୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି। ଅନେକ ସଂଗ୍ରାମ ପରେ ଏ ଦେଶ ସ୍ବାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ ଏବଂ ଶ୍ରେଷ୍ଠ ଗଣତାନ୍ତ୍ରିକ ପରମ୍ପରାର ସମ୍ମାନ ବଜାୟ ରଖିବା ନିମନ୍ତେ ମତଦାନ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ଭୋଟରମାନେ ଭୋଟର ହେଲ୍‌ପଲାଇନ ଆପ୍‌ ମାଧ୍ୟମରେ ଭୋଟର ତାଲିକାରେ ଥିବା ନିଜର କ୍ରମିକ ଓ ଭାଗ ସଂଖ୍ୟା ଜାଣିବାର ସୁବିଧା ରହିଛି । ସେହିଭଳି ଜିଲାର ମତଦାତାମାନେ ‘ମୋ ବୁଥ୍‌’ ଆପ ମାଧ୍ୟମରେ ବୁଥ୍‌ର ଅବସ୍ଥିତି, ସେଠାକୁ ଯିବା ପାଇଁ ମାର୍ଗ ଏବଂ ସମାନ ସମୟ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା ମତଦାତାଙ୍କ ସଂଖ୍ୟା ଜାଣିପାରିବେ। ଏତଦ୍‌ବତୀତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ସର୍ବତ, ପ୍ରତୀକ୍ଷା ଗୃହ, ଶୌଚାଳୟ, ଦିବ୍ୟାଙ୍ଗ ବନ୍ଧୁମାନଙ୍କ ପାଇଁ ହୁଇଲ ଚେୟାର, ବୟସ୍କମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିବା ଜିଲାପାଳ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତ।
ଏହି ନିର୍ବାଚନ ନିମନ୍ତେ ଜିଲାରେ ଗତ ଦୁଇବର୍ଷ ଧରି ପ୍ରସ୍ତୁତି ଜାରି ରହିଛି ଏବଂ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୧୫ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖୀ ବୁଥ୍‌, ୮ଟି ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ଯୁବ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ଯୁବ ବୁଥ୍‌ ଥିବାବେଳେ ୩୮୪ଟି ଆଦର୍ଶ ଓ ଇକୋ-ଫ୍ରେଣ୍ଡଲି ବୁଥ୍‌ ରହିଛି। ବିଗତ ନିର୍ବାଚନରେ ଭୁବନେଶ୍ୱରରେ ନିମ୍ନ ମତଦାନ ହାର ଯୋଗୁ ଖୋର୍ଦ୍ଧା ଜିଲାରେ ମତଦାନ ହାର କମ୍‌ ରହିଥିଲା। ଜିଲାବାସୀ ନିଜର, ନିଜ ପରିବାରର ଏବଂ ଦେଶର ଭବିଷ୍ୟତ ପାଇଁ ଭୋଟ୍‌ ଦେବାକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। ନିଜର ପରିବାର, ପ ଓ ସାଙ୍ଗସାଥୀମାନଙ୍କୁ ସାଥୀରେ ଧରି ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ଭୋଟର୍‌ମାନଙ୍କୁ ସେ ନିବେଦନ କରିଛନ୍ତି । ଜାତି, ଧର୍ମ, ବର୍ଣ୍ଣରୁ ଊର୍ଦ୍ଧ୍ୱରେ ରହି କୌଣସି ଭୟ, ଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ନିଜ ଦେଶ ଓ ସମ୍ବିଧାନର ସମ୍ମାନ ପାଇଁ ନିଜର ଶ୍ରେଷ୍ଠ ଅଧିକାର ମତଦାନ କରିବାକୁ ଜିଲାପାଳ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri