Posted inଫୁରସତ

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ରହୁଥିବା ଭାରତୀୟ ପ୍ରେମୀଯୁଗଳ ଜୁମ୍‌ ଆପ୍‌ରେ ଭର୍ଚୁଆଲ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ୯୫ ଅତିଥିଙ୍କ ସହ ୧୧ଟି ଦେଶରେ ରହୁଥିବା ସମ୍ପର୍କୀୟମାନେ ସାମିଲ ହୋଇଥିଲେ।


ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରହୁଥିବା ଡକ୍ଟର ଅଜୟ ଆଗା ଏବଂ ଡକ୍ଟର ପୁନମ ଆଗାଙ୍କ ସାନ ପୁଅ ଅକ୍ଷତ ଆମେରିକାରେ ଏକ ନାମୀ କମ୍ପାନୀରେ ଇଞ୍ଜିନିୟର ଭବେ କାମ କରନ୍ତି। ତାଙ୍କ ବିବାହ ପରିବାରବର୍ଗ ହୋଲି ପୂର୍ବରୁ ପୁଣେରେ ରହୁଥିବା ଶ୍ୱେତାଙ୍କ ସହ ସ୍ଥିର କରିଥିଲେ। ଯିଏକି ଆମେରିକାର ଟେକ୍‌ସାସ ସହରରେ ଚାକିରି କରୁଛନ୍ତି। ବିବାହ ସ୍ଥିର ହେବା ପରେ ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କଲା। ଫଳରେ ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଗଲା। ଏହି କାରଣରୁ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଲା। ଏହି ସମୟରେ ଫ୍ଲାଇଟ୍‌ ବନ୍ଦ। କେହି କେଉଁଠାରୁ ମଧ୍ୟ ଆସିପାରିବେ ନାହିଁ। ତେଣୁ ଦୁଇଜଣ ଆମେରିକାରେ ହିଁ ବିବାହ କରିବାକୁ ଚାହିଁଲେ।

ଦୁଇଜଣ ଜୁମ୍‌ ଆପ୍‌ରେ ଏକ ମିଟିଂ କରି ବିବାହ ତାରିଖ ଆଉ ଘୁଞ୍ଚାଇବା ଠିକ୍‌ ନୁହେଁ ବୋଲି ନିଷ୍ପତ୍ତି ନେଲେ।
ଏହା ପରେ ଅକ୍ଷତ ୧୫୦ ଆମେରିକୀୟ ଡଲାର ଦେଇ ଜଣେ ଜଜ୍‌ଙ୍କୁ ଘରକୁ ଡାକି ବିବାହ ଉତ୍ସବର ଆୟୋଜନ କଲେ। ଏହି ସମୟରେ ଦୁଇଜଣଙ୍କ ପରିବାରର କିଛି ସଦସ୍ୟ ଏବଂ ଆତ୍ମୀୟ ସ୍ବଜନ ଜୁମ୍‌ ଆପ୍‌ ଜରିଆରେ ଯୋଡ଼ି ହୋଇ ବିବାହର ମଜା ନେଇଥିଲେ। ସମସ୍ତେ ନବଦମ୍ପତିଙ୍କୁ ଅନ୍‌ଲାଇନ୍‌ ଶୁଭେଚ୍ଛା ଜଣାଇଛନ୍ତି।


ଅକ୍ଷତଙ୍କ ମାତାପିତା କୁହନ୍ତି, ଏହି ବିବାହରେ ସେ ବହୁତ ଖୁସି। ଆମେ ପୁଅ ପାଇଁ ଝିଅ ଦେଖିବାକୁ ଅନ୍‌ଲାଇନ୍‌ରେ ପ୍ରସ୍ତାବ ଦେଇଥିଲୁ। ପୁଣେରେ ରହୁଥିବା ସିହ୍ନା ପରିବାର କହିଥିଲେ କି, ତାଙ୍କର ଏକ ଝିଅ ଆମେରିକାରେ ମାଷ୍ଟର ଡିଗ୍ରୀ କରୁଛି। ଦୁଇଜଣଙ୍କ ଆମେରିକାରେ ଦେଖା ସାକ୍ଷାତ ହୋଇଥିଲା। ଦୁହେଁ ଦୁହିଁଙ୍କୁ ଖୁବ୍‌ ପସନ୍ଦ କରିଥିଲେ। ପରେ ବିବାହ କଲେ। ଏଥିରେ ଆମେ ସମସ୍ତେ ଖୁସି। ଏହି ବିବାହ ଭାରତୀୟ ରୀତିନୀତିରେ ସମ୍ପନ୍ନ ହୋଇଛି। ଭାରତୀୟ ଦମ୍ପତି ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇବା ସହ ଶ୍ୱେତାଙ୍କ ମୁଣ୍ଡରେ ସିନ୍ଦୂର ପିନ୍ଧାଇଥିଲେ ଅକ୍ଷତ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?