Home Left

ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ରଥଯାତ୍ରା ରିପୋର୍ଟ: ପୋଲିସ, ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମଗାଗଲା

ପୁରୀ ଅଫିସ, ୨୦ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା। ସେ ଭାବର ଠାକୁର। ତାଙ୍କୁ ଯିଏ ଯେମିତି ଡାକିଛି ସେ ତା’ ଡାକ ସେମିତି ଶୁଣିଛନ୍ତି। ତାଙ୍କର ସାନ୍ନିଧ୍ୟ ଟିକିଏ ପାଇବା ପାଇଁ କାହିଁ କେତେ ଦୂରରୁ ପୂଣ୍ୟଭୂମି ଶ୍ରୀକ୍ଷେତ୍ରକୁ…

ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର ନିର୍ମାତା ମୁମ୍ବାଇର ଔଷଧ କମ୍ପାନୀ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନିକଟରେ…

ଲଦାଖରେ ମୁତୟନ ହେବ ରାଫାଲ

ନୂଆଦିଲ୍ଲୀ,୨୦ା୭: ଚାଇନା ସହ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସ୍ଥିତି ଏବଂ ରାଫାଲ ଲଢ଼ୁଆ ବିମାନର ତ୍ୱରିତ ପରିଚାଳନା ଷ୍ଟେଶନ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ବାୟୁସେନାର ଶୀର୍ଷ କମାଣ୍ଡରସ୍ତରୀୟ…

ଓଡ଼ିଶା ଆକାଶରେ ଧୂମକେତୁ: ୬,୮୦୦ ବର୍ଷ ପରେ ପୁଣିଥରେ ଆସିବ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ମେଘମୁକ୍ତ ଥିବା କେତେକ ସ୍ଥାନରେ ସନ୍ଧ୍ୟାରେ ଅଳ୍ପସମୟ ପାଇଁ ‘ସି/୨୦୨୦ ଏଫ୍‌-୩’ ଧୂମକେତୁ ଦେଖିବାକୁ ମିଳିଛି। ସାଧାରଣ ଦୂରବୀକ୍ଷଣ ଏବଂ ବାଇନାକୁଲାରରେ ଏହା ଦେଖାଯାଇଥିଲା। ଭୁବନେଶ୍ୱରରୁ ଏହି ଧୂମକେତୁକୁ ପ୍ଲାନେଟାରିୟମ୍‌ର କିଛି…

କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ ରାଫେଲୋ…

ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା।…

ଇ-ଡେସ୍‌ପାଚ୍‌ରେ ତଥ୍ୟ ଦେଉନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ‘୫-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ସମସ୍ତ କାର୍ଯ୍ୟ ଓ ଯୋଜନାରେ ସ୍ବଚ୍ଛତା ଆଣିବାକୁ ଉଦ୍ୟମ ହେଉଛି। ହେଲେ ରାଜ୍ୟ ସରକାରଙ୍କ ବହୁ…

ସରକାରୀ ଅଫିସକୁ ମନା, ଏଥର ଇ-ଅଭିଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ଫଳରେ ସବୁକିଛି ଏପଟ ସେପଟ ହୋଇସାରିଛି। ବର୍ତ୍ତମାନ ସମୟରେ ସରକାରୀ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଉପସ୍ଥିତି ମଧ୍ୟ ରହୁନାହିଁ। ଅଧାରୁ କମ୍‌ କର୍ମଚାରୀଙ୍କୁ ନେଇ ଅଫିସ କାମ ଚାଲୁଛି। ଏଭଳି ସ୍ଥିତିରେ ଗତ ମାର୍ଚ୍ଚ ୨୩ରୁ ଲକ୍‌ଡାଉନ ହେବାପର…

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ସୂଚନାଥାଉ କି, ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବାବେଳେ ରତ୍ନ…

କନ୍ଧମାଳରେ ମାଛଚାଷ ଚାହିଦାଠାରୁ କମ୍‌

ଫୁଲବାଣୀ ଅଫିସ, ୨୦ା୭- ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ମାଛଚାଷ ଲାଗି ପ୍ରୋତ୍ସାହନ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଯେଭଳି ମାଛ ଚାଷ କରି ଲାଭବାନ୍‌ ହେବେ ସେ ନେଇ ବି ଯୋଜନା ହୋଇଛି। ଜୀବନ ଜୀବୀକା ମିଶନରେ କନ୍ଧମାଳ…

ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରସ୍ତାବ ରହିଛି। ୮୯୨ କୋଟି ଟଙ୍କାର ଏହି ପ୍ରକଳ୍ପରେ…

ଲେମନଗ୍ରାସ୍‌ ଚାଷ ଦିଗହରା

ବାରିପଦା ଅଫିସ,୨୦ା୭-ମୟୂରଭଞ୍ଜ ଜିଲା ବାରିପଦା ଉଦ୍ୟାନ ବିଭାଗର ଅବହେଳା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ହୋଇଥିବା ଲେମନ୍‌ଗ୍ରାସ୍‌ ଚାଷ ଦିଗହରା ହୋଇ ପଡ଼ିଛି। ହିତାଧିକାରୀ ଚୟନରେ ଅନିୟମିତତା ଓ ଅନୁପଯୁକ୍ତ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri