ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ନୈସେନା ଚାଇନାର ଯୁଦ୍ଧାଗ୍ୟାସର ଏକ ଚିତ୍ର ଶେୟାର କରିଛି।

ନିକଟରେ ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ସେ ୩୦ମିନିଟର ଭାଷଣରେ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ସମୟରେ ସେ କହିଥିଲେ ଯେ ତାଇୱାନକୁ ଧମକ ଦେବା ବନ୍ଦ କରିବା ଉଚିତ୍‌। ଏଥିସହ ତାଇୱାନ ଷ୍ଟ୍ରାଇଟରେ ଶାନ୍ତି ବଜାୟ ରଖିବା ବିଷୟରେ କହିଥିଲେ ଏବଂ ତାଇୱାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ, ଯାହା ପରେ ଚାଇନା ରାଗିଯାଇଥିଲା।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନାବିନ ତାଇୱାନ ଦ୍ୱୀପପୁଞ୍ଜରେ ଚାଇନା ସାମରିକ ଅଭ୍ୟାସକୁ ଏକ ଗୁରୁତର ଚେତାବନୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଚାଇନା ତାଇୱାନକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିବ, ତାଇୱାନର ସ୍ବତନ୍ତ୍ରତା ଦାବି କରୁଥିବା ଲୋକଙ୍କ ମୁଣ୍ଡ କାଟିଦିଆଯିବ। କେବଳ ରକ୍ତ ସବୁଆଡେ ପ୍ରବାହିତ ହେବ । ବାସ୍ତବରେ ଚାଇନା ସର୍ବଦା ତାଇୱାନକୁ ଚାଇନାର ଏକ ଅଂଶ ବୋଲି କହିଛି। ଚାଇନା ତାଇୱାନକୁ ଏକ ପୃଥକ ରାଷ୍ଟ୍ର ଭାବରେ ସ୍ବୀକୃତି ଦେବାକୁ ଚାହେଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ

ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ...

ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା 2 ଦିନରେ ନେଇପାରେ ଜୀବନ

ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ 4ମାତ୍ର 8 ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ...

ମୋଦିଙ୍କୁ ଚିଠି ଲେଖିଲେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ, କହିଲେ ଏହାକୁ ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବି ପଢ଼ିବା ଉଚିତ, କାରଣ…

ଜେରୁଜେଲମ୍‌,୧୬ା୬: ପଡ଼ୋଶୀ ଦେଶ ପାକିସ୍ତାନ ନିଜକୁ ମୁସଲମାନ ଦେଶର ବାଦ୍‌ଶାହା ଭାବରେ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛି। ସେ ଅନୁଭବ କରୁଛି ଯେ, ସେ...

ନାବାଳିକା ଝିଅକୁ ୭୨ ବର୍ଷ ବ୍ୟକ୍ତିଙ୍କ ସହିତ ବିବାହ କରୁଥିଲା ବାପା, ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ।...

ଇଭିଏମ୍‌କୁ ହଟାଇଦେବା ଉଚିତ, ଏଗୁଡ଼ିକୁ AI ସହାୟତାରେ କରାଯାଇପାରିବ ହ୍ୟାକ୍‌: ଏଲନ ମସ୍କ

ନୂଆଦିଲ୍ଲୀ,୧୬।୬: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍‌ଲା ଏବଂ ସ୍ପେଶ୍‌ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ବଡ଼...

ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍‌ ପୋଲ୍‌ର ପୂର୍ବାନୁମାନ

ନୂଆଦିଲ୍ଲୀ, ୧୬।୬: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି...

‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ

ନୂଆଦିଲ୍ଲୀ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଶେଷ ହୋଇଛି। ହେଲେ ସମ୍ମିଳନୀର କିଛି ଏପରି ଦୃଶ୍ୟକୁ କେହି ନଜରଅନ୍ଦାଜ କରିପାରି ନାହାନ୍ତି। ଇଟାଲୀ...

ସିରିଲ ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

କେପଟାଉନ,୧୫।୬: ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri