ୟୁଏଇ ଗସ୍ତ ପୂର୍ବରୁ ଧାଓ୍ବନଙ୍କ ସହ ଦିଲ୍ଲୀର ସବୁ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ବିଶ୍ୱର ଏହି ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହେବ। ପ୍ରତିଯୋଗିତାରେ ମୋଟ୍‌ ଅଂଶଗ୍ରହଣକାରୀ ମୋଟ୍‌ ୮ ଦଳ ମଧ୍ୟରୁ କେବଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଛାଡ଼ିଦେଲେ ବାକି ୮ ଦଳ ୟୁଏଇରେ ପହଞ୍ଚି ସାରିଛନ୍ତି। ତେବେ ୟୁଏଇ ଗସ୍ତ କରିବା ପୂର୍ବରୁ ଦିଲ୍ଲୀର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଓପି ଗାଇଡ୍‌ଲାଇନ୍‌ ଅନୁଯାୟୀ ୟୁଏଇ ଗସ୍ତ କରିବା ପୂର୍ବରୁ ଆଇପିଏଲ୍‌ର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ। ଏହାକୁ ନଜରରେ ରଖି ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହୋଇଛି। ଏହି ଅବସରରେ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଖେଳାଳିଙ୍କ କରୋନା ଟେଷ୍ଟ ହେଉଥିବାର ଅନେକ ଫଟୋ ଏହାର ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ ଶେୟାର କରାଯାଇଛି। ଯେଉଁଥିରେ ବରିଷ୍ଠ ଭାରତୀୟ ଖେଳାଳି ଶିଖର ଧାଓ୍ବନଙ୍କ ସମେତ ଅନ୍ୟମାନେ କରୋନା ଟେଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁଏଇରେ ପହଞ୍ଚିବା ପରେ ଦିଲ୍ଲୀ ଖେଳାଳି ୬ ଦିନ କ୍ୱାରାଣ୍ଟାଇନରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି...

ଦୂର ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡର ସମସ୍ୟା

କାର୍ଡିଫ,୨୯ା୫- ଦୀର୍ଘ ଦିନ ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡରର ୪ର୍ଥ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବା ନେଇ ଚାଲିଥିବା ସମସ୍ୟା ଦୂର ହୋଇଛି। ଏଠାରେ...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ...

ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ ହେଲା ସତ: ୧୦ ବର୍ଷ ପୂର୍ବେ କହିଥିଲେ ଏମିତି କଥା

ଅହମଦାବାଦ,୧୯।୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର...

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ...

ଏହି ମ୍ୟାଚ୍‌ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ...

ଇଂଲଣ୍ଡ ଦଳର ସଦ୍ୟ ଅସୁସ୍ଥ ଖେଳାଳି ସିବ୍‌ଲି

ସେଞ୍ଚୁରୀଅନ୍‌, ୩୦ା୧୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍‌ ସିବ୍‌ଲି ଅସୁସ୍ଥ ହୋଇ...

Advertisement
Archives

Model This Week