ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ। କାରଣ ବିପଦ ସମୟରେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଏହା ଏକ ସାଧନ। ଏଣୁ ସଞ୍ଚୟ ସମୟରେ ଗମ୍ଭୀର ରହିବା ଆବଶ୍ୟକ।

ଚାଣକ୍ୟଙ୍କ ମତରେ ଲକ୍ଷ୍ମୀ ସମସ୍ତଙ୍କ ଉପରେ କୃପା କରନ୍ତି ନାହିଁ। ଯଦି ଜଣେ ନିଜ ଜୀବନରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହାନ୍ତି, ତେବେ ସେ କିଛି କଥା ମନେ ରଖିବା ଉଚିତ।

ଆୟ ଅପେକ୍ଷା ବ୍ୟୟ ଅଧିକ କରନ୍ତୁ ନାହିଁ
ଯିଏ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରେ ସେ ସର୍ବାଦା ଚିନ୍ତାଗ୍ରସ୍ତ ଥାଏ। ସେ ସର୍ବଦା କରଜରେ ବୁଡ଼ି ରୁହନ୍ତି। ତେଣୁ ବ୍ୟକ୍ତିଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବା ଜରୁରୀ । ବିନା ବିଚାରରେ ଟଙ୍କା ଖର୍ଚ୍ଚ କଲେ ବିପଦ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯିଏ ଧନର ମହତ୍ୱ ବୁଝେ, ତା ଉପରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଚାଣକ୍ୟ କହିଛନ୍ତି।

ଅନ୍ୟର କ୍ଷତି ପାଇଁ ଟଙ୍କା ବ୍ୟବହାର କରନ୍ତୁ ନାହିଁ:
ଯଦି କେହି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଟଙ୍କା ବ୍ୟବହାର କରେ ତେବେ ତାକୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। କାରଣ ସେମାନଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ତେଣୁ ଉଚିତ କାର୍ଯ୍ୟ ପାଇଁ ଧନର ବ୍ୟବହାର କରିବା ଆବଶ୍ୟକ।

ସେବା/ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ:
ଚାଣକ୍ୟଙ୍କ ମତରେ ଜଣେ ଧନୀ ବ୍ୟକ୍ତି ସର୍ବଦା ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ। ମନୁଷ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁମାନେ ଟଙ୍କା ଖର୍ଚ୍ଚ କରିଥାନ୍ତି, ଲକ୍ଷ୍ମୀ ସେଭଳି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?