ପତ୍ନୀ-ସନ୍ତାନଙ୍କଠାରୁ ଆରମ୍ଭ କରି ମା’ବାପାଙ୍କ ଯାଏ…୭ ପ୍ରକାର ପେନସନ ଦେଇଥାଏ EPFO, ଜାଣନ୍ତୁ କିଭଳି ମିଳିବ ଲାଭ 

ନୂଆଦିଲ୍ଲୀ,୨୩।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିଜର ସଦସ୍ୟଙ୍କ ପାଇଁ ପେନସନ ସୁବିଧା ଦେଇଥାଏ, ଏହା ଅବସର ନେବା ପରେ ଆପଣଙ୍କ ନିୟମିତ ଦରମା ପାଲଟିଥାଏ। ତେବେ ଇପିଏଫ୍‌ଓ ଇପିଏସ୍‌-୧୯୯୫ ନାମରେ ଏକ ପେନସନ ଯୋଜନା ଚଳାଇଥାଏ, ଯାହାକି ଅନେକ ପ୍ରକାର ଲାଭ ଦେଇଥାଏ। ଏହି ଯୋଜନା ଆର୍ଥିକ ଭାବେ ସଙ୍କଟ ସ୍ଥିତିରେ ଫସିଥିବା ପରିବାରକୁ ସାହାରା ଦେଇଥାଏ। ଏଥିସହ ଏହି ଯୋଜନାରେ ଦୀର୍ଘ ସମୟ ଯାଏ ନିୟମିତ ରୋଜଗାର ଲାଗି କ୍ଲେମ୍‌ କରାଯାଇପାରେ।
ଇପିଏସ୍‌-୧୯୯୫ ଅନୁଯାୟୀ ୭ ପ୍ରକାର ପେନସନ ଦିଆଯାଇଥାଏ। ସବୁକୁ କ୍ଲେମ୍‌ କରିବା ଲାଗି ନିୟମ ଏବଂ ସର୍ତ୍ତ ଭିନ୍ନ ରହିଥାଏ। ଆସନ୍ତୁ ଜାଣିବା ଏହି ପେନସନ ଯୋଜନା ଅଧୀନରେ କେତେ ପ୍ରକାର ପେନସନ ଦିଆଯାଏ ଏବଂ କିଏ କିଏ ଏହାର ଲାଭ ଉଠାଇପାରେ?
ବୃଦ୍ଧାବସ୍ଥା ପେନସନ:
ଏହା ୧୦ ବର୍ଷର ସଦସ୍ୟତା ଏବଂ ୫୮ ବର୍ଷ ବୟସ ପୂର୍ଣ୍ଣ ହେବା ପରେ ଦିଆଯାଇଥାଏ। ୫୮ ବର୍ଷ ପରେ ସେବା ରଦ୍ଦ ବି ହୋଇଗଲେ ପରଦିନ ପେନସନ ମିଳିବା ଆରମ୍ଭ ହୋଇଥାଏ।
ପୂର୍ବ ପେନସନ:
ଯଦି କେହି ୧୦ ବର୍ଷ ସଦସ୍ୟତା ପୂରଣ କରିବା ପରେ ଚାକିରି ଛାଡ଼ି ଦିଏ ଏବଂ ଅନ୍ୟ କୌଣସି ସଂସ୍ଥାରେ କାମ ନ କରନ୍ତି ନଚେତ ଯେଉଁଠାରେ ଇପିଏଫ୍‌ ଅଧିନିୟକ ଲାଗୁ ହୋଇଥାଏ ତେବେ ସେ ୫୦ ବର୍ଷ ବୟସ ପୂରଣ କରିବା ପରେ ପୂର୍ବ ପେନସନ ନେଇପାରିବେ। ନଚେତ ସେ ୫୮ ବର୍ଷ ବୟସ ଯାଏ ଅପେକ୍ଷା କରି ପୂର୍ଣ୍ଣ ପେନସନ ନେଇପାରେ। ପୂର୍ବ ପେନସନ ଜରିଆରେ ୫୮ ବର୍ଷ ପୂରଣ ହେବାରେ ଯେତିକି ବର୍ଷ କମ୍‌ ହେବ, ପ୍ରତ୍ୟେକ ବର୍ଷରେ ୪% କମ୍‌ କରି ପେନସନ ଦିଆଯାଇଥାଏ।
ଧରିନିଅନ୍ତୁ ଯଦି କେହି ୫୮ ବର୍ଷ ବୟସରେ ୧୦ ହଜାର ଟଙ୍କା ପେନସନ ପାଇବା ଯୋଗ୍ୟ ହୁଅନ୍ତି ତେବେ ତାଙ୍କୁ ୫୭ ବର୍ଷ ବୟସରେ ପେନସନର ୪% କମ୍‌ କରି ୯,୬୦୦ ଟଙ୍କା ପେନସନ ମିଳିବ। ଏହିଭଳି ୫୬ ବର୍ଷ ବୟସରେ ତାଙ୍କୁ ୯,୨୧୬ ଟଙ୍କା ପେନସନ ମିଳିବ।
ବିକଳାଙ୍ଗତା ପେନସନ:
ଯଦି ସଦସ୍ୟ ବିକଳାଙ୍ଗ ହେବା ଯୋଗୁ ଚାକିରି ଛାଡ଼ି ଦେଇଥାଏ ତେବେ ଏହିଭଳି ପେନସନ ମିଳିଥାଏ। ଏଥିଲାଗି ନ୍ୟୁନତନ ସଦସ୍ୟତାର କୌଣସି ସୀମା ନ ଥାଏ। ଏଥିସହ ଏକ ମାସର ଅଂଶଦାନ ଥିବା ଅନିବାର୍ଯ୍ୟ ହୋଇଥାଏ।
ପତ୍ନୀ ଏବଂ ୨ ସନ୍ତାନଙ୍କୁ ପେନସନ:
ସଦସ୍ୟଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇଗଲେ ତାଙ୍କ ପତ୍ନୀ ଏବଂ ୨ ସନ୍ତାନଙ୍କୁ ପେନସନ ମିଳିଥାଏ। ଯଦି ୨ରୁ ଅଧିକ ସନ୍ତାନ ଥିବେ ତେବେ ୨୫ରୁ ଅଧିକ ବୟସ ପୂରଣ ହେବାଯାଏ ପ୍ରଥମ ୨ ସନ୍ତାନଙ୍କୁ ପେନସନ ମିଳିଥାଏ। ଯଦି ବଡ଼ ପୁଅ ୨୫ ବର୍ଷର ହୋଇଯାଆନ୍ତି ତେବେ ତାଙ୍କର ପେନସନ ରୋକାଯାଇ ତୃତୀୟ ସନ୍ତାନକୁ ମିଳିଥାଏ। ଏହିଭଳି କ୍ରମ ଆଗକୁ ଯାଇଥାଏ। ଏଥିଲାଗି ସଦସ୍ୟଙ୍କ ଏକ ମାସର ଅଂଶଦାନ ପର୍ଯ୍ୟାପ୍ତ ଥାଏ। ଯଦି କେହି ପିଲା ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ସାରାଜୀବନ ପେନସନ ମିଳିଥାଏ।
ଅନାଥ ପେନସନ:
ଯଦି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ ଏବଂ ତାଙ୍କ ପତ୍ନୀ ଜୀବିତ ନ ଥାନ୍ତି, ତେବେ ତାଙ୍କ ୨ ସନ୍ତାନକୁ ୨୫ ବର୍ଷ ଯାଏ ପେନସନ ମିଳିଥାଏ।
ନାମାଙ୍କିତ ପେନସନ:
ଏହି ପେନସନ ସଦସ୍ୟଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତିଙ୍କୁ ମିଳିଥାଏ। ଏହି ପେନସନ ଯୋଜନା ଅନୁଯାୟୀ ନାମାଙ୍କନ ସେତେବେଳେ ସମ୍ଭବ ଯେତେବେଳେ ସଦସ୍ୟଙ୍କ ପରିବାରରେ କେହି ଜୀବିତ ନଥାନ୍ତି। ପରିବାର ଅର୍ଥ ସ୍ତ୍ରୀ-ପିଲା।
ମା’ବାପା ପେନସନ:
ଯଦି ସଦସ୍ୟ ଅବିବାହିତ ଏବଂ ତାଙ୍କ ମୃତ୍ୟୁ ହୋଇଯାଏ। ଏବଂ ସଦସ୍ୟ କାହାକୁ ନାମାଙ୍କିତ କରାଯାଇନାହିଁ। ତେବେ ତାଙ୍କ ବାପାଙ୍କୁ ପେନସନ ମିଳିଥାଏ। ବାପା ନ ଥିଲେ ମା’ ପେନସନ ପାଇବାକୁ ଯୋଗ୍ୟ ହୋଇଥାନ୍ତି।
ତେବେ ଇପିଏସ୍‌ ଅନୁଯାୟୀ, ପେନସନର ଲାଭ ପାଇବା ଲାଗି ଅନ୍‌ଲାଇନ୍‌ରେ ଆପ୍ଲାଏ କରିବା ଆବଶ୍ୟକ। ଯଦି ତାହା କରା ନ ଯାଏ ତେବେ ଲାଭ ମିଳି ନ ଥାଏ। ଏଥିଲାଗି ଫର୍ମ ୧୦ଡି ପୂରଣ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri