ଉଦ୍‌ଘାଟନର ୮ଦିନରେ ଭାଙ୍ଗିପଡ଼ିଲା ଡ୍ରେନ

ଚୌଦ୍ୱାର/ମଙ୍ଗୁଳି-ଜଗତ୍‌ପୁର (ଡି.ଏନ୍‌.ଏ.)୧୭।୩: ଚୌଦ୍ୱାର ପୌରପାଳିକା ଅଧୀନ ୧୯ନମ୍ବର ୱାର୍ଡ ହାଉସିଂ ବୋର୍ଡ କଲୋନୀରେ ଗତ ୮ଦିନ ତଳେ ଉଦ୍‌ଘାଟିତ ହୋଇଥିବା ଏକ ଡ୍ରେନ୍‌ ଏବଂ ଏଥିରେ ପକାଯାଇଥିବା ସ୍ଲାବ ଭାଙ୍ଗି ଯାଇଛି। ଫଳରେ ଗୁରୁବାର ସକାଳେ ସେହି ଡ୍ରେନ୍‌ ଦେଇ ଯାଉଥିବା ଏକ ପାଣି ଟ୍ୟାଙ୍କର ଡ୍ରେନ୍‌ ମଧ୍ୟକୁ ଖସି ପଡ଼ିଛି। ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଡ୍ରେନ୍‌କୁ ଗତ ୯ତାରିଖରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଉଦ୍‌ଘାଟନ କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ଡ୍ରେନ୍‌ ଓ ସ୍ଲାବ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ହାଉସିଂ ବୋର୍ଡ କଲୋନୀର ନିର୍ମଳା ବେହେରାଙ୍କ ଘର ସମ୍ମୁଖରେ ନିର୍ମାଣ ହୋଇଥିବା ଡ୍ରେନ୍‌ ଦେଇ ଗୁରୁବାର ସକାଳ ପ୍ରାୟ ୮ଟାରେ ଏକ ପାଣି ଟାଙ୍କି ଯାଉଥିବାବେଳେ ଏହା ଉପରେ ଥିବା ସ୍ଲାବ୍‌ ଭାଙ୍ଗିଯିବାରୁ ପାଣି ଟ୍ୟାଙ୍କର ଗଳି ପଡ଼ିଥିଲା। ପରେ ଉକ୍ତ ଟ୍ୟାଙ୍କରରୁ ପାଣି ନିଷ୍କାସନ କରାଯିବା ପରେ ଏହାକୁ ଡ୍ରେନ୍‌ ମଧ୍ୟରୁ କଢ଼ାଯାଇଥିଲା। ତେବେ ଉକ୍ତ ଡ୍ରେନ୍‌ ଏବଂ ସ୍ଲାବ ଅତି ନିମ୍ନମାନର କରାଯାଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହେଉଛି। ଠିକାଦାର ଆବଶ୍ୟକ ପରିମାଣର ସିମେଣ୍ଟ ଏବଂ ରଡ୍‌ ବ୍ୟବହାର କରି ନ ଥିବାରୁ ଡ୍ରେନ ଉପରେ ପଡିଥିବା ଅଧିକାଂଶ ସ୍ଲାବରେ ଗୋଡ଼ି ଏବଂ ବାଲି ବାହାରି ରଡ଼ ଦେଖାଯାଉଛି। ଏପରି କି ଡ୍ରେନ୍‌ ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ନିମ୍ନମାନର କାମ ଅଭିଯୋଗ କରି ଏହାର ଭିଡ଼ିଓ ପୌର ନିର୍ବାହୀ ଯନ୍ତ୍ରୀଙ୍କ ମୋବାଇଲକୁ ପଠାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ବାସିନ୍ଦା ଶ୍ରୀଧର ମହାରଣା କହିଛନ୍ତି। ଏପରି କି ସ୍ଲାବର ଆକାର ଠିକ୍‌ ନ ଥିବାରୁ ଏହା ଉପର ଦେଇ ଚାଲିଲେ ଶବ୍ଦ ହେଉଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ସେହିପରି ରାଜମିସ୍ତ୍ରି ବିଷ୍ଣୁ ବେହେରାଙ୍କ କହିବା ହେଲା ନିୟମ ଅନୁସାରେ ସ୍ଲାବରେ ଆବଶ୍ୟକ ସଂଖ୍ୟାର ରଡ୍‌ ବନ୍ଧା ଏବଂ କମ୍‌ ସିମେଣ୍ଟ ବ୍ୟବହାର କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଲା। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ କାମ ବେଳେ ପୌର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ରିପୋର୍ଟ ଦେବା ପରେ ପ୍ରକଳ୍ପ ଉଦଘାଟନ କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ମୋତେ ଜଣା ନାହିଁ। ଏବେ ମୁଁ ନିଜେ ସେ କାମର ଫାଇଲ ଚେକ୍‌ କରିବା ସହ ସ୍ଲାବ ଏବଂ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରିବି। ଯଦି କାମଟି ନିମ୍ନମାନର ହୋଇଥାଏ କନିଷ୍ଠ ଯନ୍ତ୍ରୀ ଏହାର ଉତ୍ତରଦାୟୀ ରହିବେ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri