ଶିଳ୍ପୀ ଅଶୋକଙ୍କ ଅଭିନବ କଳାକୃତି

ପୁରୀ ଅଫିସ ୧୭ା୩: ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ ମହାପାତ୍ର ଏକ ଅଭିନବ କଳାକୃତି ନିର୍ମାଣ କରିଛନ୍ତି। ସେ କାଠରେ କାରୁକାର୍ଯ୍ୟ ନିର୍ମାଣ କରି ୨୦୦୩ରେ ଜାତୀୟ ପୁରସ୍କାର-ଏବଂ ୧୯୯୭ରେ ରାଜ୍ୟ ପୁରସ୍କାର ପାଇଥିଲେ। ଏଯାବତ୍‌ ମହାପାତ୍ର ସମୁଦାୟ ୧୫ଟି ପୁରସ୍କାର ପାଇଛନ୍ତି। ମହାପାତ୍ର ଜଣେ ପଥର ଶିଳ୍ପୀ ଭାବେ ବେଶ୍‌ ଜଣାଶୁଣା। ପୁରୀ ପଥୁରିଆ ସାହିରେ ନିଜ ଘରେ ମଦୁରାଇ ମୀନାକ୍ଷୀ ମନ୍ଦିରର ଦେବୀ ମିନାକ୍ଷୀଙ୍କ ବିବାହ ବେଳର ଦୃଶ୍ୟକୁ ମହାପାତ୍ର ପଥରରେ ତିଆରି କରିଛନ୍ତି। ମଦୁରାଇରେ ଦେବୀଙ୍କ ନିତ୍ୟ ବିବାହ ଉତ୍ସବ ହେବାର ପରମ୍ପରା ରହିଛି। ବିବାହ ଦୃଶ୍ୟର ମନୋରମ ସୂକ୍ଷ୍ମ କାରୁକାର୍ଯ୍ୟ ମହାପାତ୍ର ପଥରରେ ନିର୍ମାଣ କରିଥିଲେ ମଧ୍ୟ ପଥର ବିଗ୍ରହ ଚାରିପଟେ କାଠ ଖୋଦେଇ କାରୁକାର୍ଯ୍ୟ ଅତୀବ ରମଣୀୟ ଭାବେ ସ୍ଥାନିତ କରିଛନ୍ତି। ମଝିରେ ଦେବ ଦେବ ମହାଦେବ ରହିଛନ୍ତି। ମଦୁରାଇ ମନ୍ଦିରର ଏପରି ଏକ ବିରଳ ଦୃଶ୍ୟ ନିର୍ମାଣ କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି। ଅତ୍ୟନ୍ତ ନିଷ୍ଠା ତଥା ଶିଳ୍ପୀର ଦୃଦୟ ନେଇ ସେ ୩୦୦ରୁ ଊର୍ଦ୍ଧ୍ୱ କଳାକୃତି ନିର୍ମାଣ କରି ଜାତୀୟ ସ୍ତରରେ ଓଡ଼ିିଶାକୁ ଗର୍ବିତ କରିଛନ୍ତ। ତାଙ୍କର ଏପରି କଳାକୁ ଦେଖି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରଂଶସା କରିବା ସହ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ପତିପାଦିତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?