ଆନ୍ଦୋଳନ ସ୍ଥଗିତ ରଖିଲେ ଆଶାକର୍ମୀ

ଭୁବନେଶ୍ୱର,୧୭।୩ (ବ୍ୟୁରୋ):୧୨ ଦଫା ଦାବି ନେଇ ଆଶାକର୍ମୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଲୋୟର ପିଏମ୍‌ଜିରେ ଦୁଇଦିନ ଧରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର୍‌ ତଥା ସଚିବ ଶାଳିନୀ ପଣ୍ଡିତଙ୍କ ସହ ମୋର୍ଚ୍ଚାର କର୍ମକର୍ତ୍ତା ଆଲୋଚନା କରିବା ପରେ ମୋର୍ଚ୍ଚା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଲୋଚନା ସମୟରେ ମୋର୍ଚ୍ଚାର ଆବାହକ ତଥା ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୧୨ଦଫା ଦାବି ଉପସ୍ଥାପନ କରିଥିଲେ। ମାସିକ ଭତ୍ତା ବୃଦ୍ଧି, ଭତ୍ତାରେ ନିଶ୍ଚିତ ଇନ୍‌ସେଣ୍ଟିଭ୍‌ ସାମିଲ କରିବା, ବରିଷ୍ଠତା ଭିତ୍ତିରେ ଏଏନ୍‌ଏମ୍‌ ପଦବୀକୁ ପଦୋନ୍ନତି ଇତ୍ୟାଦି ଦାବି ନେଇ ସକାରାତ୍ମକ ଆଲୋଚନା ହୋଇଥିତ୍ବା ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି। କମିଶନର୍‌ଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏ ନେଇ ଘୋଷଣା କରିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆଶାକର୍ମୀଙ୍କ ଅହୋରାତ୍ର ଗଣଧାରଣା ସ୍ଥଗିତ ରହିଛି। ଧାରଣାସ୍ଥଳରେ ଗୁରୁବାର ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ନରେ ଜେନାଙ୍କ ସମେତ ନମିତା ସାହୁ, ମାତିଲଦା କୁଲୁ, ଉର୍ମି ଗୁପ୍ତା, ବିଜୟଲକ୍ଷ୍ମୀ ସିଂ, ମମତା ଖଣ୍ଡାୟତରାୟ, ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ସଚିବଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ। ଏହାପରେ ଆନ୍ଦୋଳନକୁ ମୋର୍ଚ୍ଚା ପକ୍ଷରୁ ସ୍ଥଗିତ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଘରୁ ଡକାୟତି : ଦୁର୍ବୃତ୍ତ ଲୁଟିନେଲେ ୨୦ ହଜାର ଟଙ୍କା, ସୁନା ଗହଣା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର (ଡି.ଏନ.ଏ): ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଦିବ୍ୟବିହାର ଲେନ୍‌-୭ ପ୍ଲଟ ନଂ. ୫୩/୧୩୯ରେ ଭଡ଼ା ରହୁଥିବା ବ୍ୟାଙ୍କ୍‌ ମ୍ୟାନେଜର ଶର୍ମିଷ୍ଠା ସ୍ବାଇଁଙ୍କ...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...

ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି...

ପୁଣି ମାତିଲେ ସାଇବର ଠକ: ସେକେଣ୍ଡରେ ଆକାଉଣ୍ଟରୁ କଟିଗଲା ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚର ବିଫଳତା ଫଳରେ ଦିନକୁ ଦିନ ସାଇବର ଅପରାଧୀମାନେ ମାତିଲେଣି। ସେମାନେ ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଏକାଧିକ ଲୋକଙ୍କୁ ଟାର୍ଗେଟ...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଜଟଣୀ,୧୮ା୧୦(ଡି.ଏନ.ଏ): ଜଟଣୀ ଥାନା ଅଧୀନ ତରାବୋଇ ଗ୍ରାମ ନୂଆସାହିର ବଙ୍କିନା ତାଡ଼ ଦୁଇ ପିଲାଙ୍କୁ ଧରି ଶୋଇଥିବା ବେଳେ ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ...

୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂଜାରି, ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି...

୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ...

Advertisement
Archives

Model This Week