ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ଏକ ଦମ୍ପତିଙ୍କୁ ପଡ଼ୋଶୀ ବାପ, ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ମାମଲା (ନଂ.୨୩୮/୨୪) ରୁଜୁ କରି ବାପ ଉଗ୍ରସେନ ମଳିକ ଓ ପୁଅ ବାବୁ ମଳିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଆକ୍ରମଣର ଶିକାର ହୋଇଥିବା ଭାଟପଡ଼ା ଗ୍ରାମର ଊର୍ମିଳା ବାରିକ୍‌ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଭଡ଼ା ନେଇ ରହୁଥିବା ଘର ଆଗରେ ବର୍ଷା ପାଣି ନିଷ୍କାସନ ପାଇଁ ଏକ ନାଳ ଅଛି। ସେହି ନାଳରୁ ତାଙ୍କ ଘରକୁ ପାଣି ଆସୁଥିବାରୁ ତାଙ୍କ ସ୍ବାମୀ ଏକ ବନ୍ଧ ତିଆରି କରିଥିଲେ।

ପଡ଼ୋଶୀ ଘରର ଏକ ଛୋଟ ପିଲା ବନ୍ଧକୁ ଭାଙ୍ଗି ଦେଇଥିଲା। ଏହାକୁ ନେଇ ସୋମବାର ସକାଳେ ସ୍ବାମୀ ନିରଞ୍ଜନ ଏବଂ ପଡ଼ୋଶୀ ଉଗ୍ରସେନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଗ୍ରସେନ ଓ ତାଙ୍କ ପୁଅ ଉତ୍ତ୍ୟକ୍ତ ହୋଇ ନିରଞ୍ଜନ ଏବଂ ତାଙ୍କ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ଊର୍ମିଳା ଓ ତାଙ୍କ ସ୍ବାମୀ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ...

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ...

ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା...

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri