ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି

ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି ନିର୍ବାଚନ ପ୍ରଚାର ଲାଗି ଟ୍ରମ୍ପ ଭିଡିଓ ବିଜ୍ଞାପନ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଓ ଟ୍ରମ୍ପଙ୍କ ଅହମଦାବାଦ ଗସ୍ତର ଐତିହାସିକ ସମ୍ବୋଧନର ସଂକ୍ଷିପ୍ତ କ୍ଲିପ ଦେଖିବାକୁ ମିଳିଛି। ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ପ୍ରଚାର କାର୍ଯ୍ୟ। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀରେ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତ କରିଥିବା ବେଳେ ଗୁଜରାଟର ଅହମଦାବାଦରେ ବିଶାଳ ଜନସମୁଦ୍ରକୁ ସମ୍ବୋଧନ କରିଥିଲେ। ଟ୍ରମ୍ପଙ୍କ ସହ ତାଙ୍କ ସହଧର୍ମିଣି ତଥା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ୱାଇଁ ଜେରେଡ ଆଦି ଆସିଥିଲେ। ତେବେ ମୋଦି ଯେତେବେଳେ ଆମେରିକା ଗସ୍ତ କରିଥିଲେ ମେଡିସନ ସ୍କୋୟାର ଗ୍ରାଉଣ୍ଡରେ ତାଙ୍କୁ ପାଖାପାଖି ୫୦ ହଜାର ଲୋକ ଲାଇଭ୍‌ ଦେଖିଥିଲେ। ସେଠାରେ ମୋଦି ଯେଉଁ ଭାଷଣ ଦେଇଥିଲେ ସେଥିରେ ସେ ଟ୍ରମ୍ପଙ୍କର ଖୁବ୍‌ ପ୍ରଶଂସା ବି କରିଥିଲେ। ଏବେ ନିର୍ବାଚନ ପ୍ରଚାରରେ ଏହାକୁ ଟ୍ରମ୍ପ ଅସ୍ତ୍ର କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଖୋଲିଲା ୧୨ଶହ ବର୍ଷ ପୁରୁଣା ମନ୍ଦିର

ଲାହୋର, ୫ା୮: ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏକ...

ନଓ୍ବାଜଙ୍କ ପରେ ତାଙ୍କ ଝିଅ ବି ହସ୍ପିଟାଲରେ ଭର୍ତ୍ତି

ଲାହୋର,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ତାଙ୍କ ଝିଅ ମରିୟମ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୱାଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋମବାର...

ଆମେରିକାରେ ବଢୁଛି କରୋନା ଭାଇରସ ମୃତକଙ୍କ ସଂଖ୍ୟା

ଓ୍ବାଶିଂଟନ,୩।୩: କରୋନା ଭାଇରସ ଏବେ ବିଶ୍ୱବାସୀଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହା ପାଖାପାଖି ୬୦ ଦେଶକୁ ବ୍ୟାପି ସାରିଲାଣି। ବିଶ୍ୱର ଶକ୍ତିଶାଳୀ ଦେଶ...

ବାଇଡେନ୍‌ଙ୍କୁ ୭୯

ଓ୍ବାଶିଂଟନ,୨୨।୧୧: ଆମେରିକା ଇତିହାସର ବରିଷ୍ଠତମ ରାଷ୍ଟ୍ରପତି ଜୋ ବାଇଡେନ୍‌ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି...

ମ୍ୟାନ୍‌ମାର୍‌ରେ କ୍ଷମତା ଦଖଲ କଲା ସୈନ୍ୟ ବାହିନୀ

ନାପିତ୍ୱ,୧।୨: ମ୍ୟାନ୍‌ମାର୍‌ରେ ସୈନ୍ୟ ବାହିନୀ ପକ୍ଷରୁ କ୍ଷମତା ଦଖଲ କରାଯାଇଛି। ଦେଶର ସର୍ବୋଚ୍ଚ ନେତା ଷ୍ଟେଟ୍‌ କାଉନସିଲର ଆଙ୍ଗ ସାନ୍‌ ସୁକି, ରାଷ୍ଟ୍ରପତି ଓ୍ବିନ୍‌ ମିଣ୍ଟ୍‌...

ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ...

ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ...

Advertisement
Archives

Model This Week