ପତ୍ନୀ-ସନ୍ତାନଙ୍କଠାରୁ ଆରମ୍ଭ କରି ମା’ବାପାଙ୍କ ଯାଏ…୭ ପ୍ରକାର ପେନସନ ଦେଇଥାଏ EPFO, ଜାଣନ୍ତୁ କିଭଳି ମିଳିବ ଲାଭ 

ନୂଆଦିଲ୍ଲୀ,୨୩।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିଜର ସଦସ୍ୟଙ୍କ ପାଇଁ ପେନସନ ସୁବିଧା ଦେଇଥାଏ, ଏହା ଅବସର ନେବା ପରେ ଆପଣଙ୍କ ନିୟମିତ ଦରମା ପାଲଟିଥାଏ। ତେବେ ଇପିଏଫ୍‌ଓ ଇପିଏସ୍‌-୧୯୯୫ ନାମରେ ଏକ ପେନସନ ଯୋଜନା ଚଳାଇଥାଏ, ଯାହାକି ଅନେକ ପ୍ରକାର ଲାଭ ଦେଇଥାଏ। ଏହି ଯୋଜନା ଆର୍ଥିକ ଭାବେ ସଙ୍କଟ ସ୍ଥିତିରେ ଫସିଥିବା ପରିବାରକୁ ସାହାରା ଦେଇଥାଏ। ଏଥିସହ ଏହି ଯୋଜନାରେ ଦୀର୍ଘ ସମୟ ଯାଏ ନିୟମିତ ରୋଜଗାର ଲାଗି କ୍ଲେମ୍‌ କରାଯାଇପାରେ।
ଇପିଏସ୍‌-୧୯୯୫ ଅନୁଯାୟୀ ୭ ପ୍ରକାର ପେନସନ ଦିଆଯାଇଥାଏ। ସବୁକୁ କ୍ଲେମ୍‌ କରିବା ଲାଗି ନିୟମ ଏବଂ ସର୍ତ୍ତ ଭିନ୍ନ ରହିଥାଏ। ଆସନ୍ତୁ ଜାଣିବା ଏହି ପେନସନ ଯୋଜନା ଅଧୀନରେ କେତେ ପ୍ରକାର ପେନସନ ଦିଆଯାଏ ଏବଂ କିଏ କିଏ ଏହାର ଲାଭ ଉଠାଇପାରେ?
ବୃଦ୍ଧାବସ୍ଥା ପେନସନ:
ଏହା ୧୦ ବର୍ଷର ସଦସ୍ୟତା ଏବଂ ୫୮ ବର୍ଷ ବୟସ ପୂର୍ଣ୍ଣ ହେବା ପରେ ଦିଆଯାଇଥାଏ। ୫୮ ବର୍ଷ ପରେ ସେବା ରଦ୍ଦ ବି ହୋଇଗଲେ ପରଦିନ ପେନସନ ମିଳିବା ଆରମ୍ଭ ହୋଇଥାଏ।
ପୂର୍ବ ପେନସନ:
ଯଦି କେହି ୧୦ ବର୍ଷ ସଦସ୍ୟତା ପୂରଣ କରିବା ପରେ ଚାକିରି ଛାଡ଼ି ଦିଏ ଏବଂ ଅନ୍ୟ କୌଣସି ସଂସ୍ଥାରେ କାମ ନ କରନ୍ତି ନଚେତ ଯେଉଁଠାରେ ଇପିଏଫ୍‌ ଅଧିନିୟକ ଲାଗୁ ହୋଇଥାଏ ତେବେ ସେ ୫୦ ବର୍ଷ ବୟସ ପୂରଣ କରିବା ପରେ ପୂର୍ବ ପେନସନ ନେଇପାରିବେ। ନଚେତ ସେ ୫୮ ବର୍ଷ ବୟସ ଯାଏ ଅପେକ୍ଷା କରି ପୂର୍ଣ୍ଣ ପେନସନ ନେଇପାରେ। ପୂର୍ବ ପେନସନ ଜରିଆରେ ୫୮ ବର୍ଷ ପୂରଣ ହେବାରେ ଯେତିକି ବର୍ଷ କମ୍‌ ହେବ, ପ୍ରତ୍ୟେକ ବର୍ଷରେ ୪% କମ୍‌ କରି ପେନସନ ଦିଆଯାଇଥାଏ।
ଧରିନିଅନ୍ତୁ ଯଦି କେହି ୫୮ ବର୍ଷ ବୟସରେ ୧୦ ହଜାର ଟଙ୍କା ପେନସନ ପାଇବା ଯୋଗ୍ୟ ହୁଅନ୍ତି ତେବେ ତାଙ୍କୁ ୫୭ ବର୍ଷ ବୟସରେ ପେନସନର ୪% କମ୍‌ କରି ୯,୬୦୦ ଟଙ୍କା ପେନସନ ମିଳିବ। ଏହିଭଳି ୫୬ ବର୍ଷ ବୟସରେ ତାଙ୍କୁ ୯,୨୧୬ ଟଙ୍କା ପେନସନ ମିଳିବ।
ବିକଳାଙ୍ଗତା ପେନସନ:
ଯଦି ସଦସ୍ୟ ବିକଳାଙ୍ଗ ହେବା ଯୋଗୁ ଚାକିରି ଛାଡ଼ି ଦେଇଥାଏ ତେବେ ଏହିଭଳି ପେନସନ ମିଳିଥାଏ। ଏଥିଲାଗି ନ୍ୟୁନତନ ସଦସ୍ୟତାର କୌଣସି ସୀମା ନ ଥାଏ। ଏଥିସହ ଏକ ମାସର ଅଂଶଦାନ ଥିବା ଅନିବାର୍ଯ୍ୟ ହୋଇଥାଏ।
ପତ୍ନୀ ଏବଂ ୨ ସନ୍ତାନଙ୍କୁ ପେନସନ:
ସଦସ୍ୟଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇଗଲେ ତାଙ୍କ ପତ୍ନୀ ଏବଂ ୨ ସନ୍ତାନଙ୍କୁ ପେନସନ ମିଳିଥାଏ। ଯଦି ୨ରୁ ଅଧିକ ସନ୍ତାନ ଥିବେ ତେବେ ୨୫ରୁ ଅଧିକ ବୟସ ପୂରଣ ହେବାଯାଏ ପ୍ରଥମ ୨ ସନ୍ତାନଙ୍କୁ ପେନସନ ମିଳିଥାଏ। ଯଦି ବଡ଼ ପୁଅ ୨୫ ବର୍ଷର ହୋଇଯାଆନ୍ତି ତେବେ ତାଙ୍କର ପେନସନ ରୋକାଯାଇ ତୃତୀୟ ସନ୍ତାନକୁ ମିଳିଥାଏ। ଏହିଭଳି କ୍ରମ ଆଗକୁ ଯାଇଥାଏ। ଏଥିଲାଗି ସଦସ୍ୟଙ୍କ ଏକ ମାସର ଅଂଶଦାନ ପର୍ଯ୍ୟାପ୍ତ ଥାଏ। ଯଦି କେହି ପିଲା ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ସାରାଜୀବନ ପେନସନ ମିଳିଥାଏ।
ଅନାଥ ପେନସନ:
ଯଦି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ ଏବଂ ତାଙ୍କ ପତ୍ନୀ ଜୀବିତ ନ ଥାନ୍ତି, ତେବେ ତାଙ୍କ ୨ ସନ୍ତାନକୁ ୨୫ ବର୍ଷ ଯାଏ ପେନସନ ମିଳିଥାଏ।
ନାମାଙ୍କିତ ପେନସନ:
ଏହି ପେନସନ ସଦସ୍ୟଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତିଙ୍କୁ ମିଳିଥାଏ। ଏହି ପେନସନ ଯୋଜନା ଅନୁଯାୟୀ ନାମାଙ୍କନ ସେତେବେଳେ ସମ୍ଭବ ଯେତେବେଳେ ସଦସ୍ୟଙ୍କ ପରିବାରରେ କେହି ଜୀବିତ ନଥାନ୍ତି। ପରିବାର ଅର୍ଥ ସ୍ତ୍ରୀ-ପିଲା।
ମା’ବାପା ପେନସନ:
ଯଦି ସଦସ୍ୟ ଅବିବାହିତ ଏବଂ ତାଙ୍କ ମୃତ୍ୟୁ ହୋଇଯାଏ। ଏବଂ ସଦସ୍ୟ କାହାକୁ ନାମାଙ୍କିତ କରାଯାଇନାହିଁ। ତେବେ ତାଙ୍କ ବାପାଙ୍କୁ ପେନସନ ମିଳିଥାଏ। ବାପା ନ ଥିଲେ ମା’ ପେନସନ ପାଇବାକୁ ଯୋଗ୍ୟ ହୋଇଥାନ୍ତି।
ତେବେ ଇପିଏସ୍‌ ଅନୁଯାୟୀ, ପେନସନର ଲାଭ ପାଇବା ଲାଗି ଅନ୍‌ଲାଇନ୍‌ରେ ଆପ୍ଲାଏ କରିବା ଆବଶ୍ୟକ। ଯଦି ତାହା କରା ନ ଯାଏ ତେବେ ଲାଭ ମିଳି ନ ଥାଏ। ଏଥିଲାଗି ଫର୍ମ ୧୦ଡି ପୂରଣ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?