ପାଖରେ ଟଙ୍କା ରହୁନାହିଁ? ଜାଣନ୍ତୁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ। କାରଣ ବିପଦ ସମୟରେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଏହା ଏକ ସାଧନ। ଏଣୁ ସଞ୍ଚୟ ସମୟରେ ଗମ୍ଭୀର ରହିବା ଆବଶ୍ୟକ।

ଚାଣକ୍ୟଙ୍କ ମତରେ ଲକ୍ଷ୍ମୀ ସମସ୍ତଙ୍କ ଉପରେ କୃପା କରନ୍ତି ନାହିଁ। ଯଦି ଜଣେ ନିଜ ଜୀବନରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହାନ୍ତି, ତେବେ ସେ କିଛି କଥା ମନେ ରଖିବା ଉଚିତ।

ଆୟ ଅପେକ୍ଷା ବ୍ୟୟ ଅଧିକ କରନ୍ତୁ ନାହିଁ
ଯିଏ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରେ ସେ ସର୍ବାଦା ଚିନ୍ତାଗ୍ରସ୍ତ ଥାଏ। ସେ ସର୍ବଦା କରଜରେ ବୁଡ଼ି ରୁହନ୍ତି। ତେଣୁ ବ୍ୟକ୍ତିଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବା ଜରୁରୀ । ବିନା ବିଚାରରେ ଟଙ୍କା ଖର୍ଚ୍ଚ କଲେ ବିପଦ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯିଏ ଧନର ମହତ୍ୱ ବୁଝେ, ତା ଉପରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଚାଣକ୍ୟ କହିଛନ୍ତି।

ଅନ୍ୟର କ୍ଷତି ପାଇଁ ଟଙ୍କା ବ୍ୟବହାର କରନ୍ତୁ ନାହିଁ:
ଯଦି କେହି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଟଙ୍କା ବ୍ୟବହାର କରେ ତେବେ ତାକୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। କାରଣ ସେମାନଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ତେଣୁ ଉଚିତ କାର୍ଯ୍ୟ ପାଇଁ ଧନର ବ୍ୟବହାର କରିବା ଆବଶ୍ୟକ।

ସେବା/ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ:
ଚାଣକ୍ୟଙ୍କ ମତରେ ଜଣେ ଧନୀ ବ୍ୟକ୍ତି ସର୍ବଦା ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ। ମନୁଷ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁମାନେ ଟଙ୍କା ଖର୍ଚ୍ଚ କରିଥାନ୍ତି, ଲକ୍ଷ୍ମୀ ସେଭଳି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ...

ସକାଳୁ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ...

କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହେବେ

ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ...

ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ଏହି ମନ୍ଦିରରେ ବଢୁଛି ଗଣେଶ ମୂର୍ତ୍ତିଙ୍କ ଆକାର, ଥରେ ଗଲେ ଦୂର ହୁଏ ସମସ୍ତ ଦୁଃଖ

ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଥିବା ଗଣେଶଙ୍କ ମୂର୍ତ୍ତି ଧୀରେ ଧୀରେ ବଢୁଛି। ଏପରି ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାର ଇରାଲା...

ସବୁ ଦୁଃଖର କାରଣ ହେଉଛି ପ୍ରେମ: ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

Advertisement
Archives

Model This Week