଣି ରତ୍ନଭଣ୍ଡାର ମରାମତି କରିବାକୁ ଚାହୁଁନାହାନ୍ତି। ଜାଣିଶୁଣି ତାରିଖ ପରେ ତାରିଖ ଗଡ଼ାଉଛନ୍ତି ବୋଲି ବରାଳ ଅଭିଯୋଗ କରିଛନ୍ତି। ଅନେକ ଜଗନ୍ନାଥପ୍ରେମୀ ଅନୁରୂପ ମତ ରଖି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେବା ସହ ତୁରନ୍ତ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?