ନିବେଶ ପାଇଁ ଓଡ଼ିଶା ସର୍ବୋତ୍ତମ

ଓଡ଼ିଶାରୁ ଉଚ୍ଚଶିକ୍ଷା ଶେଷକରି ଆମେରିକାର ବୋଷ୍ଟନ୍‌ ୟୁନିଭର୍ସିଟିରୁ ମାଷ୍ଟର ଡ୍ରିଗୀ ହାସଲ ପରେ ପାରିବାରିକ ବ୍ୟବସାୟରେ ସେ ମନୋନିବେଶ କରିଥିଲେ। ୧୯୯୦ ଦଶକରେ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ(ଇମ୍ଫା)ର ପରିବର୍ଦ୍ଧନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଏହାକୁ ରାଜ୍ୟର ଏକ ଅଗ୍ରଣୀ ଶିଳ୍ପରେ ପରିଣତ କରାଇଛନ୍ତି। ତାଙ୍କ ଦୂରଦୃଷ୍ଟି ଇମ୍ଫାକୁ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ଭାବେ ସୁନାମ ଆଣି ଦେଇଛି। ଧରିତ୍ରୀ ସହ ବିଶେଷ ଆଳାପ ବେଳେ ସଫଳ ଶିଳ୍ପୋଦ୍ୟୋଗୀ, ଇମ୍ପା ଏମ୍‌ଡି ତଥା ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଓଡ଼ିଶାରେ ଶିଳ୍ପର ଅଗ୍ରଗତି ଓ ଅନ୍ୟ ବିଷୟରେ ନିଜ ମତ ରଖିଛନ୍ତି।

ପ୍ର-୧: ଓଡ଼ିଶାରେ ଶିଳ୍ପର ବିକାଶକୁ କିଭଳି ଦେଖୁଛନ୍ତି?
ଉ- ପୁଞ୍ଜିନିବେଶକଙ୍କ ପାଇଁ ଓଡ଼ିଶା ବର୍ତ୍ତମାନ ଅନ୍ୟତମ ଆକର୍ଷଣୀୟ ରାଜ୍ୟ ଭାବେ ମାନ୍ୟତା ଲାଭ କରିଛି। ଏଥିପାଇଁ ଅନୁକୂଳ ପରିବେଶ ଓ ଶିଳ୍ପନୀତି ମଧ୍ୟ ରହିଛି।
ରାଜ୍ୟରେ ଥିବା ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳର ସୁବିନିଯୋଗ କରାଯାଇ ଶିଳ୍ପ ଅଭିବୃଦ୍ଧିରେ ବିରାଟ ପରିବର୍ତ୍ତନ ଅଣାଯାଇପାରିଛି। ଏହାବ୍ୟତୀତ ବିବିଧତା ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଅନ୍ୟ କ୍ଷେତ୍ରଗୁଡ଼ିକରେ ମଧ୍ୟ ପୁଞ୍ଜିନିବେଶ ବୃଦ୍ଧି ପାଉଛି, ଯାହାକି ଏକ ଉତ୍ତମ ପଦକ୍ଷେପ। ଏହି ଦୃଷ୍ଟିକୋଣରୁ ବିଗତ ଦଶନ୍ଧିରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଘଟିଛି। ଏପରିକି ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ। ଏଥିରୁ ଶିଳ୍ପାୟନ ପ୍ରତି ରାଜ୍ୟର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି।
ପ୍ର-୨: ଫିକି ସଭାପତି ଭାବେ ଓଡ଼ିଶା ପ୍ରତି ଆପଣଙ୍କ ଆଭିମୁଖ୍ୟ କ’ଣ ରହିବ?
ଉ- ପ୍ରଥମ ଓଡ଼ିଆ ଭାବେ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ସଭାପତି ହେବା ମୋ ପାଇଁ ଗୌରବର କଥା। ଏହା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶା ଏକ ଶିଳ୍ପଭିତ୍ତିକ ରାଜ୍ୟ ରୂପେ ସାମର୍ଥ୍ୟ ପ୍ରଦର୍ଶନ କରିପାରୁଥିବାରୁ ଏହା ସମ୍ଭବ ହୋଇଛି। ରାଜ୍ୟ ହାସଲ କରିଥିବା ସମସ୍ତ ସଫଳତାର ଏହା ଏକ ପ୍ରତିଫଳନ ବୋଲି ମୁଁ ବିବେଚନା କରେ। ଯେତେଦୂର ମୋର ଭୂମିକା କଥା ଉଠୁଛି, ଫିକିର ସଭାପତି ଭାବେ ମୋର ଭୂମିକା ଜାତୀୟସ୍ତରକୁ ଲକ୍ଷ୍ୟ କେନ୍ଦ୍ରିତ କରୁଛି। କିନ୍ତୁ ମୁଁ ସବୁବେଳେ କହେ ଓଡ଼ିଶା ମୋ ପାଇଁ ସର୍ବଦା ଅଗ୍ରାଧିକାର ଲାଭ କରିଛି।
ପ୍ର-୩: ଚଳିତ କେନ୍ଦ୍ରୀୟ ବଜେଟ ଶିଳ୍ପକ୍ଷେତ୍ରକୁ କିଭଳି ସହାୟକ ହେବ?
ଉ- କେନ୍ଦ୍ରୀୟ ବଜେଟ ଏକ ଅଭିବୃଦ୍ଧିଶୀଳ ବଜେଟ। ଏହା ଏକ ପ୍ରଗତିଶୀଳ ବଜେଟ ହୋଇଥିବାରୁ ଫିକି ପକ୍ଷରୁ ଆମେ ସାଧାରଣ ଭିତ୍ତିଭୂମି ଓ ପୁଞ୍ଜି ବ୍ୟୟକୁ ଗୁରୁତ୍ୱ ଦେଇଆସିଛୁ। ବଜେଟରେ ମଧ୍ୟ ଏହା ପ୍ରତିଳଫିତ ହୋଇଛି। ପୁଞ୍ଜି ବ୍ୟୟରେ ପୂର୍ବାପେକ୍ଷା ୩୩% ଅଧିକ ଆବଣ୍ଟନ ସହ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ବା ଏକ ଐତିହାସିକ ସଂଖ୍ୟା, ଯାହା ମୋଟ ଘରୋଇ ଉପତ୍ାଦ(ଜିଡିପି) ୩.୩%ର ପ୍ରତିନିଧିତ୍ୱ କରୁଛି। ତେବେ ରାଜ୍ୟର ଅନୁଦାନକୁ ମିଶାଇଲେ ମୋଟ ଘରୋଇ ଉପତ୍ାଦ ୪.୫%ରେ ପହଞ୍ଚତ୍ବ।
ପ୍ର-୪: କୋଭିଡ୍‌ ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ଶିଳ୍ପ କ୍ଷେତ୍ରକୁ କିଭଳି ଦେଖୁଛନ୍ତି?
ଉ- କୋଭିଡ୍‌ ପୂର୍ବରୁ ସାରା ଦେଶରେ ଶିଳ୍ପ କ୍ଷେତ୍ର ଆଶାନୁଯାୟୀ ବିକଶିତ ହୋଇଥିଲା। ହେଲେ କୋଭିଡ୍‌ ଏବଂ କୋଭିଡ୍‌ ପରବର୍ତ୍ତୀ ସମୟରେ ଶିଳ୍ପକ୍ଷେତ୍ର କିଛି ମାତ୍ରାରେ ମାନ୍ଦାବସ୍ଥା ଦେଇ ଗତି କରିଥିଲା। ବର୍ତ୍ତମାନ ଶିଳ୍ପ କ୍ଷେତ୍ରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକ ସଫଳତା ପାଇଁ ଘରୋଇ କ୍ଷେତ୍ର ଆଗେଇ ଆସିବା ଉଚିତ। ଘରୋଇ ନିବେଶ ଓ ପୁଞ୍ଜି ବ୍ୟୟରେ ଉନ୍ନତି ଆଣିବା ପାଇଁ ବଜେଟରେ କରାଯାଇଥିବା ବ୍ୟବସ୍ଥା ବିଶେଷ ସହାୟକ ହେବ ବୋଲି ମୁଁ ଆଶାବାଦୀ ରହିଛି। ମହାମାରୀର କଷାଘାତରୁ ଭାରତୀୟ ଶିଳ୍ପ ମୁକୁଳିପାରିଛି। ଅଧିକାଂଶ କ୍ଷେତ୍ର ପୂର୍ବାବସ୍ଥାକୁ ଫେରିଥିବା ବେଳେ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ସର୍ବାଧିକ ପ୍ରଭାବିତ ସର୍ଭିସ୍‌ ସେକ୍ଟର ମଧ୍ୟ ଅଣ୍ଟା ସଳଖି ଛିଡ଼ା ହେଉଛି ବୋଲି ମଁୁ ମନେକରେ। ବାସ୍ତବରେ ବର୍ତ୍ତମାନ ସମୟରେ ବିଶ୍ୱରେ ଆର୍ଥିକ ମନ୍ଥରତା ଯୋଗୁ ଭାରତର ରପ୍ତାନି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ସେବା କ୍ଷେତ୍ରରେ ମଜଭୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ବିଭିନ୍ନ କ୍ଷେତ୍ର ଉପରେ ନଜର ପକାଇଲେ ଆମେ ମହାମାରୀକୁ ପଛରେ ପକାଇ ଏକ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଥିବା ଲକ୍ଷ୍ୟ କରୁଛି।
ପ୍ର-୫: ରାଜ୍ୟର ନୂତନ ଶିଳ୍ପନୀତି ଉପରେ ଆପଣଙ୍କ ମତ କ’ଣ?
ଉ- ଏହା ଏକ ଅତ୍ୟନ୍ତ ପ୍ରଗତିଶୀଳ ନୀତି। ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ପାରମ୍ପରିକ ଖଣିଜ ଓ ପଦାର୍ଥଗୁଡ଼ିକୁ ନେଇ ଶିଳ୍ପର ସ୍ଥିତିରେ ବିବିଧତା ଆଣିବା ଏହି ଶିଳ୍ପନୀତିର ଲକ୍ଷ୍ୟ। ଓଡ଼ିଶାର ବିକାଶଶୀଳ ଶିଳ୍ପନୀତିରେ ଅପାର ସମ୍ଭାବନା ରହିଛି, ଯାହା ରାଜ୍ୟରେ ପୁଞ୍ଜିନିବେଶ ଆଣିବାରେ ସହାୟକ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri