ଶିଶୁପାଳଗଡ଼ରେ ବନ୍ଦ ହେଉନି ବେଆଇନ ଖନନ

ଭୁବନେଶ୍ୱର (ବ୍ୟୁରୋ) /ପୁରୁଣା ଭୁବନେଶ୍ୱର,୧୭।୩ (ଡି.ଏନ.ଏ.): ଶିଶୁପାଳଗଡ଼ ଇତିହାସର ନିଦର୍ଶନ। ଏହି ଅମୂଲ୍ୟ ଐତିହ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ। ରାଜ୍ୟ ସରକାର ଶିଶୁପାଳଗଡ଼ରେ ଚାଲିଥିବା ବେଆଇନ ଜବରଦଖଲକୁ ତୁରନ୍ତ ବନ୍ଦ କରନ୍ତୁ। ସଂରକ୍ଷିତ ଶିଶୁପାଳଗଡ଼ରେ ଚାଲିଥିବା ବେଆଇନ ଖନନ ଦିଗରେ ଶୀଘ୍ର ପଦକ୍ଷେନ ନେବାକୁ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜଣାଇଛନ୍ତି। ଗତ ଜାନୁୟାରୀ ୧୦ରେ ହାଇକୋର୍ଟ ଶିଶୁପାଳଗଡ଼ରେ ବେଆଇନ ଖନନ ସଂକ୍ରାନ୍ତ ମାମଲାର ରାୟ ପ୍ରକାଶ କରିଥିଲେ। ୬ମାସ ମଧ୍ୟରେ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶେଷକରି ଶିଶୁପାଳଗଡ଼ର ଚିହ୍ନିତ ଅଞ୍ଚଳକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)କୁ ହସ୍ତାନ୍ତର କରିବେ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ମିଳିତ ଭାବେ ଘଟଣାସ୍ଥଳ ସର୍ଭେ କରିବେ। ସେହିପରି ଶିଶୁପାଳଗଡ଼ରେ ଥିବା ସମସ୍ତ ସରକାରୀ ଜମିକୁ ଚିହ୍ନଟ କରି ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିବେ। ଏହି କାମ ୯୦ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପରେ ଜମି ଚିହ୍ନଟ ସରିଛି ସତ, କିନ୍ତୁ ଜମି ମାଫିଆ ବେଆଇନ ଭାବେ ଜବରଦଖଲ କରିବା ସହ ଖୋଳିବିଦାରି ଶିଶୁପାଳଗଡ଼କୁ ଧ୍ୱଂସ କରିଚାଲିଛନ୍ତି। ଗତ ୨୦ଦିନରୁ ଅଧିକ ହେବ ଜେସିବି ଲଗାଇ ଶିଶୁପାଳଗଡ଼କୁ ତାଡି ଚାଲିଛନ୍ତି। ଶିଶୁପାଳଗଡ଼ର ଚାରିପଟେ ଥିବା ରାମପର୍ଟକୁ ତାଡ଼ି ମାଟି ବୋହି ନେଇ ଯାଉଛନ୍ତି। ପ୍ରାଚୀନ କଳିଙ୍ଗର ରାଜଧାନୀ ଭାବେ ଦିନେ ମୁଣ୍ଡ ଟେକିଥିବା ଶିଶୁପାଳଗଡ଼ ଆଜି ନିଶ୍ଚିହ୍ନ ଦିଗରେ ଛିଡ଼ା ହୋଇଛି।
ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଲକ୍ଷ୍ମୀନାରାୟଣ ନାୟର ଏଏସ୍‌ଆଇକୁ ଚିଠି ଲେଖି ଏହି ବେଆଇନ ଖନନ କାମ ଶୀଘ୍ର ବନ୍ଦ ନ କଲେ ଶିଶୁପାଳଗଡ଼ ନିଶ୍ଚିହ୍ନ ହେବାରୁ କେହି ରୋକିପାରିବେନି ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ଦୋଷୀମାନଙ୍କୁ ଚିହ୍ନଟ କରି ଉଦାହରଣ ଭତ୍ତିକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି। ଆମ୍‌ସାର ଆକ୍ଟ ୨୦୧୦ ହିସାବରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ଦୂରରେ କୌଣସି କାମ ହୋଇପାରିବ ନାହିଁ ଓ ୨୦୦ ମିଟର ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ହେଲେ ଯାଇ ନବୀକରଣ ବା ପୁନଃନିର୍ମାଣ ପାଇଁ ସ୍ଥାନ ଦିଆଯିବ। କିନ୍ତୁ ଏବେ ଖନନ ହେବା ସହ ଶିଶୁପାଳଗଡ଼ର ଆଖପାଖରେ ଘର ମଧ୍ୟ ଗଢ଼ି ଉଠିଲାଣି। ଅନ୍ୟପକ୍ଷେ ଏକାମ୍ରକ୍ଷେତ୍ରର ଶୁକସାରୀ ମନ୍ଦିର ପାଖେ ଖନନ ହେବା ସମୟରେ ଅନେକ ଐତିହାସିକ ଏହାକୁ ବିରୋଧ କରିଥିଲେ। ସେହି ସମୟରେ ରାଜ୍ୟ ସରକାର ୯ଜଣ ବିଶିଷ୍ଟ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍‌ଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଭୁବନେଶ୍ୱରରେ କୌଣସି ଐତିହ୍ୟ ଖନନ ହେଲେ କମିଟି ତାହାକୁ ଚିହ୍ନଟ କରିବ। କିନ୍ତୁ ଶିଶୁପାଳଗଡ଼ରେ ଐତିହ୍ୟ ଜବରଦଖଲ ସହ ବେଆଇନ ଖନନ କରି ଘର ତିଆରି ଚାଲିଥିଲେ ମଧ୍ୟ କମିଟିର ଭୂମିକା କିଛି ଜଣାପଡୁନି। ତେବେ ବର୍ତ୍ତମାନ ଏହି ବେଆଇନ ଖନନକୁ କେମିତି ବନ୍ଦ କରାଯିବ ସେ ନେଇ ବିରାଟ ବଡ଼ ପ୍ରଶ୍ନ ଉଠିଛି।
ପିସିଆର୍‌ ଉପସ୍ଥିତିରେ ବି ବେଆଇନ କାମ ଚାଲୁଛି
ଭୁବନେଶ୍ୱର ସର୍କଲର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିଦ୍‌ ଦିବିସଦ ଗଡ଼ନାୟକ କହିଛନ୍ତି, ଲୋକମାନେ ଜାଗ୍ରତ ନୁହନ୍ତି। ଆମ ଐତିହ୍ୟ ପାଇଁ ଆମେମାନେ ସତର୍କ ହେବା କଥା। ଯଦି ସ୍ଥାନୀୟ ଲୋକେ ଏହାର ମୂଲ୍ୟ ବୁଝିପାରୁନାହାନ୍ତି, ତେବେ ଏହାଠାରୁ ବଡ଼ ଦୁଃଖ ଆଉକିଛି ନାହିଁ। ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ନିର୍ଦ୍ଦେଶକ, ସଚିବ ସମେତ କେନ୍ଦ୍ରକୁ ମଧ୍ୟ ଚିଠି ଲେଖାଯାଇଛି। ସେମାନେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଛନ୍ତି। ଧଉଳି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ପିସିଆର୍‌ ଗାଡ଼ି ଉପସ୍ଥିତିରେ ବି ଏହି ବେଆଇନ କାମ ସେମିତି ଚାଲିଛି। କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ମୋତେ ଲଜ୍ଜା ଲାଗୁଛି, ମୁଁ ଓଡ଼ିଶାର ଲୋକ। ଖୁବ୍‌ଶୀଘ୍ର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଗଲେ ହୁଏତ କିଛି ସମାଧାନର ବାଟ ବାହାରି ପାରିବ ବୋଲି ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ମାତୃଭାଷା ପ୍ରତି ଆନ୍ତରିକତା କମୁଛି

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ମାତୃଭୂମି ମାତୃଭାଷାର ମମତା ଯା’ ହୃଦେ ଜନମି ନାହିଁ, ତାକୁୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ...

ପୋଲିସ କ୍ୱାର୍ଟର୍ସରେ ମହିଳା ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିର,୨୫ା୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପାଣ୍ଡେ କବାସୀ। ସେ...

ସୃଷ୍ଟି ହେଲା ଲଘୁଚାପ: ୯ରୁ ପ୍ରବଳ ବର୍ଷା!

ଭୁବନେଶ୍ୱର, ୮।୯(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ...

ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି।...

ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ୩ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା

କଟକ ଅଫିସ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ବଜାରରେ ବୁଲୁଥିଲେ ଜଣେ ବିଦେଶ ଫେରନ୍ତା। ଏ ନେଇ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ...

୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ...

ରାଜସ୍ବ ଆଦାୟରେ ଲକ୍ଷ୍ୟପୂରଣ ନେଇ ଆଶଙ୍କା

ଭୁବନେଶ୍ୱର,୯।୯(ବ୍ୟୁରୋ): ବିଏମ୍‌ସି ଅନ୍‌ଲାଇନ୍‌ରେ ସମସ୍ତ ପ୍ରକାର ଟିକସ ପଇଠ କରିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଜନସାଧାରଣ ଦେଉଥିବା ଟିକସ ଆଉ ବାଟମାରଣା ହେବ...

ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି...

Advertisement
Archives

Model This Week