Home Left

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ରାଲିକୁ…

୨୩ରୁ ବଢିବ ବର୍ଷା

ଭୁବନେଶ୍ୱର,୨୨।୧: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ଯାହା ଫଳରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓ ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲାରେ ବୃଷ୍ଟିପାତର…

ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ ଅମ୍ବାନୀ,…

ଟିମ୍‌ ଇଣ୍ଡିଆର ଜର୍ସି ପ୍ରସ୍ତୁତ କରିଥିବା ବ୍ୟକ୍ତି ହିଁ କରିଛନ୍ତି ରାମଲାଲାଙ୍କ ପୋଷାକ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ରାମଲାଲାଙ୍କ ପାଇଁ ପୋଷାକ ତିଆରି କରିଥିବା ଆମ୍ବେଦକର ନଗରର ଡିଜାଇନର୍‌ ମନୀଷ ତ୍ରିପାଠୀ ବେଶ୍‌ ଖଉସି…

ଏଥର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ରାମ ମନ୍ଦିରର ଝଲକ

ନୂଆଦିଲ୍ଲୀ,୨୨।୧: ଜାନୁଆରୀ ୨୬ରେ ଦେଶ ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ପ୍ରତିବର୍ଷ ପରି ଦେଶର ସମସ୍ତ ରାଜ୍ୟ ସେମାନଙ୍କ ପ୍ରଜ୍ଞାପନ ମେଢ ଉପସ୍ଥାପନ କରିବେ। ଏଥର ଉତ୍ତରପ୍ରଦେଶର ‘ବିକଶିତ ଭାରତର ସମୃଦ୍ଧ ଐତିହ୍ୟ’ ବିଷୟବସ୍ତୁ ଉପରେ ଆଧାରିତ।…

ସୋନୁ ଗାଇଲେ ରାମ ଭଜନ, ଝିଅ ସହ ଲାଇଭ ପରଫର୍ମ କଲେ ଅନୁରାଧା

ଅଯୋଧ୍ୟା: ଅଯୋଧ୍ୟାରେ ମହାନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ବଲିଉଡର ଅନେକ ବଡ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ। ଚଳଚ୍ଚିତ୍ର ଅଭିନେତାଙ୍କ ବ୍ୟତୀତ ଅନେକ ଉଜ୍ଜ୍ୱଳ ତଥା କିମ୍ବଦନ୍ତୀ ସଂଗୀତଜ୍ଞଙ୍କୁ ମଧ୍ୟ ଅଯୋଧ୍ୟାକୁ ଡକାଯାଇଥିଲା। ଏହି…

ଆଉ ମାତ୍ର ୧୦ ଦିନ କରନ୍ତୁ ଅପେକ୍ଷା, ଶସ୍ତା ହେବ ବିମାନ ଟିକେଟ

ନୂଆଦିଲ୍ଲୀ,୨୨।୧: ଯଦି ଆପଣ ମଧ୍ୟ ନିଜ ପରିବାର ସହିତ ଅଯୋଧ୍ୟାକୁ ଯିବାକୁ ଚାହାଁନ୍ତି ଏବଂ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ଭଗବାନ ରାମ ଲାଲାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ କେବଳ ୧୦ ଦିନ ଅପେକ୍ଷା କରନ୍ତୁ । ଆଜିଠାରୁ…

ପ୍ରଭୁ ରାମଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମଙ୍କୁ କ୍ଷମା ମାଗିଥିଲେ ଏବଂ ଭଗବାନ ତାଙ୍କୁ କ୍ଷମା…

ଝୁମିଲେ କଙ୍ଗନା

ମୁମ୍ବାଇ: ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ନଜର ଆସିଛି। ଏକ ଭିଡିଓରେ, କଙ୍ଗନା ରାନାୱତ ଏତେ ଖୁସି ଦେଖାଯାଉଥିଲେ ଯେ…

ରାମ ମନ୍ଦିର କାରିଗରଙ୍କ ଉପରେ ପୁଷ୍ପବୃଷ୍ଟି କରି ଶୁଭେଚ୍ଛା ଜଣାଇଲେ ମୋଦି

ଅଯୋଧ୍ୟା,୨୨।୧: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ କରାଯାଇଥିବା ରାମ ମନ୍ଦିର ଏବେ ସାରା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋମବାର ଏହି ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଜନ୍ମିତ ଶିଶୁଙ୍କ ନାମ ଏମିତି ରଖିବେ ଅଭିଭାବକ

ଗାଜିଆବାଦ,୨୨।୧: ପ୍ରଭୁ ରାମଲାଲାଙ୍କ ମହାନ ରାମ ମନ୍ଦିର ସୋମବାର ଅଯୋଧ୍ୟା ଧାମରେ ପ୍ରତିଷ୍ଠା କରାଯାଇଛି। ଏହି ଐତିହାସିକ ଦିନକୁ ନେଇ ସାରା ଦେଶରେ ଖୁସି ଏବଂ ଉତ୍ସାହର ପରିବେଶ ଦେଖାଯାଉଛି। କେତେକ ସ୍ଥାନରେ ଶୋଭା ଯାତ୍ରା ଏବଂ ଅନ୍ୟ ସ୍ଥାନରେ କଳଶ…

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କଲା ଆଇସିସି, ସୂର୍ଯ୍ୟକୁମାରଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କରିଛି। ଆଇସିସି ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରିଛି। ସୂର୍ଯ୍ୟଙ୍କ ବ୍ୟତୀତ ଭାରତର ଯଶସ୍ବୀ ଜୟସ୍ବାଲ, ରବି ବିଷ୍ଣୋଇ ଏବଂ ଅର୍ଶଦୀପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri