Home Left

ମାଉଥ୍‌ ଓ୍ବାଶରେ ମରିଯିବ କରୋନା ଭୂତାଣୁ !

ମେଡିକାଲ ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ଦାବି କରିଛନ୍ତି କି ମାଉଥ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ଏହା ଶରୀର ଭିତରକୁ ସଂକ୍ରମଣ କରିବା ପୂର୍ବରୁ ଗଳାରେ ଥିବା ଅବସ୍ଥାରେ ମାଉଥ୍‌ ଓ୍ବାଶ ଦ୍ୱାରା ମରିଯାଇଥାଏ। କିନ୍ତୁ ଏହାପୂର୍ବରୁ…

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି ନ କରିବାକୁ କଂଗ୍ରେସକୁ ଅନୁରୋଧ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟକୁ ନେଇ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଶ୍ନ ଉଠିବାରୁ ସେ ସିଧାସଳଖ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ୭୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ: ଅନ୍ୟ ୨୭ ଆଶ୍ରୟସ୍ଥଳୀରେ ଚାଲିଛି କ୍ୱାରାଣ୍ଟାଇନ୍‌ ସେଣ୍ଟର

ଛତ୍ରପୁର,୧୭ା୫(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ଗଞ୍ଜାମ ଜିଲାରେ ଚାଲିଛି। ଜିଲାରେ ମୋଟ ୧୦୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥିମଧ୍ୟରୁ ୨୭ଟି ଆଶ୍ରୟସ୍ଥଳୀରେ କରୋନା ମୁକାବିଲା ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଚାଲିଛି। ଅନ୍ୟ ୭୭ଟି ଆଶ୍ରୟସ୍ଥଳୀକୁ ଆବଶ୍ୟକ…

ମହାରାଷ୍ଟ୍ରରେ ୧,୨୦୬ ପୋଲିସ କରୋନା ପଜିଟିଭ: ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୧୭।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ପୋଲିସଙ୍କ ରିପୋର୍ଟ ପଜିଟିଭ ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେସୁଦ୍ଧା ରାଜ୍ୟରେ ୧,୨୦୬ ପୋଲିସ କରୋନା ଭାଇରସ ଦ୍ୱାରା ସଂକ୍ରମିତ…

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ସେ କଲେଜ ଗାଜୁଏଟ୍ସ ଛାତ୍ରଙ୍କୁ ଅନ୍‌ଲାଇନରେ ସମ୍ବୋଧନ କରିବା ସମୟରେ କହିଛନ୍ତି ମହାମାରୀ…

ହାଟଡିହୀରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଲା

ହାଟଡିହୀ,୧୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ରବିବାର ପୁଣି ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜଣେ ଆନ୍ଧ୍ରପ୍ରଦେଶ ଓ ଆଉ ଜଣେ ସୁରଟ ଫେରନ୍ତା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତ ଦୁଇଜଣ…

ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟରେ ୪୦ ହଜାର କୋଟି ଟଙ୍କା ବଢିଲା ମନରେଗା ବଜେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କରିଛନ୍ତି। ଏଥର ପ୍ୟାକେଜରେ ଲ୍ୟାଣ୍ଡ, ଲେବର, ଲ, ଲିକ୍ୟୁଡିଟି ଉପରେ ଗୁରତ୍ୱ ଦିଆଯାଇଥିବା…

ଭଣ୍ଡାରିପୋଖରୀରେ ୨ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫

ଭଣ୍ଡାରିପୋଖରୀ,୧୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ପରେ ବ୍ଲକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବ୍ଲକର ରହଣିଆ ଓ କୁରିଗାଁରେ ଏହି ଦୁଇ ପଜିଟିଭ୍‌ ଚିହ୍ନଟ ପରେ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଉଭୟ…

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ ପଞ୍ଚାୟତର ଅନ୍ୟ ୨ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି।  ସେହିପରି ଭୋଗରାଇ ବ୍ଲକର ୯,…

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଛି। ଚିହ୍ନଟ ଆକ୍ରାନ୍ତମାନେ ଭୋଗରାଇ ଓ ଜଳେଶ୍ୱର ବ୍ଲକର ବୋଲି ଜଣାପଡ଼ିଛି।…

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ଯାଇଛନ୍ତି। ଇତିମଧ୍ୟରେ ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ)କହିଛି ଏବେସୁଦ୍ଧା…

୨୪ ଘଣ୍ଟାରେ ୧୨୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪,୯୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାସହ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri