ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ ଫିଲ୍ମ ‘ମେଲା’କୁ ଟ୍ରିବ୍ୟୁଟ ଦେବା ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ଏକ ଟ୍ରକ ପଛରେ ଲାଗିଥିବା ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି ନାୟିକା । ପୋଷ୍ଟରରେ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିବା ଟିନୁ ବର୍ମାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ଶେୟାର କରି ଟ୍ୱିଙ୍କଲ ଲେଖିଛନ୍ତି କିଛି ଜିନିଷ ଟାଇମ୍‌ଲେସ ହୋଇଥାଏ । ମୋତେ ଲାଗୁଛି ମେଲା ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ କିଛି ଛାପ ଛାଡି ଯାଇଛି । ଯାହାପାଇଁ ଆଜି ତାଙ୍କୁ ପୁଣିଥରେ ମେଲାର ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଫଟୋଟି ହ୍ୱାଟ୍ସଆପ ଫରୱାର୍ଡ ମେସେଜ ବୋଲି ଜଣାପଡିଛି । ୧୯୯୫ରେ ବଲିଉଡ୍‌ରେ ଫିଲ୍ମ ‘ବରସାତ’ ମାଧ୍ୟମରେ ଡେବ୍ୟୁ କରିଥିବା ଟ୍ୱିଙ୍କଲ ଏବେ କିନ୍ତୁ ବଡ ପରଦାଠାରୁ ବହୁ ଦୂରରେ । ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ହେବା ପରେ ସେ ଏକ ପ୍ରକାର ବଡ ପରଦାରୁ ଦୂରେଇ ଯାଇଛନ୍ତି । ତେବେ ଏକ ସାକ୍ଷାତ୍‌କାରରେ ଅତୀତରେ ଟ୍ୱିଙ୍କଲ କହିଥିଲେ କି ଅଭିନୟରେ ତାଙ୍କର ସେପରି କୌଣସି ରୁଚି ନାହିଁ । ତେଣୁ ସେ ବଡ ପରଦାରୁ ଦୂରେଇ ଯାଇଛନ୍ତି । ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ବେଳେବେଳେ କିଛି କଟାକ୍ଷ କରି ସେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତାଙ୍କୁ ରାତିଅଧରେ ଦେଖା କରିବାକୁ ଯାଇଥିଲେ କିଆରା, ଏମିତି ପଡିଲେ ଧରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମାତ୍ର ଦୁହେଁ ଏପର୍ଯ୍ୟନ୍ତ ଏହି ସମ୍ପର୍କକୁ...

ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା

ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ

ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା...

ପରଲୋକରେ ଭେଟେରାନ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା,୧୫।୨: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ଲୋକପ୍ରିୟ ଗାୟିକା ଦୁନିଆରୁ ବିଦାୟ ନେଇଛନ୍ତି। ୯୦ ବର୍ଷ ବୟସରେ ଭେଟେରାନ ବଙ୍ଗାଳୀ ଗାୟିକା ସନ୍ଧ୍ୟା...

ଦିବ୍ୟାଙ୍ଗ ପିଲାଙ୍କୁ ସଲମାନ୍‌ଙ୍କ ସର୍‌ପ୍ରାଇଜ୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲ ରେସ୍ପନ୍ସ...

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ୩ ଫେବୃୟାରୀ ୧୯୩୮ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଏପରି...

କପୁର ମହିଳାଙ୍କୁ ଫିଲ୍ମ ପାଇଁ ଅନୁମତି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବଲିଉଡ୍‌ର କପୁର ପରିବାରରୁ ଆସିଛନ୍ତି। ତାଙ୍କ ଜେଜେ ରାଜ କପୁର, ତାଙ୍କ ବାପା ପୃଥ୍ବୀରାଜ କପୁର ବଲିଉଡ୍‌ରେ...

ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି।...

Advertisement
Archives

Model This Week