ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ ଫିଲ୍ମ ‘ମେଲା’କୁ ଟ୍ରିବ୍ୟୁଟ ଦେବା ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ଏକ ଟ୍ରକ ପଛରେ ଲାଗିଥିବା ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି ନାୟିକା । ପୋଷ୍ଟରରେ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିବା ଟିନୁ ବର୍ମାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ଶେୟାର କରି ଟ୍ୱିଙ୍କଲ ଲେଖିଛନ୍ତି କିଛି ଜିନିଷ ଟାଇମ୍‌ଲେସ ହୋଇଥାଏ । ମୋତେ ଲାଗୁଛି ମେଲା ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ କିଛି ଛାପ ଛାଡି ଯାଇଛି । ଯାହାପାଇଁ ଆଜି ତାଙ୍କୁ ପୁଣିଥରେ ମେଲାର ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଫଟୋଟି ହ୍ୱାଟ୍ସଆପ ଫରୱାର୍ଡ ମେସେଜ ବୋଲି ଜଣାପଡିଛି । ୧୯୯୫ରେ ବଲିଉଡ୍‌ରେ ଫିଲ୍ମ ‘ବରସାତ’ ମାଧ୍ୟମରେ ଡେବ୍ୟୁ କରିଥିବା ଟ୍ୱିଙ୍କଲ ଏବେ କିନ୍ତୁ ବଡ ପରଦାଠାରୁ ବହୁ ଦୂରରେ । ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ହେବା ପରେ ସେ ଏକ ପ୍ରକାର ବଡ ପରଦାରୁ ଦୂରେଇ ଯାଇଛନ୍ତି । ତେବେ ଏକ ସାକ୍ଷାତ୍‌କାରରେ ଅତୀତରେ ଟ୍ୱିଙ୍କଲ କହିଥିଲେ କି ଅଭିନୟରେ ତାଙ୍କର ସେପରି କୌଣସି ରୁଚି ନାହିଁ । ତେଣୁ ସେ ବଡ ପରଦାରୁ ଦୂରେଇ ଯାଇଛନ୍ତି । ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ବେଳେବେଳେ କିଛି କଟାକ୍ଷ କରି ସେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri