ଏକଦା ଦୁହେଁ ଦୁହିଁଙ୍କ ଥିଲେ ଜୀବନ, ଏବେ ମାମୁଁ ଗୋବିନ୍ଦା-କୃଷ୍ଣାଙ୍କ ସମ୍ପର୍କରେ ଫାଟ; କାରଣ ଜାଣିଲେ..

ବମ୍ବେ: ଟେଲିପରଦାର ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ନଜର ଆସିଥାନ୍ତି କୃଷ୍ଣା ଅଭିଷେକ। ସପନା ଭୂମିକାରେ କୃଷ୍ଣାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ହେଲେ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେବା ପରେ ଏବେ କାରଣଟି ଜଣାପଡ଼ିଛି। ସେଇଟି ହେଲା ଶୋ’ରେ ଯୋଗଦେବାକୁ ଥିବା ଅତିଥି।

କୃଷ୍ଣା ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦାଙ୍କ ଭଣଜା ବୋଲି ଅନେକ ଜାଣନ୍ତି। ପ୍ରଥମେ ଏହି ପରିଚୟକୁ କୃଷ୍ଣା ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତି ବଦଳିଛି। ସମ୍ପର୍କ ଖଟା ହେବା ଯୋଗୁ କୃଷ୍ଣା ଏବଂ ଗୋବିନ୍ଦା ସାମ୍ନାସାମ୍ନି ହେବାକୁ ଇଚ୍ଛୁକ ନୁହନ୍ତି। ଉକ୍ତ ଏପିସୋଡରେ ଗୋବିନ୍ଦା ଆସୁଥିବା ଜାଣି କୃଷ୍ଣା ଆସିବାକୁ ମନା କରିଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ କୃଷ୍ଣାଙ୍କ ସ୍ତ୍ରୀ କଶ୍ମୀରା ଶାହାଙ୍କ ଏକ ଟୁଇଟ୍‌କୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇଛି। କିଛି ଲୋକ ପଇସା ପାଇଁ ନୃତ୍ୟ କରନ୍ତି ବୋଲି କଶ୍ମୀରା ଏକ ଟୁଇଟ୍‌ କରିଥିଲେ। ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା ଏହାକୁ ଦେହକୁ ନେଇଛନ୍ତି। ଗୋବିନ୍ଦାଙ୍କୁ ଇଙ୍ଗିତ କରି ସେ ଏଭଳି କହିଥିବା ସୁନିତା ଭାବିଛନ୍ତି। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ କିଣିଲେ ଅର୍ଜୁନ, ଦାମ୍‌ ରହିଛି…

ବଲିଉଡର ପ୍ରସିଦ୍ଧ ଅଭିନେତା ଅର୍ଜୁନ କପୁର ଅଭିନୟ ପ୍ରତି ଯେତିକି ଆଗ୍ରହୀ, ସେ ଗାଡିକୁ ମଧ୍ୟ ଭଲ ପାଆନ୍ତ। ଗତ କିଛି ବର୍ଷ ମଧ୍ୟରେ ଅର୍ଜୁନ...

ସୋନୁ ସୁଦ୍‌ଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ: ଅଭିନେତା କହିଲେ…

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି।...

ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…

ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର...

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସତ୍ୟନଗର ଶ୍ମଶାନରେ ବର୍ଷାୟାନ ଅଭିନେତା ଅଜିତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ତାଙ୍କ ବଡ଼...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ଡ୍ରଗ୍ସ ବିବାଦ ପରେ ମଧ୍ୟ ବଲିଉଡ୍‌ର ସବୁଠାରୁ ବିଶ୍ୱସ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ

ବିଗତ କିଛି ଦିନ ହେବ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ରାଗରେ ଅନେକ କଳାକାର ଓ ସେମାନଙ୍କ ଫିଲ୍ମ ଉପରେ...

ବ୍ରେକ୍‌ଅପ୍‌ର ୩ ବର୍ଷ ପରେ ଏକାଠି ହେଲେ କ୍ୟାଟ୍ରିନା-ରଣବିର

ବଲିଉଡ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍‌ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ...

କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ

ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ...

Advertisement
Archives

Model This Week