Home Left

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜାଣନ୍ତୁ କ’ଣ କହିଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା,୨୨।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଖ୍ୟାତନାମା ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ପ୍ରତିକ୍ରିୟା ଆସିଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାତା ଅରୁଣ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଅନୁଭବ କରୁଥିବା ସୋମବାର ପ୍ରକାଶ କରିଛନ୍ତି। ଭଗବାନ ରାମ ହିଁ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା…

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସିଏମ ଯୋଗୀ ଲେଖିଛନ୍ତି, ଅଯୋଧ୍ୟା…

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ପହଞ୍ଚିଲେ ଅଲକାରାଜ, ଜେଭରେଭ୍‌

ମେଲବୋର୍ନ,୨୨ା୧: ଅଷ୍ଟ୍ରେଲିଆନ୍‌ ଓପନ କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ସୋମବାର ଚୂଡାନ୍ତ ହୋଇଛି। ସୋମବାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ବିଜୟୀ ହୋଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜେତା ତଥା ବିଶ୍ୱମାନ୍ୟତାର ୨…

ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ

ବାସୁଦେବପୁର,୨୨ା୧(ନାରାୟଣ ପ୍ରସାଦ ବାରିକ୍‌):ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲାର ବାସୁଦେବପୁର ସହର ମଧ୍ୟରେ ବ୍ଲକରୋଡ୍‌ ପୂଜା ମଣ୍ଡପ ସାମ୍ନାରେ ସାଢ଼େ ୬ ଫୁଟ୍‌ର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ବିଶାଳ ଦୀପ…

ପାର୍ଟିରେ ଏଭଳି କ’ଣ ହେଲା, ଯାହା ପରେ ମ୍ୟାକ୍ସୱେଲଙ୍କୁ ନିଆଗଲା ହସ୍ପିଟାଲ

ସିଡନୀ,୨୨।୧: ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ପାର୍ଟି କରିବା ଭାରି ପଡିଲା, ଯାହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ବିଳମ୍ବିତ ରାତିରେ ଆଡିଲେଡରେ ପାର୍ଟି କରୁଥିବା ବେଳେ ମ୍ୟାକ୍ସୱେଲ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଲା।…

ପୁଣି ଥରେଇଲା ଦାରିଙ୍ଗବାଡି

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ବହୁ ସମୟ ଧରି ବର୍ଷା ହୋଇଛି। ଫଳରେ କୋହଲା ପାଗ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏପରିକି ଅଞ୍ଚଳରେ ଦିନ ତମାମ ଶୀତ ଅନୁଭୂତ ହୋଇଛି। କୁହୁଡି…

ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର

ଅଯୋଧ୍ୟା , ୨୨।୧: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ସମାରୋହ ମଧ୍ୟରେ ରାମଲାଲାଙ୍କ ନୂତନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ହୋଇଛି। ଏହି ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ…

ଆଇଏଏସ୍‌ ସ୍ତରରେ  ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୨।୧: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ  ବଡ଼ ଧରଣ ଅଦଳବଦଳ କରିଛନ୍ତି।  ତେମ୍‌ ଜେଙ୍ଗ ଓ୍ବାପଙ୍ଗ  ହେଲେ  ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ। ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି, ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ୱ ଦିଆଯାଇଛି। ସେହିଭଳି କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ…

ଗାଁଠୁ ସହର ରାମମୟ

ଭଦ୍ରକ,୨୨ା୧(ସନାତନ ରାଉତ): ଅଯୋଧ୍ୟାରେ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସୋମବାର ସାରା ଦେଶ ଉତ୍ସବମୁଖର ହୋଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଗାଁଠୁ ସହର ରାମମୟ ହୋଇଛି। ସହରର ସମସ୍ତ ମନ୍ଦିର ପରିସରକୁ ଗେରୁଆ ରଙ୍ଗରେ ସଜ୍ଜିତ କରାଯାଇଥିବା ବେଳେ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ରାଲିକୁ…

୨୩ରୁ ବଢିବ ବର୍ଷା

ଭୁବନେଶ୍ୱର,୨୨।୧: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ଯାହା ଫଳରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓ ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲାରେ ବୃଷ୍ଟିପାତର…

ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ ଅମ୍ବାନୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri