ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଭାପୁର/ଖଣ୍ଡପଡ଼ା,୧୭ା୩(ଡି.ଏନ୍‌.ଏ.): ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଖୋଲାରଖି ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ଥିବା ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ବାଇଗୁଣିଆଁ ତନ୍ତୁବାୟ ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅର୍ପିତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପରୀକ୍ଷା ଚାଲିଥିବା ସମୟରେ ନୟାଗଡ଼ ଜିଲା ଶିକ୍ଷାଧିକାରୀ ଅକ୍ରୂର ବାରିକ ଗୁରୁବାର ହଠାତ୍‌ ସେହି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ପରୀକ୍ଷା ସମୟରେ ୪ ଜଣ ଶିକ୍ଷକଙ୍କ ମୋବାଇଲ ଖୋଲାଥିବା ଶିକ୍ଷାଧିକାରୀ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନାୟକଙ୍କ ପରୀକ୍ଷା କେନ୍ଦ୍ର ବିଧି ବ୍ୟବସ୍ଥାରେ ପରିଚାଳନା ଗତ ତ୍ରୁଟିି ଯୋଗୁ ତାଙ୍କୁ ଶିକ୍ଷାଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିବା ବିଇଓ ଜୟନ୍ତୀ ସାହୁ ସୂଚନା ଦେଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବଚରଣ ରାଉତଙ୍କୁ ପଚାରିବାରୁ ସେ କହିଥିଲେ, ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ନ ଥିଲେ ମଧ୍ୟ ଫ୍ଲାଇଟ୍‌ ମୋଡ୍‌ ଓ ସାଇଲେନ୍ସ ମୋଡରେ ଥିଲା। ମୋବାଇଲରେ ହାତ ବାଜି ଯିବାରୁ ମୋବାଇଲ ସୁଇଚ୍‌ ଅନ୍‌ ଥିବା ଜାଣି ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ସାମାନ୍ୟ ଘଟଣାରେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂଙ୍କୁ ହତ୍ୟା, ଦେଢ଼ଶୁର ଅଟକ

ଯୋଡ଼ା,୭ା୨(ଡି.ଏନ.ଏ.):  କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅଧୀନ କଲ୍ହୋହୁଣ୍ଡୁଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦେଢ଼ଶୁର ତାଙ୍କ ଭାଇବୋହୂଙ୍କୁ ହତ୍ୟା କରିଥିବା ଚାଞ୍ଚଲ୍ୟ...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା

ସିମୁଳିଆ, ୧୪।୮(ଡି.ଏନ.ଏ.)-ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିନ୍ଦୋଳ ଅଞ୍ଚଳର ସତ୍ୟବ୍ରତ ଦାସ (୨୮) ମଙ୍ଗଳବାର ସିମୁଳିଆ...

କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ

ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର...

ଜଗତ୍‌ସିଂହପୁର, ପାରାଦୀପରେ ପଲିଥିନ ବ୍ୟାନ୍‌ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୧ା୨:୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି...

କନ୍ଧମାଳ କରୋନା ମୁକ୍ତ ଘୋଷଣା ୧୨ ଘଣ୍ଟା ପୂରିଲାନି ପୁଣି ୮ ଆକ୍ରାନ୍ତ

ଫୁଲବାଣୀ ଅଫିସ, ୫ା୭- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକ୍ତ ଜିଲା ଘୋଷଣା ହେବାର ମାତ୍ର ୧୨ ଘଣ୍ଟା ପୂରିଲା ନାହିଁ। ଜିଲାରେ ପୁଣି...

ବ୍ରଜରାଜନଗର ଉପନିର୍ବାଚନ: ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ରାଜନେତା

ଝାରସୁଗୁଡ଼ା ଅଫିସ,୧୫ା୫: ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏନେଇ ବିଜେଡି...

‘ଶାନ୍ତି ଆସିଲେ ଅଞ୍ଚଳର ବିକାଶ ହେବ’

ପିପିଲି/ଡେଲାଙ୍ଗ,୧୪।୪(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ନିର୍ବାଚନମଣ୍ଡଳୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଧର୍ମେନ୍ଦ୍ର ମେଗା ରୋଡ୍‌ ଶୋ କରି ପ୍ରଚାର...

Advertisement
Archives

Model This Week