ହିମାଚଳରେ ୪୦ ଆସନରେ କଂଗ୍ରେସର ବାଜିମାତ୍, ଭାଜପା ହାତକୁ ଗଲା ୨୫
ଶିମଲା,୮।୧୨: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏହି ନିର୍ବାଚନରେ ୪୦ଟି ଆସନରେ କଂଗ୍ରେସ ବାଜିମାତ୍ କରି ବଡ଼ ବିଜୟ ହାସଲ କରିଛି। ଅନ୍ୟପଟେ ଭାଜପା ହାତକୁ ୨୫ଟି ଆସନ ଆସିଥିବା ବେଳେ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି…
୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନଓ୍ବାଡି କର୍ମୀ
ବାଲିଗୁଡା,୮।୧୨(ଡି.ଏନ.ଏ.): ବାଲିଗୁଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀମାନେ ଗତମାସ ୨୧ତାରିଖରୁ କାର୍ଯ୍ୟବନ୍ଦ କରି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଏବଂ ସାହାର୍ଯ୍ୟକାରିଣୀଙ୍କୁ ସରକାରୀ ମାନ୍ୟତା, କର୍ମୀମାନଙ୍କୁ ୧୮ ହଜାର ଦରମା, ସାହାର୍ଯ୍ୟ କାରିଣୀଙ୍କୁ ୯ ହଜାର…
ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର: ଯାତାୟାତକୁ ବନ୍ଦ କଲା ପ୍ରଶାସନ
କୋକସରା,୮।୧୨(ଡି.ଏନ୍.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଗୁରୁବାର ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ବେଳେ ଘାଟି ବୁଲାଣିରେ ଟ୍ୟାଙ୍କର(ନଂ.ଓଡି-୭୮୪୬) ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ…
ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ
ଆନନ୍ଦପୁର,୮।୧୨(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଏକ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପହରଣର ମାସେ ପରେ ଅଭିଯୁକ୍ତଙ୍କୁୁ ଗିରଫ କରିବାରେ ଆନନ୍ଦପୁର ପୋଲିସ ସଫଳ ହୋଇଛି। ଅଭିଯୁକ୍ତ ଆନନ୍ଦପୁର ପୌରପରିଷଦ ଫକୀରପୁର ୧୦ନଂ ଓାର୍ଡ଼ର ପଦ୍ମନାଭ ଜେନାଙ୍କ ପୁଅ ଜିତୁ…
ସରକାରୀ ଯୋଜନା ସାତସପନ, ଭଙ୍ଗାଘରେ ବିତୁଛି ଜୀବନ
ସିଂହପୁର,୮।୧୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ଜରୀ ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି। ସୂଚନାଯୋଗ୍ୟ, ଜରୀ…
ମାଛ ବଜାର ସ୍ଥାନାନ୍ତରକୁ ବିରୋଧ
ବ୍ରଜରାଜନଗର,୮ା୧୨(ଡି.ଏନ.ଏ.): ବ୍ରଜରାଜନଗର ପୌରାଞ୍ଚଳ ଅଧୀନ ଗୋଲ ଛକଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାଛ ବଜାରକୁ ବୁଧବାର ଥାନା ପାର୍ଶ୍ୱରେ ଥିବା ଓରିଏଣ୍ଟ ପେପର ମିଲ ଅଧୀନରେ ଥିବା ଜାଗାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ପୌର…
ଭିନ୍ନ ଲୁକ୍ସରେ ନଜର ଆସିଲେ ଆମିର
ମୁମ୍ବାଇ: ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟାରେ ଅଭିନେତ୍ରୀ କାଜଲଙ୍କ ଅପକମିଂ ଫିଲ୍ମ ‘ସଲାମ ଭେଙ୍କି’ର ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ୟୁବରାଜ ସିଂଙ୍କଠାରୁ ନେଇ ହର୍ଷାଳି ମାଲହୋତ୍ରା ଓ ତନିଷା ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଥିଲା । ଏହି…
ପ୍ରକାଶ ପାଇଲା ଓଏଏସ୍ ପ୍ରିଲିମ୍ ରେଜଲ୍ଟ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ପ୍ରକାଶ ପାଇଲା ଓଏଏସ୍-୨୦୨୧ ପ୍ରିଲିମ୍ ପରୀକ୍ଷାଫଳ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଗୁରୁବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ମୋଟ୍ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ମୋଟ୍ ୨୯ ହଜାର ୨୯୫ ଆଶାୟୀ ପ୍ରିଲିମ୍ ପରୀକ୍ଷା…
ଠକେଇ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ
କେନ୍ଦୁଝର,୮।୧୨ (ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଖିଳ ଚନ୍ଦ୍ର ନାୟକଙ୍କୁ ଟାଉନ୍ ପୋଲିସ ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଡିମ୍ବୋ ପଞ୍ଚାୟତ ବାଇଗଣପଶି ଗ୍ରାମର ଜଣେ…
ବିବାହ ଭେନ୍ୟୁ ସ୍ଥିର କଲେ କିଆରା-ସିଦ୍ଧାର୍ଥ!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଚଳତ ବର୍ଷ ନୁହେଁ ବରଂ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଏମାନଙ୍କର ବିବାହ ଭେନ୍ୟୁ ସ୍ଥିର ହୋଇ…
ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି
ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ ବିଜୟ ଉପରେ ସେ କହିଛନ୍ତି, ଗୁଜରାଟକୁ ଧନ୍ୟବାଦ। ଅଦ୍ଭୂତପୂର୍ବ ନିର୍ବାଚନ ଫଳାଫଳକୁ ଦେଖିବା ପରେ…
‘ମୋତେ କଳା ବିଲେଇ ଡାକୁଥିଲେ’
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ରେ ନୁହେଁ, ହଲିଉଡ୍ରେ ମଧ୍ୟ ବେଶ୍ ନାଁ କମାଇ ସାରିଛନ୍ତି। ପ୍ରିୟଙ୍କା ବିଶ୍ୱସ୍ତରୀୟ ଷ୍ଟାର୍ ତାଲିକାରେ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କେବଳ ଦେଶରେ…
Archives


