ନିବେଶ ପାଇଁ ଓଡ଼ିଶା ସର୍ବୋତ୍ତମ

ଓଡ଼ିଶାରୁ ଉଚ୍ଚଶିକ୍ଷା ଶେଷକରି ଆମେରିକାର ବୋଷ୍ଟନ୍‌ ୟୁନିଭର୍ସିଟିରୁ ମାଷ୍ଟର ଡ୍ରିଗୀ ହାସଲ ପରେ ପାରିବାରିକ ବ୍ୟବସାୟରେ ସେ ମନୋନିବେଶ କରିଥିଲେ। ୧୯୯୦ ଦଶକରେ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ(ଇମ୍ଫା)ର ପରିବର୍ଦ୍ଧନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଏହାକୁ ରାଜ୍ୟର ଏକ ଅଗ୍ରଣୀ ଶିଳ୍ପରେ ପରିଣତ କରାଇଛନ୍ତି। ତାଙ୍କ ଦୂରଦୃଷ୍ଟି ଇମ୍ଫାକୁ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ଭାବେ ସୁନାମ ଆଣି ଦେଇଛି। ଧରିତ୍ରୀ ସହ ବିଶେଷ ଆଳାପ ବେଳେ ସଫଳ ଶିଳ୍ପୋଦ୍ୟୋଗୀ, ଇମ୍ପା ଏମ୍‌ଡି ତଥା ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା ଓଡ଼ିଶାରେ ଶିଳ୍ପର ଅଗ୍ରଗତି ଓ ଅନ୍ୟ ବିଷୟରେ ନିଜ ମତ ରଖିଛନ୍ତି।

ପ୍ର-୧: ଓଡ଼ିଶାରେ ଶିଳ୍ପର ବିକାଶକୁ କିଭଳି ଦେଖୁଛନ୍ତି?
ଉ- ପୁଞ୍ଜିନିବେଶକଙ୍କ ପାଇଁ ଓଡ଼ିଶା ବର୍ତ୍ତମାନ ଅନ୍ୟତମ ଆକର୍ଷଣୀୟ ରାଜ୍ୟ ଭାବେ ମାନ୍ୟତା ଲାଭ କରିଛି। ଏଥିପାଇଁ ଅନୁକୂଳ ପରିବେଶ ଓ ଶିଳ୍ପନୀତି ମଧ୍ୟ ରହିଛି।
ରାଜ୍ୟରେ ଥିବା ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳର ସୁବିନିଯୋଗ କରାଯାଇ ଶିଳ୍ପ ଅଭିବୃଦ୍ଧିରେ ବିରାଟ ପରିବର୍ତ୍ତନ ଅଣାଯାଇପାରିଛି। ଏହାବ୍ୟତୀତ ବିବିଧତା ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଅନ୍ୟ କ୍ଷେତ୍ରଗୁଡ଼ିକରେ ମଧ୍ୟ ପୁଞ୍ଜିନିବେଶ ବୃଦ୍ଧି ପାଉଛି, ଯାହାକି ଏକ ଉତ୍ତମ ପଦକ୍ଷେପ। ଏହି ଦୃଷ୍ଟିକୋଣରୁ ବିଗତ ଦଶନ୍ଧିରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଘଟିଛି। ଏପରିକି ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ। ଏଥିରୁ ଶିଳ୍ପାୟନ ପ୍ରତି ରାଜ୍ୟର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି।
ପ୍ର-୨: ଫିକି ସଭାପତି ଭାବେ ଓଡ଼ିଶା ପ୍ରତି ଆପଣଙ୍କ ଆଭିମୁଖ୍ୟ କ’ଣ ରହିବ?
ଉ- ପ୍ରଥମ ଓଡ଼ିଆ ଭାବେ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ସଭାପତି ହେବା ମୋ ପାଇଁ ଗୌରବର କଥା। ଏହା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶା ଏକ ଶିଳ୍ପଭିତ୍ତିକ ରାଜ୍ୟ ରୂପେ ସାମର୍ଥ୍ୟ ପ୍ରଦର୍ଶନ କରିପାରୁଥିବାରୁ ଏହା ସମ୍ଭବ ହୋଇଛି। ରାଜ୍ୟ ହାସଲ କରିଥିବା ସମସ୍ତ ସଫଳତାର ଏହା ଏକ ପ୍ରତିଫଳନ ବୋଲି ମୁଁ ବିବେଚନା କରେ। ଯେତେଦୂର ମୋର ଭୂମିକା କଥା ଉଠୁଛି, ଫିକିର ସଭାପତି ଭାବେ ମୋର ଭୂମିକା ଜାତୀୟସ୍ତରକୁ ଲକ୍ଷ୍ୟ କେନ୍ଦ୍ରିତ କରୁଛି। କିନ୍ତୁ ମୁଁ ସବୁବେଳେ କହେ ଓଡ଼ିଶା ମୋ ପାଇଁ ସର୍ବଦା ଅଗ୍ରାଧିକାର ଲାଭ କରିଛି।
ପ୍ର-୩: ଚଳିତ କେନ୍ଦ୍ରୀୟ ବଜେଟ ଶିଳ୍ପକ୍ଷେତ୍ରକୁ କିଭଳି ସହାୟକ ହେବ?
ଉ- କେନ୍ଦ୍ରୀୟ ବଜେଟ ଏକ ଅଭିବୃଦ୍ଧିଶୀଳ ବଜେଟ। ଏହା ଏକ ପ୍ରଗତିଶୀଳ ବଜେଟ ହୋଇଥିବାରୁ ଫିକି ପକ୍ଷରୁ ଆମେ ସାଧାରଣ ଭିତ୍ତିଭୂମି ଓ ପୁଞ୍ଜି ବ୍ୟୟକୁ ଗୁରୁତ୍ୱ ଦେଇଆସିଛୁ। ବଜେଟରେ ମଧ୍ୟ ଏହା ପ୍ରତିଳଫିତ ହୋଇଛି। ପୁଞ୍ଜି ବ୍ୟୟରେ ପୂର୍ବାପେକ୍ଷା ୩୩% ଅଧିକ ଆବଣ୍ଟନ ସହ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ବା ଏକ ଐତିହାସିକ ସଂଖ୍ୟା, ଯାହା ମୋଟ ଘରୋଇ ଉପତ୍ାଦ(ଜିଡିପି) ୩.୩%ର ପ୍ରତିନିଧିତ୍ୱ କରୁଛି। ତେବେ ରାଜ୍ୟର ଅନୁଦାନକୁ ମିଶାଇଲେ ମୋଟ ଘରୋଇ ଉପତ୍ାଦ ୪.୫%ରେ ପହଞ୍ଚତ୍ବ।
ପ୍ର-୪: କୋଭିଡ୍‌ ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ଶିଳ୍ପ କ୍ଷେତ୍ରକୁ କିଭଳି ଦେଖୁଛନ୍ତି?
ଉ- କୋଭିଡ୍‌ ପୂର୍ବରୁ ସାରା ଦେଶରେ ଶିଳ୍ପ କ୍ଷେତ୍ର ଆଶାନୁଯାୟୀ ବିକଶିତ ହୋଇଥିଲା। ହେଲେ କୋଭିଡ୍‌ ଏବଂ କୋଭିଡ୍‌ ପରବର୍ତ୍ତୀ ସମୟରେ ଶିଳ୍ପକ୍ଷେତ୍ର କିଛି ମାତ୍ରାରେ ମାନ୍ଦାବସ୍ଥା ଦେଇ ଗତି କରିଥିଲା। ବର୍ତ୍ତମାନ ଶିଳ୍ପ କ୍ଷେତ୍ରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକ ସଫଳତା ପାଇଁ ଘରୋଇ କ୍ଷେତ୍ର ଆଗେଇ ଆସିବା ଉଚିତ। ଘରୋଇ ନିବେଶ ଓ ପୁଞ୍ଜି ବ୍ୟୟରେ ଉନ୍ନତି ଆଣିବା ପାଇଁ ବଜେଟରେ କରାଯାଇଥିବା ବ୍ୟବସ୍ଥା ବିଶେଷ ସହାୟକ ହେବ ବୋଲି ମୁଁ ଆଶାବାଦୀ ରହିଛି। ମହାମାରୀର କଷାଘାତରୁ ଭାରତୀୟ ଶିଳ୍ପ ମୁକୁଳିପାରିଛି। ଅଧିକାଂଶ କ୍ଷେତ୍ର ପୂର୍ବାବସ୍ଥାକୁ ଫେରିଥିବା ବେଳେ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ସର୍ବାଧିକ ପ୍ରଭାବିତ ସର୍ଭିସ୍‌ ସେକ୍ଟର ମଧ୍ୟ ଅଣ୍ଟା ସଳଖି ଛିଡ଼ା ହେଉଛି ବୋଲି ମଁୁ ମନେକରେ। ବାସ୍ତବରେ ବର୍ତ୍ତମାନ ସମୟରେ ବିଶ୍ୱରେ ଆର୍ଥିକ ମନ୍ଥରତା ଯୋଗୁ ଭାରତର ରପ୍ତାନି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ସେବା କ୍ଷେତ୍ରରେ ମଜଭୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ବିଭିନ୍ନ କ୍ଷେତ୍ର ଉପରେ ନଜର ପକାଇଲେ ଆମେ ମହାମାରୀକୁ ପଛରେ ପକାଇ ଏକ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଥିବା ଲକ୍ଷ୍ୟ କରୁଛି।
ପ୍ର-୫: ରାଜ୍ୟର ନୂତନ ଶିଳ୍ପନୀତି ଉପରେ ଆପଣଙ୍କ ମତ କ’ଣ?
ଉ- ଏହା ଏକ ଅତ୍ୟନ୍ତ ପ୍ରଗତିଶୀଳ ନୀତି। ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ପାରମ୍ପରିକ ଖଣିଜ ଓ ପଦାର୍ଥଗୁଡ଼ିକୁ ନେଇ ଶିଳ୍ପର ସ୍ଥିତିରେ ବିବିଧତା ଆଣିବା ଏହି ଶିଳ୍ପନୀତିର ଲକ୍ଷ୍ୟ। ଓଡ଼ିଶାର ବିକାଶଶୀଳ ଶିଳ୍ପନୀତିରେ ଅପାର ସମ୍ଭାବନା ରହିଛି, ଯାହା ରାଜ୍ୟରେ ପୁଞ୍ଜିନିବେଶ ଆଣିବାରେ ସହାୟକ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?