ଶିଶୁପାଳଗଡ଼ରେ ବନ୍ଦ ହେଉନି ବେଆଇନ ଖନନ

ଭୁବନେଶ୍ୱର (ବ୍ୟୁରୋ) /ପୁରୁଣା ଭୁବନେଶ୍ୱର,୧୭।୩ (ଡି.ଏନ.ଏ.): ଶିଶୁପାଳଗଡ଼ ଇତିହାସର ନିଦର୍ଶନ। ଏହି ଅମୂଲ୍ୟ ଐତିହ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ। ରାଜ୍ୟ ସରକାର ଶିଶୁପାଳଗଡ଼ରେ ଚାଲିଥିବା ବେଆଇନ ଜବରଦଖଲକୁ ତୁରନ୍ତ ବନ୍ଦ କରନ୍ତୁ। ସଂରକ୍ଷିତ ଶିଶୁପାଳଗଡ଼ରେ ଚାଲିଥିବା ବେଆଇନ ଖନନ ଦିଗରେ ଶୀଘ୍ର ପଦକ୍ଷେନ ନେବାକୁ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜଣାଇଛନ୍ତି। ଗତ ଜାନୁୟାରୀ ୧୦ରେ ହାଇକୋର୍ଟ ଶିଶୁପାଳଗଡ଼ରେ ବେଆଇନ ଖନନ ସଂକ୍ରାନ୍ତ ମାମଲାର ରାୟ ପ୍ରକାଶ କରିଥିଲେ। ୬ମାସ ମଧ୍ୟରେ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷକରି ଶିଶୁପାଳଗଡ଼ର ଚିହ୍ନିତ ଅଞ୍ଚଳକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)କୁ ହସ୍ତାନ୍ତର କରିବେ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ମିଳିତ ଭାବେ ଘଟଣାସ୍ଥଳ ସର୍ଭେ କରିବେ। ସେହିପରି ଶିଶୁପାଳଗଡ଼ରେ ଥିବା ସମସ୍ତ ସରକାରୀ ଜମିକୁ ଚିହ୍ନଟ କରି ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିବେ। ଏହି କାମ ୯୦ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପରେ ଜମି ଚିହ୍ନଟ ସରିଛି ସତ, କିନ୍ତୁ ଜମି ମାଫିଆ ବେଆଇନ ଭାବେ ଜବରଦଖଲ କରିବା ସହ ଖୋଳିବିଦାରି ଶିଶୁପାଳଗଡ଼କୁ ଧ୍ୱଂସ କରିଚାଲିଛନ୍ତି। ଗତ ୨୦ଦିନରୁ ଅଧିକ ହେବ ଜେସିବି ଲଗାଇ ଶିଶୁପାଳଗଡ଼କୁ ତାଡି ଚାଲିଛନ୍ତି। ଶିଶୁପାଳଗଡ଼ର ଚାରିପଟେ ଥିବା ରାମପର୍ଟକୁ ତାଡ଼ି ମାଟି ବୋହି ନେଇ ଯାଉଛନ୍ତି। ପ୍ରାଚୀନ କଳିଙ୍ଗର ରାଜଧାନୀ ଭାବେ ଦିନେ ମୁଣ୍ଡ ଟେକିଥିବା ଶିଶୁପାଳଗଡ଼ ଆଜି ନିଶ୍ଚିହ୍ନ ଦିଗରେ ଛିଡ଼ା ହୋଇଛି।
ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଲକ୍ଷ୍ମୀନାରାୟଣ ନାୟର ଏଏସ୍‌ଆଇକୁ ଚିଠି ଲେଖି ଏହି ବେଆଇନ ଖନନ କାମ ଶୀଘ୍ର ବନ୍ଦ ନ କଲେ ଶିଶୁପାଳଗଡ଼ ନିଶ୍ଚିହ୍ନ ହେବାରୁ କେହି ରୋକିପାରିବେନି ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ଦୋଷୀମାନଙ୍କୁ ଚିହ୍ନଟ କରି ଉଦାହରଣ ଭତ୍ତିକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି। ଆମ୍‌ସାର ଆକ୍ଟ ୨୦୧୦ ହିସାବରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ଦୂରରେ କୌଣସି କାମ ହୋଇପାରିବ ନାହିଁ ଓ ୨୦୦ ମିଟର ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ହେଲେ ଯାଇ ନବୀକରଣ ବା ପୁନଃନିର୍ମାଣ ପାଇଁ ସ୍ଥାନ ଦିଆଯିବ। କିନ୍ତୁ ଏବେ ଖନନ ହେବା ସହ ଶିଶୁପାଳଗଡ଼ର ଆଖପାଖରେ ଘର ମଧ୍ୟ ଗଢ଼ି ଉଠିଲାଣି। ଅନ୍ୟପକ୍ଷେ ଏକାମ୍ରକ୍ଷେତ୍ରର ଶୁକସାରୀ ମନ୍ଦିର ପାଖେ ଖନନ ହେବା ସମୟରେ ଅନେକ ଐତିହାସିକ ଏହାକୁ ବିରୋଧ କରିଥିଲେ। ସେହି ସମୟରେ ରାଜ୍ୟ ସରକାର ୯ଜଣ ବିଶିଷ୍ଟ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍‌ଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଭୁବନେଶ୍ୱରରେ କୌଣସି ଐତିହ୍ୟ ଖନନ ହେଲେ କମିଟି ତାହାକୁ ଚିହ୍ନଟ କରିବ। କିନ୍ତୁ ଶିଶୁପାଳଗଡ଼ରେ ଐତିହ୍ୟ ଜବରଦଖଲ ସହ ବେଆଇନ ଖନନ କରି ଘର ତିଆରି ଚାଲିଥିଲେ ମଧ୍ୟ କମିଟିର ଭୂମିକା କିଛି ଜଣାପଡୁନି। ତେବେ ବର୍ତ୍ତମାନ ଏହି ବେଆଇନ ଖନନକୁ କେମିତି ବନ୍ଦ କରାଯିବ ସେ ନେଇ ବିରାଟ ବଡ଼ ପ୍ରଶ୍ନ ଉଠିଛି।
ପିସିଆର୍‌ ଉପସ୍ଥିତିରେ ବି ବେଆଇନ କାମ ଚାଲୁଛି
ଭୁବନେଶ୍ୱର ସର୍କଲର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିଦ୍‌ ଦିବିସଦ ଗଡ଼ନାୟକ କହିଛନ୍ତି, ଲୋକମାନେ ଜାଗ୍ରତ ନୁହନ୍ତି। ଆମ ଐତିହ୍ୟ ପାଇଁ ଆମେମାନେ ସତର୍କ ହେବା କଥା। ଯଦି ସ୍ଥାନୀୟ ଲୋକେ ଏହାର ମୂଲ୍ୟ ବୁଝିପାରୁନାହାନ୍ତି, ତେବେ ଏହାଠାରୁ ବଡ଼ ଦୁଃଖ ଆଉକିଛି ନାହିଁ। ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ନିର୍ଦ୍ଦେଶକ, ସଚିବ ସମେତ କେନ୍ଦ୍ରକୁ ମଧ୍ୟ ଚିଠି ଲେଖାଯାଇଛି। ସେମାନେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଛନ୍ତି। ଧଉଳି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ପିସିଆର୍‌ ଗାଡ଼ି ଉପସ୍ଥିତିରେ ବି ଏହି ବେଆଇନ କାମ ସେମିତି ଚାଲିଛି। କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ମୋତେ ଲଜ୍ଜା ଲାଗୁଛି, ମୁଁ ଓଡ଼ିଶାର ଲୋକ। ଖୁବ୍‌ଶୀଘ୍ର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଗଲେ ହୁଏତ କିଛି ସମାଧାନର ବାଟ ବାହାରି ପାରିବ ବୋଲି ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?