ବଲିଉଡ୍‌ରେ କେନ୍ଦୁଝର ଝିଅ ୟୁବିକା

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍‌ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର କରୁଥିବାବେଳେ ୟୁବିକା ତାଙ୍କର ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଡାଇରେକ୍ଟର ନନ୍ଦିତା ଦାସ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ୟୁବିକା କେନ୍ଦୁଝର ଟାଙ୍ଗରାଣୀ ଗ୍ରାମର ସରୋଜ ବ୍ରହ୍ମ ଓ ରୋଜାଲିନ ବିଶ୍ବାଳଙ୍କ କନ୍ୟା। ସେ ଭୁବନେଶ୍ବର କିଟ୍‌ସ ଇଣ୍ଟନ୍ୟାଶନାଲ ବିଦ୍ୟାଳୟରେ କ୍ଲାସ୍‌ ୮ରେ ଅଧ୍ୟୟନ କରୁଛନ୍ତି। ଏହି କୁନି କଳାକାରଙ୍କ ସହ ସ୍ବତନ୍ତ୍ର ଆଳାପ।
ପ୍ରଶ୍ନ:- ଆପଣଙ୍କ ପ୍ରଥମ ବଲିଉଡ୍‌ ସିନେମା ରିଲିଜ ହେବ, କିପରି ଲାଗୁଛି?
ଉତ୍ତର:- ମୁଁ ବହୁତ ଉତ୍ସାହିତ ରହିଛି। ମୋ ସ୍ବପ୍ନ ସତ ହେବାକୁ ଯାଉଛି।
ପ୍ରଶ୍ନ:- କାହା ସହିତ ପ୍ରଥମ ଦିନ ସିନେମା ଦେଖିବେ?
ଉତ୍ତର – ପରିବାର ଲୋକ, ସାଙ୍ଗମାନଙ୍କ ସହିତ ଦେଖିବି।
ପ୍ରଶ୍ନ :- ତେବେ ଉକ୍ତ ଚଳଚ୍ଚିତ୍ର ପାଇଁ କିପରି ଚୟନ ହେଲେ?
ଉତ୍ତର – ଆମ ସ୍କୁଲରେ ଅଡିସନ ହୋଇଥିଲା। ପ୍ରାୟ ୫୦ ଜଣ ଭାଗ ନେଇଥିଲେ। ନିଜେ ନିର୍ଦ୍ଦେଶିକା ନନ୍ଦିତା ଦାସ ମୋତେ ଚୟନ କରିଥିଲେ।
ପ୍ରଶ୍ନ:- ପ୍ରଥମ ସିନେମାରେ କାମ କରିବାର ଅନୁଭୂତି?
ଉତ୍ତର – ବଡ଼ କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି।
ପ୍ରଶ୍ନ:- ଅଭିନୟ ପ୍ରତି ଆଗ୍ରହୀ ଶିଶୁମାନଙ୍କୁ କ’ଣ କହିବେ?
ଉତ୍ତର – କାମ ଉପରେ ଦୃଷ୍ଟି ଦେବା ଜରୁରୀ। ସଫଳ ହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବା ଆବଶ୍ୟକ।
ପ୍ରଶ୍ନ:- କେଉଁ ସିନେମା ଭଲ ଲାଗିଛି ଏବଂ କେଉଁ ହିରୋ ଓ ହିରୋଇନ ପସନ୍ଦ?
ଉତ୍ତର – ନିକଟରେ ରିଲିଜ ହୋଇଥିବା ସିନେମା ପଠାନ ମୋତେ ଭଲ ଲାଗିଛି। ଶାହାରୁଖ ଖାନ ଓ ଆଲିଆ ଭଟ୍ଟ ମୋର ପସନ୍ଦ।
ପ୍ରଶ୍ନ:- ଭବିଷ୍ୟତରେ କ’ଣ ହେବାକୁ ଆଶା ରଖିଛନ୍ତି?
ଉତ୍ତର-ଡାକ୍ତର ହୋଇ ଅସହାୟ ଲୋକଙ୍କ ସେବା କରିବା। ଏଥିସହ ସଫଳ ଅଭିନେତ୍ରୀ ହେବାଲାଗି ସ୍ବପ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri